ଚାକିରି ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରିଲେ ହୋଇପାରେ ଜେଲ୍ !

ଚାକିରି ପାଇଁ ସାକ୍ଷାତକାର ଦେବାର ଅଭିଜ୍ଞତା ପ୍ରାୟ ସମସ୍ତଙ୍କର ଉଣାଅଧିକେ ଥିବସାକ୍ଷାତକାର ସମୟରେ ଆପଣ ବି ଏମିତି ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିବେ ଯାହାର ଉତ୍ତର ଦେବା ବେଳେ ଆପଣ ଅସହଜ ଅନୁଭବ କରିଥିବେ । କିନ୍ତୁ ଚାକିରି ପାଇଁ ବାଧ୍ୟ ହୋଇ ସେଭଳି ପ୍ରଶ୍ନର ଉତ୍ତର ଦେଇଥିବେ । କିନ୍ତୁ ଜାଣିଛନ୍ତି କି ଚାକିରି ପାଇଁ ସାକ୍ଷାତକାର ବେଳେ ଏମିତି କିଛି ପ୍ରଶ୍ନ ଅଛି ଯାହାକୁ ସାକ୍ଷାତକାରୀ ପଚାରି ପାରିବେ ନାହିଁ । ଆଉ ଯଦି ପଚାରନ୍ତ ତେବେ ତାଙ୍କୁ ଜେଲ ଯିବାକୁ ପଡିପାରେ । ଅବଶ୍ୟ ଏହି ଆଇନ ଭାରତରେ ନାହିଁ । ଆମେରିକାରେ ଏଭଳି ନିୟମ ଅଛି । ତେବେ ନିକଟ ଭବିଷ୍ୟତରେ ଯଦି ସେହିଭଳି କିଛି ନିୟମ ଆମ ଦେଶରେ ମଧ୍ୟ ଲାଗୁ ହୁଏ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

କେଉଁ ପ୍ରଶ୍ନ ପଚରା ଯାଇ ପାରିବ ନାହିଁ

ଆମେରିକାରେ ଚାକିରି ସାକ୍ଷାତକାର କାଳରେ କେଉଁ ସବୁ ପ୍ରଶ୍ନ ପଚରାଯିବ ଓ କ’ଣ ପଚରା ଯାଇ ପାରିବ ନାହିଁ ତାକୁ ନେଇ ନିୟମ ରହିଛି । ଆମେରିକୀୟ ସଂଘୀୟ ଆଇନ ଅନୁଯାୟୀ ସାକ୍ଷାତକାର ସମୟରେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବା ବେଆଇନ ଅଟେ । ଏଭଳି ୫ ଟି ପ୍ରଶ୍ନ ଯଦି ସାକ୍ଷାତକାର ନେଉଥିବା ବ୍ୟକ୍ତି ପଚାରନ୍ତି ତେବେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା କ’ଣ ସେଇ ୫ ପ୍ରଶ୍ନ ଯାହାକୁ ଇଣ୍ଟର୍ଭ୍ୟୁ କାଳରେ ପଚରା ଯାଇ ପାରିବ ନାହିଁ ।

ଆବେଦକଙ୍କ ବୟସ

ଏଡିଇଏ (The Age Discrimination in Employment Act of 1967 (ADEA)), ୧୯୬୭ ଅନୁସାରେ ଆମେରିକାରେ କୌଣସି ମଧ୍ୟ ଚାକିରି ସାକ୍ଷାତକାର ବେଳେ ୪୦ ବର୍ଷରୁ କମ ବୟସ୍କ ବ୍ୟକ୍ତିଙ୍କୁ ତାଙ୍କ ବୟସ କିମ୍ବା ବୟସ ସଂପର୍କିତ ପ୍ରଶ୍ନ ପଚାରିବା ବେଆଇନ ଅଟେ । ସାଧାରଣତଃ ନିଯୁକ୍ତିଦାତ୍ତା କମ ବୟସର ପ୍ରାର୍ଥୀଙ୍କୁ ଅଧିକ ବୟସର ପ୍ରାର୍ଥୀଙ୍କ ତୁଳନାରେ ଅଗ୍ରାଧିକାର ଦେଇଥାନ୍ତି । ଏଭଳି ପୂର୍ବାଗ୍ରହକୁ ରୋକିବା ପାଇଁ ଆମେରିକା ୧୯୬୭ ମସିହାରେ ଏହି ଆଇନ ଆଣିଥିଲା ।

ବୈବାହିକ ସ୍ଥିତି ସଂପର୍କିତ ପ୍ରଶ୍ନ

ଜଣେ ପ୍ରାର୍ଥୀ ବିବାହିତ କି ନାହିଁ ତାହା ମଧ୍ୟ ପଚରା ଯାଇ ପାରିବ ନାହିଁ । ବିଶେଷତଃ ମହିଳାଙ୍କୁ ଚାକିରି ସାକ୍ଷାତକାର ବେଳେ ଏହି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାଏ । ଅନେକ ଦିନର ଆଇନଗତ ଲଢେଇ ପରେ ଆମେରିକାର ମହିଳା ଏହି ସଂଘୀୟ ଆଇନ ପାଇବାରେ ସଫଳ ହୋଇଥିଲେ । କେବଳ ମହିଳା ନୁହନ୍ତି ପୁରୁଷ ପ୍ରାର୍ଥୀଙ୍କୁ ମଧ୍ୟ ସେ ବିବାହିତ କି ନାହିଁ ଏହି ପ୍ରଶ୍ନ ଆମେରିକାରେ ପଚରା ଯାଇ ପାରିବ ନାହିଁ ।

ନାଗରିକତା ସମ୍ବନ୍ଧିତ ପ୍ରଶ୍ନ

ପ୍ରାର୍ଥୀ ଆମେରିକାର ନାଗରିକ ଅଟନ୍ତି କି ନାହିଁ ? ଏହି ପ୍ରଶ୍ନ ମଧ୍ୟ ଇଣ୍ଟରଭ୍ୟୁ କାଳରେ ପଚରା ଯାଇ ପାରିବ ନାହିଁ । ନାଗରିକତା ଓ ଇମିଗ୍ରେସନ୍ ଷ୍ଟାଟସ ଆଧାରରେ କୌଣସି ସମ୍ଭାବିତ ଚାକିରିଆଙ୍କ ସହିତ ଯେମିତି ଭେଦଭାବ ନହେବ ସେଥିପାଇଁ ଏହି ଆଇନ ଅଣା ଯାଇଥିଲା । ଆଇଆରସିଏ (Immigration Reform and Control Act of 1986 (IRCA) ଅନ୍ତର୍ଗତରେ ପ୍ରାର୍ଥୀଙ୍କୁ ତାଙ୍କ ନାଗରିକତା ନେଇ ପ୍ରଶ୍ନ କରିବା ଅପରାଧ ଅଟେ । ତେବେ ଚାକିରି ମିଳିବା ପରେ ନିଯୁକ୍ତିଦାତ୍ତା ନିଜ କର୍ମଚାରୀଙ୍କୁ ନାଗରିକତା ସମ୍ପର୍କିତ ପ୍ରଶ୍ନ ପଚରି ପାରିବେ ।

ଆପଣଙ୍କ ଧର୍ମ କ’ଣ ?

ଆମେରିକାରେ କୌଣସି ପ୍ରାର୍ଥୀଙ୍କୁ ତାଙ୍କର ଧର୍ମ କ’ଣ ପଚରା ଯାଇପାରିବ ନାହିଁଧର୍ମ ଆଧାରରେ ପ୍ରାର୍ଥୀଙ୍କ ସହିତ ଭେଦଭାବ କରାଯିବାର ଆଶଙ୍କା ଥିବାରୁ ଏଭଳି ଆଇନ ରହିଛି । ଏହାସହିତ କିଛି ବିଶେଷ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ପୂର୍ବାଗ୍ରହ ଥିବାରୁ ଧର୍ମ ସମ୍ପର୍କିତ ପ୍ରଶ୍ନ ପଚରା ଯାଇ ପାରିବ ନାହିଁ

ଆପଣ ଗର୍ଭବତୀ କି ?

ଆମେରିକାରେ ଏହି ସଂଘୀୟ ଆଇନ ଅଛି ଯେ, କୌଣସି ମହିଳାଙ୍କ ସହିତ ତାଙ୍କ ବୈବାହିକ କିମ୍ବା ଗର୍ଭ ସ୍ଥିତିକୁ ନେଇ ଭେଦଭାବ କରାଯିବ ନାହିଁ । ପ୍ରେଗେନ୍ସି ଡିସକ୍ରିମିନିସେନ ଆକ୍ଟ ୧୯୭୮ ଅନୁସାରେ କୌଣସି ନିଯୁକ୍ତିଦାତ୍ତା ଜଣେ ମହିଳାଙ୍କୁ ସେ ଗର୍ଭବତୀ ଥିବା କାରଣରୁ ଚାକିରି ଦେବାକୁ ମନା କରିପାରିବେ ନାହିଁ । ତେବେ ଏସମ୍ପର୍କିତ ପ୍ରଶ୍ନ ପଚରା ଯାଇପାରିବ । କାରଣ ଜଣେ ନିଯୁକ୍ତିଦାତ୍ତା ଏହା ମଧ୍ୟ ଜାଣିବ ଆବଶ୍ୟକ ହୋଇଥାଏ ଯେ, ତାଙ୍କ ମହିଳା କର୍ମଚାରୀ କେବେ ମେଟ୍ରେନିଟି ଲିଭ୍ ନେବେ, କେବେ ସେ କାମରେ ଅନୁପସ୍ଥିତ ରହିବେ । କିନ୍ତୁ ଏହି ଆଧାରରେ କାହା ସହିତ ଭେଦଭାବ କରାଯାଇ ପାରିବ ନାହିଁ । ଯଦି କୌଣସି ମହିଳାଙ୍କ ସହିତ ଏହି ଆଧାରରେ ଭେଦଭାବ ହୁଏ ତେବେ ସେ ଆଇନର ଆଶ୍ରୟ ନେଇ ପାରିବେଅଭିଯୋଗ ସାବ୍ୟସ୍ତ ହେଲେ ନିଯୁକ୍ତିଦାତ୍ତାଙ୍କୁ ତିନି ବର୍ଷର ଜେଲଦଣ୍ଡ ହୋଇପାରେ

5 questions that cannot be asked during an interview୫ ପ୍ରଶ୍ନ ଯାହାକୁ ଇଣ୍ଟର୍ଭ୍ୟୁ କାଳରେ ପଚରା ଯାଇ ପାରିବ ନାହିଁADEAage of the applicantamerican citizenshipAmerican federal lawCitizenship questionsemployerImmigration Reform and Control Act of 1986interviewerIRCAjob interviewJob interviews in the United Statesmaternity leavepregnancy discrimination act 1978pregnancy questions in an interview is illegalQuestions about marital statusquestions not to be asked in an interviewreligious based questionsThe Age Discrimination in Employment Act of 1967ଆପଣ ଗର୍ଭବତୀ କିଆପଣଙ୍କ ଧର୍ମ କ’ଣଆବେଦକଙ୍କ ବୟସଆମେରିକାର ନାଗରିକଆମେରିକାରେ ଚାକିରି ସାକ୍ଷାତକାରଆମେରିକୀୟ ସଂଘୀୟ ଆଇନଚାକିରି ସାକ୍ଷାତକାରନାଗରିକତା ସମ୍ବନ୍ଧିତ ପ୍ରଶ୍ନପ୍ରେଗେନ୍ସି ଡିସକ୍ରିମିନିସେନ ଆକ୍ଟ ୧୯୭୮ବୈବାହିକ ସ୍ଥିତି ସଂପର୍କିତ ପ୍ରଶ୍ନମେଟ୍ରେନିଟି ଲିଭ୍ସାକ୍ଷାତକାରୀ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami