ବ୍ରିଟିଶ ରୟାଲ ମିଣ୍ଟ୍ ଜାରି କଲା ପ୍ରଥମ ଥର ପାଇଁ ଦେବୀ ଲକ୍ଷ୍ମୀଙ୍କ ଆକୃତି ଥିବା ଗୋଲ୍ଡ୍ ବାର

ଧନତେରାସରେ ଭାରତୀୟ ମାନେ ସୁନା କିଣନ୍ତି । କେବଳ ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଯେଉଁଠି ବି ଭାରତୀୟ ରୁହନ୍ତି ସେଠାରେ ସେମାନେ ସୁନା କିଣିବାକୁ ଭୁଲନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ବ୍ରିଟିଶ ରୟାଲ ମିଣ୍ଟ୍ ପ୍ରଥମଥର ପାଇଁ ଏମିତି ଏକ ଗୋଲ୍ଡ୍ ବାର ଲଂଚ୍ କରିଛି ଯେଉଁଥିରେ ରହିଛି ଦେବୀ ଲକ୍ଷ୍ମୀଙ୍କ ଆକୃତି

ମିଳିଥିବା ସୂଚନା ମୁତାବକ ଏହି ଲକ୍ଷ୍ମୀ ବାରରେ ୨୦ ଗ୍ରାମର ୯୯୯.୯ ସୁନା ରହିଛି, ଯେଉଥିରେ ଦେବୀ ଲକ୍ଷ୍ମୀଙ୍କ ଆକୃତି ରହିଛି । ଏହାକୁ ଡିଜାଇନର ଇମା ନୋବଲ ଡିଜାଇନ୍ କରିଛନ୍ତି । ଇମା ନୋବେଲ ଏଥିପାଇଁ କାର୍ଡିଫର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରର ସହଯୋଗ ନେଇଥିଲେ ।

ବୁଧବାରଠାରୁ ରୟାଲ ମିଣ୍ଟ୍ ବାରରେ ଉପଲବ୍ଧ

ଏହି ଗୋଲ୍ଡ ବାରର ମୁଲ୍ୟ ୧ ଲକ୍ଷ ଟଙ୍କା ରହିଛି । ୟୁକେ ସମୟ ଅନୁସାରେ ବୁଧବାର ସକାଳ ୯ରୁ ରୟାଲ ମିଣ୍ଟର ୱେବସାଇଟରେ ଏହା ଉପଲବ୍ଧ ହୋଇଛି । ରୟାଲ ମିଣ୍ଟ୍ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ଡିଜାଇନ୍ ଉପରେ କାର୍ଯ୍ୟ କରିଛି । ସୂଚନା ଅନୁସାରେ ୪ ନଭେମ୍ବର (ଦିପାବଳୀ)ରେ ଲକ୍ଷ୍ମୀପୂଜା ଅବସରରେ ମିଣ୍ଟ୍ ଅଧିକାରୀଙ୍କ ଉପସ୍ଥିତିରେ ବାରକୁ ଶ୍ରୀ ସ୍ୱାମୀନାରାୟମ ମନ୍ଦିରରେ ରଖାଯିବ

ଏମିତି ବାର’ର ଡିଜାଇନ୍

ରୟାଲ ମିଣ୍ଟ୍ ନିର୍ଦ୍ଦେଶକ ଏଣ୍ଡ୍ରୟୁ ଡିକି କହିଛନ୍ତି ଯେ, ଦିପାବଳି ଅବସରରେ ସୁନାକୁ ଉପହାର ଭାବେ ଦେଖା ଯାଇଥାଏ । ଏହି ବାର ସୁନ୍ଦର ହେବା ସହିତ ପରମ୍ପରା ସହିତ ସାମଂଜସ୍ୟ ରଖୁ ବୋଲି ଆମେ ଚାହୁଁଥିଲୁ । ଏହି ଡିଜାଇନରେ ଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ହସ୍ତରେ ମଧ୍ୟ ପଦ୍ମ ଫୁଲ ରହିଛି । ଅନ୍ୟପକ୍ଷରେ ପ୍ୟାକେଜିଂରେ ଓମ୍ ପ୍ରତୀକ ମଧ୍ୟ ରହିଛି ।

20 grams 999.9 carat goldbritish royal mintDevi LaxmiDhanterasDiwaliemma novelGoddess LakshmiGoddess Lakshmi standing on Lotus flowergold barLaxmi PoojaLotus flowerroyal mint director andrew dickeyroyal mint websiteswamy narayan temple in cardiffକାର୍ଡିଫର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରରଗୋଲ୍ଡ୍ ବାରଡିଜାଇନର ଇମା ନୋବଲଦେବୀ ଲକ୍ଷ୍ମୀଙ୍କ ଆକୃତିଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଉପରେ ଛିଡା ହୋଇଥିବାଧନତେରାସବ୍ରିଟିଶ ରୟାଲ ମିଣ୍ଟ୍ରୟାଲ ମିଣ୍ଟର ୱେବସାଇଟରୟାଲ ମିଣ୍ଟ୍ ନିର୍ଦ୍ଦେଶକ ଏଣ୍ଡ୍ରୟୁ ଡିକିଲକ୍ଷ୍ମୀ ବାରରେ ୨୦ ଗ୍ରାମର ୯୯୯.୯ ସୁନାଲକ୍ଷ୍ମୀପୂଜା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami