ନେତାଙ୍କ ଭାଗ୍ୟ ପରୀକ୍ଷା: କିଏ ହାତେଇବେ କ୍ଷମତା

ଭୁବନେଶ୍ୱର: ମଙ୍ଗଳବାର ଲୋକସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଚାଲିଛି ନେତାଙ୍କ ଭାଗ୍ୟ ପରୀକ୍ଷା । କିଏ ହାତେଇବେ କ୍ଷମତା ? ଲୋକସଭାରେ ମୋଟ ୫୪୩ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୨୭୨ । କିଏ କ୍ଷମତା ଦଖଲ କରିବ ତାହା ଭୋଟ ଗଣତି ପରେ ଜଣାପଡ଼ିବ । ଓଡ଼ିଶା ବିଧାନସଭାରେ ୧୪୭ ଆସନ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୭୪ ରହିଛି ।

କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି

ଭୋଟ ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା ଭିତରେ ଚାଲିଛି ଗଣତି । କେନ୍ଦ୍ରରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଆଜି ସକାଳୁ ସକାଳୁ ବିଭିନ୍ନ ଭୋଟ୍ ଗଣତି କେନ୍ଦ୍ରରେ ଭିଡ଼ ଜମିବାରେ ଲାଗିଛି । ରାଜ୍ୟରେ ୬୦ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏକ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି । ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍ ମୁତୟନ କରାଯାଇଛି । ଗୃହ ବିଭାଗ ଅନୁରୋଧକ୍ରମେ ସୁରକ୍ଷାକର୍ମୀ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ ।ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ ସହିତ ସିସିଟିଭି ମନିଟରିଂ ବ୍ୟବସ୍ଥା ହୋଇଛି । ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି । ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ।

election 2024election counting
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami