ଭ୍ୟାକ୍ସିନ୍ ଟ୍ରାଏଲରେ କେଉଁ ସବୁ ଜୀବଜନ୍ତୁଙ୍କ ଉପରେ ହୋଇଥାଏ ପରୀକ୍ଷଣ ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ପ୍ରତିବର୍ଷ 25 ଲକ୍ଷ ଲୋକଙ୍କ ଜୀବନ ଅଲଗା ଅଲଗା ଟିକା କାରଣରୁ ବଂଚିଥାଏ । ଶହ ଶହ ବର୍ଷ ଧରି ମାନବ ସ୍ୱାସ୍ଥ୍ୟ ଓ ରୋଗ ସମ୍ୱନ୍ଧରେ ସୂଚନା ସଂଗ୍ରହ ପାଇଁ ପଶୁଙ୍କ ବ୍ୟବହାର ହୋଇ ଆସୁଛି ।  ଇତିହାସ ଅନୁସାରେ ଖ୍ରୀଷ୍ଟ ଜନ୍ମର 350 ବର୍ଷ ତଳେ ପ୍ରଥମ ଥର ପାଇଁ ମଣିଷ କୌଣସି ପଶୁ ଉପରେ ପ୍ରୟୋଗ କରିଥିଲା । ପ୍ରଥମ ଥର ପାଇଁ କୌଣସି ରୋଗର କାରଣ ଜାଣିବା ପାଇଁ ଘୁଷୁରୀ ଉପରେ ବୈଜ୍ଞାନିକ ପରିକ୍ଷଣ ହୋଇଥିଲା । ତେବେ ଉନ୍ନବିଂଶ ଶତାବ୍ଦୀର ଆରମ୍ଭ ସହିତ ଟିକା ତିଆରି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଯେଉଁଥିପାଇଁ ପଶୁଙ୍କ ବ୍ୟବହାର ଆରମ୍ଭ ହୋଇଥିଲା

ଟିକାକରଣ ପୂର୍ବରୁ ଟ୍ରାଏଲ କାଳରେ ଘୋଡା ଉପରେ ଟିକାର ପରିକ୍ଷଣ ହୋଇଥାଏ । ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ପାଇଁ ତିଆରି ହେଉଥିବା ଟିକାର ଟ୍ରାଏଲ ଘୋଡା ଉପରେ ହୋଇଥାଏ ।  ଏହାର କାରଣ ହେଉଛି ଘୋଡା ଅଧିକ ବର୍ଷ ପର୍ଯ୍ୟନ୍ତ ବଂଚିଥାଏ । ତେବେ ଘୋଡା ଉପରେ ଟିକାର ପ୍ରୟୋଗ ସୀମିତ ଉପାୟରେ ହୋଇଥାଏ । ଏଥିରୁ ଅନେକ ତଥ୍ୟ ମିଳିଥାଏ । ଯେମିତି ଇନଫ୍ଲୁଏଞ୍ଜା ଟିକା ତିଆରି ବେଳେ ଘୋଡା ଉପରେ ଟ୍ରାଏଲରୁ ଏହା ଜଣା ପଡିଥିଲା ଯେ, ଟିକାକୁ କେତେ ତାପମାତ୍ରାରେ ରଖିଲେ ଏହା ଅଧିକ ଦିନ ସୁରକ୍ଷିତ ରହିବ ।

ଗିନି ପିଗିର ନାମ ଆପଣ ନିଶ୍ଚୟ ଶୁଣିଥିବେ । ଅନେକ ବର୍ଷ ଧରି ଟିକା କିମ୍ବା ଅନ୍ୟ ଔଷଧ ଟ୍ରାଏଲରେ ଗିନିପିଗିର ବ୍ୟବହାର ହୋଇ ଆସୁଛି । ବିଶେଷକରି ବ୍ୟାକ୍ଟେରିଆ କାରଣରୁ ହେଉଥିବା ସଂକ୍ରମଣର ଔଷଧ କିମ୍ବା ଟିକା ତିଆରି ବେଳେ ଗିନିପିଗି ଉପରେ ପରିକ୍ଷଣ ହୋଇଥାଏ । 1980 ମସିହାରେ ଇବୋଲା ଭାଇରସ ଆରମ୍ଭ କାଳରେ ଟିକା ତିଆରିରେ ଗିନିପିଗିର ଉପଯୋଗ ହୋଇଥିଲା ।  ଅବଶ୍ୟ ଏହି ପରିକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇନଥିଲା

ସେହିଭଳି ଟିକା ପରିକ୍ଷଣରେ ମାଙ୍କଡଙ୍କ ବ୍ୟବହାର ମଧ୍ୟ ଅତି ସାଧାରଣ କଥା । ଟିକାର ଯାଂଚ ସହିତ ଏହାର ଉତ୍ପାଦନରେ ମାଙ୍କଡଙ୍କ ଉପଯୋଗ ହୋଇଥାଏ । ଭାଇରସ କାରଣରୁ ହେଉଥିବା ରୋଗର ଏହି ପଶୁ ଅଧିକ କାମରେ ଆସିଥାଏ ।  କାରଣ ଏହାର ଶରିରରେ ପ୍ରାକୃତିକ ଭାବେ ଭାଇରସ ଲୋଡ୍ ବହୁତ କମ ହୋଇଥାଏ । ଏଚଆଇଭି ଠାରୁ କରୋନା ଭାଇରସର ଟିକା ଟ୍ରାଏଲରେ ମାଙ୍କଡଙ୍କ ଏକ ବିଶେଷ ପ୍ରଜାତି ଉପରେ କରାଯାଇଥିଲା । ଏହି ପ୍ରୟୋଗ ଚୀନର ସିନୋଭେକ୍ ବାୟୋଟେକ୍ କମ୍ପାନୀ ବେଜିଂରେ କରିଥିଲା ।

ସେହିଭଳି ଟିକା ବିକଶିତ କରିବା ଦିଗରେ ମୁଶା ମଧ୍ୟ ଅଧିକ କାମରେ ଆସିଥାନ୍ତି । ଟିକା ଟ୍ରାଏଲ କାଳରେ ପ୍ରଥମେ ଟିକା ମୁଶାଙ୍କୁ ଦିଆ ଯାଇଥାଏ । ଆଜିକାଲି ଇମ୍ୟୁନୋଥେରାପିରେ ମଧ୍ୟ ଏହାର ଉପଯୋଗ ହେଉଛି । ଉଦାହରଣ ସ୍ୱରୁପ କ୍ୟାନସର ଟିକା ପରିକ୍ଷଣକୁ ନିଆଯାଉ । ପରିକ୍ଷଣ କାଳରେ ମୁଶାଙ୍କ ଟ୍ୟୁମରରେ ଦୁଇଟି ଏଭଳି ଟିକା ଲଗାଯାଉଛି, ଯାହା ରୋଗପ୍ରତିରୋଧକ ଶକ୍ତି ବଢାନ୍ତି । ଏହି ପ୍ରୟୋଗ ସଫଳ ହୋଇଥିବା ଦାବି କରାଯାଉଛି । ଟିକା ପାଇଁ ପ୍ରାୟ 97 ପ୍ରତିଶତ ଟ୍ୟୁମର ନଷ୍ଟ ହୋଇଥିବା  ଦାବି କରିଛନ୍ତି ବୈଜ୍ଞାନିକ । ବ୍ଲଡ୍ କ୍ୟାନସର, ବ୍ରେଷ୍ଟ କ୍ୟାନସ ଓ କୋଲୋନ୍ କ୍ୟାନସରରେ ଏବେ ଏହି ଟିକା ଟ୍ରାଏଲ ଫେଜରେ ଅଛି । 

ମୁଶାଙ୍କ ବ୍ୟବହାର ଜିନ୍ ମ୍ୟୁଟେଶନକୁ ବୁଝିବା ପାଇଁ ମଧ୍ୟ ହେଉଛି । ଅନେକ ସମୟରେ ମହିଳାଙ୍କ ଶରିରରେ ଜିନ୍ ମ୍ୟୁଟେଶନ୍ କାରଣରୁ ବ୍ରେଷ୍ଟ କିମ୍ବା ଓଭେରି କ୍ୟାନସରର ଆଶଙ୍କା ବଢିଯାଇଥାଏ । ଏହାକୁ ବୁଝିବା ପାଇଁ ମାଇ ମୁଶାଙ୍କ ଉପରେ ପ୍ରୟୋଗ ହେଉଛି । ଆଶା କରାଯାଉଛି ଯେ, ଖୁବଶୀଘ୍ର କ୍ୟାନସର ପାଇଁ ଟିକା ଆସିବ । ଆହୁରି ମଧ୍ୟ ଆଣ୍ଟି ଏଲର୍ଜି ଔଷଧ ତିଆରି ପାଇଁ ମୁଶାଙ୍କ ଉପରେ ଟ୍ରାଏଲ କରାଯାଉଛି ।

ଏହି ପଶୁଙ୍କ ଛଡା ମେଣ୍ଢାକୁ ମଧ୍ୟ ଟିକା ପରିକ୍ଷଣ ପାଇଁ ବ୍ୟବହାର କରାଯାଉଛି । ଟ୍ରାଏଲ ଯେତେବେଳେ ବ୍ୟାପକ ହୋଇଥାଏ ସେତେବେଳ ଖର୍ଚ୍ଚ ବଢିଯାଏ । ଖର୍ଚ୍ଚ କମାଇବା ପାଇଁ ମେଣ୍ଢାଙ୍କ ଉପାରେ ଟ୍ରାଏଲ କରାଯାଏ । ଏଭଳି ଭାଇରସ ଯାହା ମ୍ୟୁକସ ମେମ୍ବ୍ରନ ଜରିଆର ମାନବ ଶରିରକୁ ପ୍ରବେଶ କରିଥାଏ ସେହି ଭାଇରସ ପାଇଁ ଯେଉଁ ଟିକା ପ୍ରସ୍ତୁତି ଚାଲିଛି ତାହାର ଟ୍ରାଏଲ ମେଣ୍ଢାଙ୍କ ଉପରେ ହେଉଛି । ସୂଚନାଯୋଗ୍ୟ ଯେ, କରୋନା ଭାଇରସ ମଧ୍ୟ ମ୍ୟୁକସ ମେମ୍ବ୍ରନ ଜରିଆରେ ମାନବ ଶରିରକୁ ଆକ୍ରମଣ କରୁଛି । ମ୍ୟୁକସ ମେମ୍ବ୍ରନ୍ ହେଉଛି ନାକ, ମୁହଁ, ଆଖି ।

are covid-19 vaccines being tested on animalsbreast cancercancer vaccinecorona viruscovid vaccine animal trials resultsebola virusfirst covid-19 vaccine test on animals successfulgene mutationguinea pigimmunotherapyinfluenza vaccinemucous membraneovary cancersinovac biotech companytumorvaccine trialvaccine trial on lambsvaccine trials on horsesvaccine trials on monkeyvaccine trials on mousevaccine trials on pigsWHOworld health organizationଆଣ୍ଟି ଏଲର୍ଜି ଔଷଧଇନଫ୍ଲୁଏଞ୍ଜା ଟିକାଇବୋଲା ଭାଇରସଇମ୍ୟୁନୋଥେରାପିଔଷଧ ଟ୍ରାଏଲଗିନି ପିଗିଘୁଷୁରୀଘୋଡାଚୀନର ସିନୋଭେକ୍ ବାୟୋଟେକ୍ କମ୍ପାନୀଜିନ୍ ମ୍ୟୁଟେଶନ୍ଟିକାର ପରିକ୍ଷଣଟ୍ୟୁମର ନଷ୍ଟପଶୁଙ୍କ ବ୍ୟବହାରବିଶ୍ୱ ସ୍ୱାସ୍ଥ୍ୟ ସଂଗଠନବୈଜ୍ଞାନିକ ପରିକ୍ଷଣମାଙ୍କଡଙ୍କ ବ୍ୟବହାରମେଣ୍ଢାକୁ ମଧ୍ୟ ଟିକା ପରିକ୍ଷଣମ୍ୟୁକସ ମେମ୍ବ୍ରନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami