ମୋବାଇଲ ୟୁଜର୍ସଙ୍କ ପାଇଁ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ : ଦୈନନ୍ଦିନ ଜୀବନରେ ଏବେ ମୋବାଇଲ ବେଶ ଗୁରୁତ୍ୱପୂର୍ଣ୍ଣ । ବିନା ମୋବାଇଲରେ ଘଣ୍ଟାଏ ସମୟ ବିତାଇବା ଗୋଟିଏ ପ୍ରକାର ଅସମ୍ଭବ ହୋଇପଡିଛି । ଏସବୁ ଭିତରେ ମୋବାଇଲ ବ୍ୟବହାରକାରିଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ମୋବାଇଲରେ ବ୍ୟବହାର କରୁଥିବା ସିମ୍ ବଦଳାଇବାକୁ ଚାହୁଁଥିଲେ ନୂଆ ନିୟମ ମାନିବାକୁ ପଡ଼ିବ। ସିମ୍ ପୋର୍ଟିଂ ପାଇଁ ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ନିୟମ।

ଏଣିକି ମୋବାଇଲ୍ ନମ୍ବରକୁ ପୋର୍ଟ କରିବାକୁ ଚାହୁଁଥିଲେ ୭ ଦିନର ଅପେକ୍ଷା କରିବାକୁ ପଡ଼ିବ । ସିମ୍ କାର୍ଡ ଜରିଆରେ ହେଉଥିବା ଠକେଇ ଉପରେ ଲଗାମ ଲଗାଇବା ପାଇଁ ଏହି ନିୟମ କଡାକଡି କରାଯାଇଛି । କୌଣସି ଗ୍ରାହକ ନିଜ ନମ୍ବରକୁ ଅପରିବର୍ତ୍ତିତ ରଖି, ଯଦି ଅପରେଟର ବଦଳାଇବାକୁ ଚାହାନ୍ତି, ତେବେ ବାଧ୍ୟତାମୂଳକ ଭାବେ ୭ ଦିନ ଅପେକ୍ଷା କରିବାକୁ ପଡିବ । ଆବଶ୍ୟକୀୟ ପ୍ରମାଣପତ୍ର ଓ ଓଟିପି ଦେଇ ଭେରିଫିକେସନ୍ ପାଇଁ ମଧ୍ୟ ଅପେକ୍ଷା କରିବାକୁ ପଡିବ ।

ଏବେ ସ୍ୱତନ୍ତ୍ର ପୋର୍ଟିଂ କୋର୍ଡ ପାଇଁ ୭ ଦିନ ଭିତରେ ଅନୁରୋଧ କରିବେ ଗ୍ରାହକ । ପୂର୍ବରୁ ଏହି ସମୟ ୧୦ ଦିନ ଥିଲା । ଟେଲିଯୋଗାଯୋଗ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମ ୨୦୨୪ ରେ ପରିବର୍ତ୍ତନକରି ଏହାକୁ ୭ ଦିନକୁ ବୃଦ୍ଧିକରାଯାଇଛି ।
ଅଂଶୀଦାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । କିଛି ଅଂଶୀଦର ୧୦ ଦିନ ପ୍ରତୀକ୍ଷା ଅବଧିକୁ ସମର୍ଥନ କରୁଥିଲେ ।  ଅନ୍ୟ କିଛି ପକ୍ଷ ଏହାକୁ ୪ ଦିନ ହ୍ରାସ କରି ୬ ଦିନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଅର୍ଥାତ୍ ଟ୍ରାଇ ତାକୁ ୭ ଦିନ ଧାର୍ଯ୍ୟ କରିଛନ୍ତି । ସିମ୍ ଫ୍ରଡ୍ ରୋକିବା ସହିତ ଗ୍ରାହକଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଟ୍ରାଇ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ନୂଆ ନିୟମ ଗତ ମାର୍ଚ୍ଚ ମାସରୁ ଡ୍ରାଫ୍ଟ ହୋଇସାରିଥିଲା । ଆଜିଠାରୁ ଏହା ବିଧିବଦ୍ଧ ଭାବେ ଲାଗୁ ହୋଇଛି ।

#trai new rules m.n.p. mobile number portabilityhow to port mobile numbermobile number portabilitymobile number portability actmobile number portability new rulemobile number portability rulesnew rules on mobile number portabilitytelecom regulatory authority of indiatrai mobile number portability new rules 1st july 2024trai new rule on mobile number portabilitytrai new rules for telecom operatorstrai new rules on mobile number portability 2024
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami