ଦୁନିଆର ସବୁଠାରୁ ଶକ୍ତିଶାଳୀ ବନ୍ଧୁକ: ଗୋଟିଏ ଗୁଳିରେ ଖସିବ ବିମାନ, ଦୁଇ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ

ବ୍ରିଟେନର ସ୍ପେଶାଲ ଫୋର୍ସେସ୍ ଏସଏଏସ ହାତରେ ଲାଗିଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଇଫଲ । ଏହି ରାଇଫଲ ଏତେ ଶକ୍ତିଶାଳୀ ଯେ, ଏହା ଗୋଟିଏ ଗୁଳିରେ ଆକାଶରେ ଉଡୁଥିବା ବିମାନ କିମ୍ବା ହେଲିକପ୍ଟରକୁ ତଳକୁ ଖସାଇ ପାରେ । କେବଳ ଏତିକି ନୁହେଁ ଏହି ରାଇଫଲର ଗୋଟିଏ ଗୁଳି ଯେକୌଣସି ସାଂଜୁଆ ଗାଡିକୁ ଅକ୍ଷମ କରିଦେଇପାରେ । ଏହି ରାଇଫଲର ନାମ ଯେପର୍ଡ ଜିଏମ୬ ଲିଙ୍କସ (Gepard GM6 Lynx) ରଖାଯାଇଛି ।

ହଙ୍ଗେରି ତିଆରି ରାଇଫଲର ରେଂଜ୍ ୨ କିମି

ଡେଲି ମେଲ୍ ରିପୋର୍ଟ ଅନୁସାରେ ହଙ୍ଗେରିରେ ତିଆରି ଏହି ରାଇଫଲର ତୁଳନା ଏହାର ବିନାଶକାରୀ ପ୍ରଭାବ କାରଣରୁ ହାଉତିଜର ତୋପ ସହିତ କରା ଯାଉଛି । ତେବେ ଏହି ବିନାଶକ ରାଇଫଲର ଓଜନ ମାତ୍ର ୧ କିଲୋଗ୍ରାମ । ଏହି ରାଇଫଲର ଦୈର୍ଘ୍ୟ ୪ ଫୁଟରୁ କମ । ଏହାର ଲକ୍ଷ୍ୟଭେଦ ପରିସୀମା ୨ କିଲୋମିଟର

ରାଇଫଲ ନଳି ତୋପ ମୁହଁ ଭଳି କାମ କରିଥାଏ

ଏହି ରାଇଫଲର ବ୍ୟାରେଲ କୌଣସି ତୋପର ମୁହଁ ଭଳି ଝଟକା ସହ୍ୟ କରି ତୁରନ୍ତ ବନ୍ଧୁକ ମଧ୍ୟକୁ ଚାଲିଯାଇଥାଏ । ରାଇଫଲର ରିକ୍ୱାୟର(ଝଟକା) କମ କରିବାର ଏହି ଟେକନିକ୍ ପ୍ରଥମ ଥର ପାଇଁ କୌଣସି ଭାରି ରାଇଫଲରେ ବ୍ୟବହାର କରାଯାଇଛି । ରାଇଫଲର ଝଟକା ତା’ର ଗୁଳିର ଆକାର ଉପରେ ନିର୍ଭର କରିଥାଏ । ରାଉଣ୍ଡ୍ ଯେତେ ବଡ଼ ହେବ ବନ୍ଧୁକର ଝଟକା ସେତେ ଶକ୍ତିଶାଳୀ ହୋଇଥାଏ

ସାଂଜୁଆ ଟ୍ରକକୁ ଅକ୍ଷମ କରିବାକୁ ସକ୍ଷମ

ବ୍ରିଟିଶ ସ୍ପେଶାଲ ଫୋର୍ସର ଜଣେ ସଦସ୍ୟଙ୍କ ଅନୁସାରେ ଜିଏମ୬ କୁ ସାଥିରେ ରଖିବା ଛୋଟିଆ ତୋପକୁ ପାଖରେ ରଖିବା ସହିତ ସମାନ । ସୈନିକ ଏହା ହାଉତିଜର କୁହନ୍ତି । ଏହାର ଗୋଟିଏ ରାଉଣ୍ଡ ମାଡରେ ଆର୍ମଡ୍ ପ୍ଲେଟେଡ୍ ଟ୍ରକ୍ ମଧ୍ୟ ଅକ୍ଷମ ହୋଇଯାଏ । କୁହାଯାଉଛି ଯେ, ଏହି ରାଇଫଲ ପାଖରେ ରଖିଥିବା ଟିମ୍ ୬ରୁ ଅଧିକ ବିମାନ ଓ ହେଲିକପ୍ଟରକୁ ରୋକିବାରେ ସକ୍ଷମ ହେବେ ।

ଗୋଟିଏ ରାଇଫଲର ଦାମ ୯ ଲକ୍ଷ ଟଙ୍କା

ଏହି ରାଇଫଲର ମୂଲ୍ୟ ୯ ଲକ୍ଷ ୧୧ ହଜାର ଟଙ୍କା ଆକାରରେ ଛୋଟ ହୋଇଥିବାରୁ ଏହାକୁ ଯୁଦ୍ଧ କାଳରେ କେଉଁଠିକି ମଧ୍ୟ ନେଇ ଯାଇହେବ । ଏହାକୁ ଯୁଦ୍ଧ କାଳରେ ପାରାସୁଟ ଜରିଆରେ ତଳକୁ ନେଇ ହେବ । ଏହି ରାଇଫଲରେ .୫୦ କାଲିବର ରାଫସ ଏମକେ ୨ ବୁଲେଟ ବ୍ୟବହାର ହୋଇଥାଏ । ଏହାର ଗୋଟିଏ ମାଗାଜିନରେ ଏଭଳି ୫ ଗୁଳି ଥାଏଏହି ୫ ଗୁଳିକୁ ମାତ୍ର ୩ ସେକେଣ୍ଡରେ ଫାୟାର କରାଯାଇପାରେ

ବ୍ରିଟେନ୍ କିଣିଛି ୧୫୦ ରାଇଫଲ

ବ୍ରିଟେନ୍ ତା’ର ସ୍ପେଶାଲ ଫୋର୍ସେସ ପାଇଁ ଏହି ରାଇଫଲରୁ ୧୫୦ ହଙ୍ଗେରିଠାରୁ କିଣିଛି । କୁହାଯାଉଛି ଯେ, ବ୍ରିଟେନ ସେନା ଏହି ରାଇଫଲକୁ ସିରିଆ ଓ ଇରାକରେ ବ୍ୟବହାର କରି ସାରିଛି । ତେବେ ବ୍ରିଟେନ୍ ପ୍ରତିରକ୍ଷା ବିଭାଗ ଏଭଳି ଦାବି ଉପରେ କିଛି ମଧ୍ୟ ଟିପ୍ପଣୀ କରିନାହିଁ

£9k rifleblast helicoptersbritains special force SASdaily mail reportgepard gm6 lynxgreat britainhowitzer tankhungary made riflemeasuring less than four feet longpowerful gunpowerful riflerifle costs 9 lakhs aboveSAS special forceSpecial Reconnaissance Regimentweighing 23lbweighs 1 kgଓଜନ ମାତ୍ର ୧ କିଲୋଗ୍ରାମଡେଲି ମେଲ୍ ରିପୋର୍ଟ ଅନୁସାରେବ୍ରିଟେନର ସ୍ପେଶାଲ ଫୋର୍ସେସ୍ ଏସଏଏସରାଇଫଲର ଦାମ ୯ ଲକ୍ଷ ଟଙ୍କାହଙ୍ଗେରି ତିଆରି ରାଇଫଲହାଉତିଜର ତୋପ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami