ତିନି ଜଣ ଭାରତୀୟଙ୍କ କାହାଣୀ ଯିଏ ଋଷ ବିରୋଧରେ ୟୁକ୍ରେନ୍ ପାଇ ଲଢୁଛନ୍ତି ଯୁଦ୍ଧ

ଭାରତ ଓ ଋଷ ମଧ୍ୟରେ ଗତ 75 ବର୍ଷରୁ ଅଧିକ ବର୍ଷ ଧରି ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହି ଆସିଛି ଦୁଇ ଦେଶ ପରସ୍ପରକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତିଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କ ସହିତ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ବି ସମ୍ପର୍କ ବେସ୍ ଦୃଢଭାରତୀୟ ଫିଲ୍ମଠାରୁ ଭାରତୀୟ ଖାଦ୍ୟ ଋଷରେ ବେସ ଲୋକପ୍ରିୟ ।ତେଣୁ କୌଣସି ଭାରତୀୟ ଋଷ ବିରୋଧରେ ଯୁଦ୍ଧ ଲଢିବା କଥା ଶୁଣିବାକୁ ଅଜବ ଲାଗିପାରେକିନ୍ତୁ ଏହା ସତ । ଆଉ ଏହି ସତ ଆସିଛି ୟୁକ୍ରେନରୁ

ୟୁକ୍ରେନ ଓ ଋଷ ମଧ୍ୟରେ ଲଢେଇକୁ ପ୍ରାୟ 500 ଦିନରୁ ଅଧିକ ସମୟ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନର ବାଟ ବାହାରି ପାରିନାହିଁ । ଗୋଟିଏ ପଟେ ଶକ୍ତିଶାଳୀ ରାଷ୍ଟ୍ର ଋଷ ୟୁକ୍ରେନ ଭିତରେ ପଶି ଧ୍ୱଂସଲୀଳା ରଚୁଥିବାବେଳେ ମିସାଇଲ ମାଡ କରି କଡା ଜବାବ ଦେଉଛି ଧ୍ବସ୍ତବିଧ୍ବସ୍ତ ୟୁକ୍ରେନୟୁକ୍ରେନର ନାଗରିକ ସେନା ସହ କାନ୍ଧକୁ କାନ୍ଧ ମିଶାଇ ଋଷ ବିରୋଧରେ ଲଢେଇ ଜାରି ରଖିଛନ୍ତି । କେବଳ ୟୁକ୍ରେନର ଯୁବପିଢି ନୁହନ୍ତି ବରଂ ୟୁକ୍ରେନର ଏହି ବିପଦ ବେଳେ ସାହାଯ୍ୟର ହାତ ବଢାଇଛନ୍ତି କିଛି ଭାରତୀୟୟୁକ୍ରେନ ସେନାରେ ଯୋଗ ଦେଇ ପୁଟିନ ସେନାକୁ ପାଣି ପିଆଇଲେଣି ଏହି ଭାରତୀୟ ଯୁବକ

ଆଜି ଆମେ ଆପଣଙ୍କୁ ଏମିତି ତିନି ଜଣ ଭାରତୀୟଙ୍କ ବିଷୟରେ କହିବୁ ଯେଉଁମାନେ ୟୁକ୍ରେନ ପାଇଁ ଋଷ ବିରୋଧରେ ଲଢେଇ କରୁଛନ୍ତି । ତାଙ୍କ ପାଇଁ ଏହି ଯୁଦ୍ଧ ଏବେ ନିଜ ଘର ବଞ୍ଚାଇବାକୁ ଲଢେଇ ଭଳି ହୋଇ ସାରିଛି । ଏହି ତିନି ଭାରତୀୟ ଏବେ ଋଷ କବଜା କରିଥିବା ବଖମୁତର ଆଖପାଖ ଅଞ୍ଚଳରେ ମୁତୟନ ଅଛନ୍ତିବଖମୁତରୁ ୨୭ କିଲୋମିଟର ଦୂର କୋସ୍ୟାତିନ୍ତିକା ସହରରେ ମୁତୟନ ଥିବା ତିନି ଭାରତୀୟ ଏକ ସାକ୍ଷାତକାରରେ ୟୁକ୍ରେନର ଦୁଃଖ ବଖାଣିଛନ୍ତି । ଏବେବି ସହରରେ ଗୋଳା ବାରୁଦ ବିସ୍ଫୋରଣ ଶବ୍ଦ ଶୁଭୁଥିବା ସେମାନେ ପ୍ରକାଶ କରିଛନ୍ତି ।

ଦୁଇ ଜଣ ଯବାନ କହିଛନ୍ତି ଯେ ସେମାନେ ପାଠ ପଢିବା ପାଇଁ ୟୁକ୍ରେନ ଆସିଥିଲେ । କିନ୍ତୁ ଏଠାରେ ଦୁଇଜଣ .ୟୁକ୍ରେନ ମହିଳାଙ୍କୁ ସେମାନେ ବିବାହ କରିଥିଲେମଧ୍ୟ ପ୍ରଦେଶର ୟୁକ୍ରେନ ଯବାନ ଏଣ୍ଡ୍ରିଙ୍କ ଦୁଇଟି ପିଲା ମଧ୍ୟ ଅଛନ୍ତିୟୁକ୍ରେନରେ ୧୨ବର୍ଷରୁ ରହିଆସୁଥିବା ଏଣ୍ଡ୍ରି କହିଛନ୍ତି ଋଷ ସେନା ନୀରିହ ୟୁକ୍ରେନ ନାଗରିକଙ୍କୁ ହତ୍ୟା କରୁଛି । ଯେଉଁଠି ୟୁକ୍ରେନ ସେନା ମୁତୟନ ନାହାନ୍ତି ସେହି ଅଞ୍ଚଳକୁ ଟାର୍ଗେଟ କରୁଛି ଋଷମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସମ୍ମୁଖରେ ଦୁଷ୍କର୍ମ କରୁଛି ଋଷ ସେନା । ଋଷ ପଶୁ ଭଳି ହିଂସ୍ର ହୋଇପଡିଥିବାରୁ ବାଧ୍ୟ ହୋଇ ୟୁକ୍ରେନ ଛାଡୁଛନ୍ତି ନାଗରିକ ।

ସେହିପରି ହରିୟାଣାର ନବୀନଙ୍କ ମୁତାବକ ଋଷ ସୋଭିଏତ ସମୟରୁ ରଖିଥିବା ରକେଟ୍‌ର ଏବେ ବ୍ୟବହାର କରୁଛି । ଯଦି ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ଯୁଦ୍ଧ ହୁଏ ତେବେ ୟୁକ୍ରେନ ଋଷକୁ ହରାଇ ଦେବଖାରଖିବ ଏଭିଏସନ ଇନଷ୍ଟିଚ୍ୟୁଟରେ ପାଠ ପଢୁଥିବା ନବୀନ ପ୍ରଥମେ ପ୍ରାଦେଶିକ ରକ୍ଷା ବଳରେ ସାମିଲ ହୋଇଥିଲେ । ଯାହାକି ୟୁକ୍ରେନ ସେନା ପାଇଁ ସଂରକ୍ଷଣ ରହିଥାଏ । ସେ ୨୦୨୩ରେ ସେନାରେ ସାମିଲ ହୋଇଥିଲେ । ହେଲେ ବିଦେଶୀ ହେବା କାରଣରୁ ନବୀନଙ୍କୁ ସ୍ବତନ୍ତ୍ର ପ୍ରକ୍ରିୟା ଦେଇ ଚୟନ ହେବାକୁ ପଡିଥିଲାଫ୍ରଣ୍ଟଲାଇନ ପୋଷ୍ଟିଂ ପୂର୍ବରୁ ସେ ଫ୍ରାନ୍ସ, ଜର୍ମାନ ଓ ଇସ୍ରାଏଲ ଠାରୁ ସ୍ବତନ୍ତ୍ର ଟ୍ରେନିଂ ନେଇଥିଲେ । ସେ କହିଛନ୍ତି ପ୍ରତିଦିନ ନୂଆ ଯବାନ ୟୁକ୍ରେନ ସେନାରେ ସାମିଲ ହେଉଛନ୍ତି

ସେପଟେ ନବୀନ ଆଉ ଏଣ୍ଡ୍ରି ୟୁକ୍ରେନ ସେନାର ପ୍ରଶଂସା କରିଛନ୍ତି । ତାଙ୍କ ସାଙ୍ଗରେ କୌଣସି ପ୍ରକାର ଭେଦଭାବ କରିନାହିଁ ୟୁକ୍ରେନ ସେନାୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଏହି ଦୁଇଜଣ ଭାରତ ସରକାରଙ୍କୁ ନିବେଦନ ବି କରିଛନ୍ତିଯୁଦ୍ଧ ଆରମ୍ଭରୁ ସେମାନଙ୍କୁ ୟୁକ୍ରେନ ଛାଡିବା ପାଇଁ ବିକଳ୍ପ ବି ଦିଆଯାଇଥିଲା । କିନ୍ତୁ ବିପଦ ବେଳେ ୟୁକ୍ରେନ ହାତ ଛାଡିବାକୁ ମନା କରିଦେଇଥିଲେ ଏହି ଦୁଇ ଭାରତୀୟ ।

indian army in ukraine warindian community in ukraineindian in ukraine armyindian in ukraine warrush vs ukraine fightrush vs ukraine live newsrush vs ukraine live todayrush vs ukraine today newsrush vs ukraine war todayukraine latest newsukraine latest news today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami