ସେକ୍ସ ପାଗଳ ଥିଲା ଏହି ଦେଶର ରାଜା, ନିଜ ଗୁଇନ୍ଦା ଏଜେନ୍ସି ଦେଇଥିଲା ଝିଅ ହର୍ମୋନ୍ ବାଲା ଇଂଜେକ୍ସନ୍ !

ସ୍ପେନର ରାଜା ଜୁଆନ୍ କାର୍ଲୋସକୁ ତାଙ୍କରି ଦେଶର ଗୁଇନ୍ଦା ଏଜେନ୍ସି ଝିଅ ହର୍ମୋନ୍ ବାଲା ଇଂଜେକ୍ସନ ଦେଇଥିଲା । କୁହାଯାଏ ଯେ, ରାଜା କାର୍ଲୋସ୍ ଝିଅ ପାଗଳ ଥିଲେ । ସେକ୍ସ ଥିଲା ତାଙ୍କ ନିଶାପାଖାପାଖି ୫ ହଜାର ମହିଳାଙ୍କ ସହିତ ଥିଲା ତାଙ୍କର ଯୌନ ସମ୍ବନ୍ଧ । ଏତେ ସଂଖ୍ୟାରେ ମହିଳାଙ୍କ ସହିତ ସମ୍ପର୍କ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିଲା । ଏହି କାରଣରୁ ଗୁଇନ୍ଦା ଏଜେନ୍ସି ଦେଶର ନିର୍ବାସିତ ରାଜାଙ୍କୁ ଅଲଗା ଦେଶରେ ମହିଳା ହର୍ମୋନ ବାଲା ଇଂଜେକ୍ସନ ଲଗାଇଥିଲେ । ଏଭଳି ଦାବି କରିଛନ୍ତି ସ୍ପେନର ଜଣେ ପୂର୍ବତନ ପୋଲିସ ପ୍ରମ୍ମୁଖ । ଯାହାଙ୍କ ବିରୋଧରେ ଚାଲିଥିବା ବ୍ଲାକମେଲିଂ ଓ ଦୁର୍ନୀତି ଅଭିଯୋଗର ଶୁଣାଣି ଚାଲିଛି । ସଂସଦୀୟ କମିଟି ଆଗରେ ଏହି ପୋଲିସ ପ୍ରମ୍ମୁଖ ଏଭଳି ଦାବି କରିଛନ୍ତି

ପୂର୍ବ ପୋଲିସ ପ୍ରମ୍ମୁଖଙ୍କ ଅଭିଯୋଗ

ଦ ଟାଇମ୍ସ ଅନୁସାରେ ସ୍ପେନର ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସେଣ୍ଟର ରାଜା କାର୍ଲୋସଙ୍କ ସେକ୍ସ ଇଛାକୁ ଦମନ କରିବାକୁ ତାଙ୍କୁ ମହିଳା ହର୍ମୋନ ଓ ଟେଷ୍ଟୋଷ୍ଟରୋନ ବ୍ଲକର୍ସ ଇଂଜକସନ୍ ଗୁପ୍ତ ଭାବରେ ଦେଇଥିଲା । ଏସବୁ ରାଜାଙ୍କ ଅଜାଣତରେ ହୋଇଥିଲାରାଜାଙ୍କ ସେକ୍ସ ଭୋକ ସେ ସମୟରେ ଦେଶ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା

ପୋଲିସ ମୁଖ୍ୟଙ୍କ ଅଭିଯୋଗ ଯେ, ଏହି ଅପରେସନ୍ ପଛରେ ଗୁଇନ୍ଦା ଏଜେନ୍ସିର ପୂର୍ବତନ ମୁଖ୍ୟ ଓ ସମ୍ରାଟଙ୍କ ବିଶ୍ୱସ୍ତ ଫେଲିକ୍ସ ସେନ୍ଜ ରୋଲ୍ଡନଙ୍କ ମୁଣ୍ଡ ଥିଲା । ତାଙ୍କରି କହିବା ପରେ ରାଜା କାର୍ଲୋସଙ୍କୁ ଇଂଜକସନ୍ ଦିଆଯାଇଥିଲା । ତେବେ ରୋଲ୍ଡେନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଏବାବଦରେ ରାଜାଙ୍କ ପୂର୍ବତନ ପତ୍ନୀ କୋରିନ୍ନା ଜୁ ସାୟନଙ୍କଠାରୁ ଶୁଣିଥିଲି

ସେକ୍ସ ଆଡିକ୍ଟ ରାଜା

ଏବେ ରାଜା କାର୍ଲୋସ ନିର୍ବାସନରେ ଆବୁଧାବିରେ ରହୁଛନ୍ତି । ସେଠାରେ ସେ ଗୋଟିଏ ଲଗଜରି ହୋଟେଲରେ ରହୁଛନ୍ତି । ରାଜାଙ୍କ ବିରୋଧରେ ସେକ୍ସ ଆଡିକ୍ଟ ହେବାର ଅଭିଯୋଗ ଆଗରୁ ଆସିଛି । ପୂର୍ବରୁ ଜଣେ ସ୍ପେନିସ ଲେଖକ ଅମାଦେଓ ମାର୍ଟିନେଜ୍ ‘ଜୁଆନ୍ କାର୍ଲୋସ : ଦି କିଙ୍ଗ୍ ଅଫ ୫ ୦୦୦ ଲଭର୍ସ’ ନାମକ ପୁସ୍ତକ ଲେଖି ଏଭଳି ଅଭିଯୋଗ ଆଣିଥିଲେ । ଏହି ବହିରେ ସେ ରାଜାଙ୍କୁ ସେକ୍ସ ଆଡିକ୍ଟ ବୋଲି କହିଥିଲେ ।

ହଜାର ହଜାର ମହିଳାଙ୍କ ସହିତ ଥିଲା ସମ୍ପର୍କ

ପୁସ୍ତକରେ ଦାବି କରାଯାଇଥିଲା ଯେ, କେବଳ ୬ ମାସର ଅବଧିରେ ରାଜା ଜୁଆନ କାର୍ଲୋସ ୬୨ ଜଣ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲେ । ୧୯୭୬ ଓ ୧୯୯୪ ମଧ୍ୟରେ ରାଜା ୨ ହଜାର ୧୫୪ ଜଣ ମହିଳାଙ୍କ ସହିତ ସେକ୍ସ କରିଥିଲେ । ସ୍ପେନ ଐତିହାସିକ ମାର୍ଟିନେଜ୍ ଇଙ୍ଗଲସଙ୍କ ଅନୁସାରେ କାର୍ଲୋସ ଇଂଲଣ୍ଡର ରାଜକୁମାରୀ ପ୍ରିନ୍ସ ଡାଏନାଙ୍କୁ ମଧ୍ୟ ପଟାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସଫଳ ହୋଇ ପାରିନଥିଲେ

Belgian governess Liliane SartiauDanish-German philanthropist Corinna Larsenengland princess prince dianainjected with female hormonesItalian princess Maria Gabriela de Saboyajuan carlosNational Intelligence Center the Spanish intelligence agencyspain king juan carlosSpanish secret serviceSpanish singer Sara Montielthe king of 5000 loversthe times reportଇଂଲଣ୍ଡର ରାଜକୁମାରୀ ପ୍ରିନ୍ସ ଡାଏନାଗୁଇନ୍ଦା ଏଜେନ୍ସିଝିଅ ହର୍ମୋନ୍ ବାଲା ଇଂଜେକ୍ସନଦ ଟାଇମ୍ସ ଅନୁସାରେଦି କିଙ୍ଗ୍ ଅଫ ୫ ୦୦୦ ଲଭର୍ସରାଜାଙ୍କ ପୂର୍ବତନ ପତ୍ନୀ କୋରିନ୍ନାସ୍ପେନର ଗୁଇନ୍ଦା ଏଜେନ୍ସି ନ୍ୟାସନାଲ ଇଣ୍ଟେଲିଜେନ୍ସ ସେଣ୍ଟରସ୍ପେନର ରାଜା ଜୁଆନ୍ କାର୍ଲୋସ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami