ପ୍ରଫେଟ୍ ମହମ୍ମଦଙ୍କ ବାବଦରେ ବିବାଦୀୟ ଟିପ୍ପଣୀ କରି ତେଲେଙ୍ଗାନାର ଗୋଶମହଲର ବିଜେପି ବିଧାୟକ ଟି ରାଜା ସିଂହ ଗିରଫ ହୋଇଥିଲେ । ପରେ ପରେ ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି । ପାର୍ଟି ପକ୍ଷରୁ ୧୦ ଦିନ ମଧ୍ୟରେ ତାଙ୍କୁ ଜବାବ ଦେବାକୁ କୁହାଯାଇଛି । ଏହା ଭିତରେ ସୋସିଆଲ ମିଡ଼ିଆର ଟ୍ରେଣ୍ଡ୍ କରୁଛନ୍ତି ରାଜା ସିଂହ । କିଛି ରାଜାଙ୍କ ସମର୍ଥନରେ ଯଦି ଟ୍ୱିଟ୍ ,ପୋଷ୍ଟ୍ କରୁଛନ୍ତି ତ’ କିଛି ତାଙ୍କ ବିରୋଧରେ । ରାଜାଙ୍କ ସମର୍ଥକ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରୁଛନ୍ତି । ଆସନ୍ତୁ ଜାଣିବା ମାମଲା କ’ଣ ଥିଲା ଓ କାହିଁକି ରାଜାଙ୍କୁ ତାଙ୍କ ନିଜ ଦଳ ବାହାର ରାସ୍ତା ଦେଖାଇଛି..
ମୁନାବର ଫାରୁକିକୁ ପିଟିବାକୁ ଦେଇଥିଲେ ଧମକ
ଅଗଷ୍ଟ ୨୦ ତାରିଖରେ କମେଡ଼ିଆନ ମୁନାବର ଫାରୁକୀଙ୍କର ହାଇଦ୍ରାବାଦର ମାଧାପୁରାରେ ‘ଡୋଙ୍ଗରି ଟୁ ନୋହୋୟାର’ ସୋ’ ଆୟୋଜିତ ହୋଇଥିଲା । ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରି ଆଗରୁ ବିବାଦରେ ଥିବା ଫାରୁକୀଙ୍କୁ ରାଜା ଟାର୍ଗେଟ୍ କରିଥିଲେ । ଫାରୁକୀଙ୍କୁ ସୋ’ କରିବାକୁ ଅନୁମତି ନେଦେବା ପାଇଁ ସେ ଦାବି କରିଥିଲେ । ଆୟୋଜନ ସ୍ଥଳରେ ଫାରୁକୀକୁ ପିଟିବା ପାଇଁ ସେ ଧମକ ମଧ୍ୟ ଦେଇଥିଲେ । ଫଳରେ ପୋଲିସ ଆଗୁଆ ରାଜାଙ୍କୁ ଅଟକ ରଖିଥିଲା । ସୋ’ ସ୍ଥଳରୁ ତାଙ୍କର କିଛି ସମର୍ଥକଙ୍କୁ ମଧ୍ୟ ପରେ ପୋଲିସ ଗିରଫ କରିଥିଲା । ଫାରୁକୀଙ୍କୁ ସୋ’ କରିବାକୁ ଅନୁମତି ଦେଇ କ୍ଷମତାରେ ଥିବା ତେଲେଙ୍ଗାନା ରାଷ୍ଚ୍ର ସମିତି ହିନ୍ଦୁଙ୍କ ଅପମାନ କରୁଛି ବୋଲି ରାଜା ଅଭିଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଫାରୁକୀଙ୍କ ଏହି ସୋ’ ବାଙ୍ଗାଲୋରରେ ହେବାର ଥିଲା । କିନ୍ତୁ ସେଠାକାର ବିଜେପି ସରକାର ସୋ’କୁ ଅନୁମତି ଦେଇନଥିଲେ । ଏହାପରେ ଏହି ସୋ’ ହାଇଦ୍ରାବାଦରେ ହୋଇଥିଲା । କୁହାଯାଉଛି ଯେ, ହାଇଦ୍ରାବାଦରେ ସୋ’ କରିବାକୁ ଟିଆରଏସ୍ କାର୍ଯ୍ୟକାରୀ ସଭାପତି ଓ ମନ୍ତ୍ରୀ କେ.ଟି ରାମାରାଓ ଫାରୁକୀଙ୍କୁ ନିମନ୍ତ୍ରମ କରିଥିଲେ ।
ଭିଡିଓ ଜାରି କରି ଦେଇଥିଲେ ବିବାଦୀୟ ବୟାନ
ସୋ’କୁ ନେଇ ରାଜା ସିଂହ ଏକ ଭିଡିଓ ଜାରି କରିଥିଲେ । ସୋମବାର ଦିନ ଜାରି ଏହି ଭିଡିଓରେ ତଥାକଥିତ ଭାବେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ୍ କରାଯାଇଥିଲା । ଭିଡିଓରେ ରାଜା ସିଂହ ଫାରୁକୀ ଓ ତାଙ୍କ ମା’ଙ୍କ ବିରୋଧରେ ଟିପ୍ପଣୀ କରିଥିଲେ । ରାଜାଙ୍କ ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହାପରେ ରାଜାଙ୍କ ଗିରଫଦାରୀ ଦାବି ଜୋର ଧରିଥିଲା । ପରେ ମଙ୍ଗଳବାର ଦିନ ରାଜାଙ୍କୁ ଗିରଫ କରାଯାଇଥିଲା ।
ଗିରଫ ହେବା ପରେ କ’ଣ କହିଲେ ରାଜା ?
ରାଜା ଗିରଫ ହେବା ପରେ କହିଥିଲେ ଯେ,ମୋ ଭିଡିଓକୁ ସୋସିଆଲ ମିଡିଆ ସାଇଟରୁ ହଟାଇ ଦିଆଯାଇଛି । ମୁଁ ମୁକ୍ତ ହେବା ପରେ ଭିଡିଓର ସେକେଣ୍ଡ୍ ପାର୍ଟ୍ ଅପଲୋଡ୍ କରିବି । ମୁଁ ଜାଣିନି ଯେ,ପୋଲିସ କ’ଣ କରିବାକୁ ଯାଉଛି । ମୁଁ ଯାହା ସବୁ କରୁଛି ନିଜ ଧର୍ମ ପାଇଁ କରୁଛି । ମୁଁ ଧର୍ମ ପାଇଁ ମରିବା ଲାଗି ମଧ୍ୟ ପ୍ରସ୍ତୁତ ଅଛି । ଆମ ରାମ ରାମ ନୁହନ୍ତି,ଆମ ସୀତା ସୀତା ନୁହନ୍ତି ? ମୁଁ ଡିଜିପିଙ୍କୁ ହାତଯୋଡି ଅନୁରୋଧ କରିଥିଲି ଯେ, ରାମ ଓ ସୀତାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିବା କମେଡିଆନକୁ ସୋ’ କରିବା ଲାଗି ଅନୁମତି ଦିଆ ନଯାଉ ।
ଗିରଫଦାରୀ ପରେ ଦଳରୁ ନିଲମ୍ବିତ ହେଲେ ରାଜା ସିଂହ,ଜାଣନ୍ତୁ ବିବାଦର ମୁଳମଂଜି କ’ଣ ?