ଅଲମ୍ପିକ୍ସରେ ମାନବତାର ଉଦାହରଣ, ଏକା ସ୍ୱର୍ଣ୍ଣ ପଦକ ନେବାକୁ ମନା କଲେ ପ୍ରତିଦ୍ୱନ୍ଦ୍ୱୀ

ଦୁନିଆରେ ସବୁ ଖେଳାଳୀଙ୍କ ସ୍ୱପ୍ନ ହେଉଛି ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା । ଏହା ହେଉଛି କ୍ରୀଡା ଜଗତର ମହାକୁମ୍ଭ । ଯେଉଁଠି ପଦକ ଜିତିବା ଅର୍ଥ ହେଉଛି ବିଶ୍ୱ ଆଗରେ ନିଜର ଶ୍ରେଷ୍ଠତା ଜାହିର କରିବା । ପଦକ ପାଇଁ ଅଲମ୍ପିକ୍ସରେ ଚାଲେ କଡା ପ୍ରତିଦ୍ୱନ୍ଦ୍ୱିତା । ଏମିତିରେ ଯଦି କୌଣସି ଖେଳାଳୀ ଅଲମ୍ପିକ୍ସ ଗୋଲ୍ଡ ମେଡାଲ ନେବାକୁ ମନା କରିଦିଅନ୍ତି , ତାହା ପୁଣି ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ପଦକ ମିଳିଲେ ହିଁ ନେବେ ବୋଲି ତେବେ ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗେ ସେତିକି ଖେଳ ଭାବନା ଉପରେ ବିଶ୍ୱାସ ଆସେ ।

ନିକଟରେ ଟୋକିଓ ଅଲମ୍ପିକ୍ସରେ ଖେଳୁଆଡ୍ ମନୋଭାବର ଏକ ଚମତ୍କାର ଉଦାହରଣ ଦେଖିବାକୁ ମିଳିଛି । ଯାହା ଆପଣଙ୍କର ମାନବତା ଉପରେ ବିଶ୍ୱାସକୁ ମଜବୁତ କରିବ । କତରର ଏଥଲିଟ୍ ମୁତାଜ ଏସ୍ସା ବାରସିମ୍ ଏହି ଉଦାହରଣ ପେସ କରିଛନ୍ତି । ସେ ଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ସହିତ ପୁରା ଦୁନିଆର ଦିଲ୍ ଜିତିଛନ୍ତି । ବାରସିମ୍ ଫାଇନାଲ କାଳରେ ଆହତ ହୋଇଥିବା ଇଟାଲିର ଗିୟନମାର୍କୋ ତାମ୍ବରିଙ୍କୁ ମଧ୍ୟ ସ୍ୱର୍ଣ୍ଣ ପଦକ ଦିଆଇଛନ୍ତି । ଚାଲନ୍ତୁ ଜାଣିବା କ’ଣ ଥିଲା ସେହି ଘଟଣା ଓ କେମିତି ଗୋଟିଏ ଖେଳରେ ଦୁଇ ଜଣ ପାଇଥିଲେ ସ୍ୱର୍ଣ୍ଣ ପଦକ ।

ଉଭୟ ଲଗାଇଥିଲେ ୨.୩୭ ମିଟରର ଲମ୍ଫ

ପୁରୁଷ ହାଇ ଜମ୍ପ୍ ଇଭେଣ୍ଟ କାଳରେ ଏହି ଘଟଣା ଘଟିଥିଲା । ବାରିଶିମ୍ ଓ ତାମ୍ବେରି ଉଭୟ ୨.୩୭ ମିଟର ଜମ୍ପ୍ ମାରି ସଂଯୁକ୍ତ ଭାବେ ପ୍ରଥମ ସ୍ଥାନରେ ରହିଥିଲେ । ଫଳରେ ଟାଇ ବ୍ରେକ୍ ପାଇଁ ଇଭେଣ୍ଟ୍ ଅଧିକାରୀ ଉଭୟଙ୍କୁ ଆହୁରି ତିନୋଟି ଜମ୍ପ୍ ପ୍ରଦାନ କରିବାକୁ କହିଥିଲେ । ତେବେ ଦୁହିଁଙ୍କ ମଧ୍ୟରୁ କେହି ମଧ୍ୟ ତିନିଥର ଜମ୍ପ୍ ମାରିଥିଲେ ମଧ୍ୟ ୨.୩୭ ମିଟରରୁ ଅଧିକ ଡେଇଁ ପାରିନଥିଲେ । ଯେତେବେଳେ ତିନି ଜମ୍ପ ପରେ ମଧ୍ୟ ବିଜେତା ବଛା ଯାଇ ପାରିଲା ନାହିଁ ସେତେବେଳେ ଉଭୟଙ୍କ ପୁଣିଥରେ ଆଉ ଗୋଟିଏ ଗୋଟିଏ ଜମ୍ପ୍ ମାରିବାକୁ କୁହାଯାଇଥିଲା । କିନ୍ତୁ ସେତେବେଳକୁ ଇଟାଲି ଖେଳାଳୀ ଆହତ ହୋଇ ସାରିଥିଲେ । ଶେଷ ଜମ୍ପ୍ କାଳରେ ତାଙ୍କ ପାଦରେ ଆଘାତ ଲାଗିଥିଲା । ଏମିତିରେ ସେ ନିଜ ନାଁ ଖେଳରୁ ପ୍ରତ୍ୟାହର କରିଥିଲେ । ଏବେ ବାରଶିମଙ୍କ ପାଖରେ ଗୋଟିଏ ଭଲ ଜମ୍ପ୍ ମାରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିବାର ସୁଯୋଗ ଥିଲା । କିନ୍ତୁ ସେ ଅଧିକାରୀମାନଙ୍କଠାରୁ ଏହା ଜାଣିବାକୁ ଚାହିଁଥିଲେ ଯେ, ଯଦି ସେ ମଧ୍ୟ ଖେଳରୁ ନିଜ ନାମ ଫେରାଇ ନିଅନ୍ତି ତେବେ କ’ଣ ହେବ ?

ଅଧିକାରୀ ରୁଲ୍ ବୁକ୍ ଖୋଜିଲେ

କତ୍ତର ଖେଳାଳୀଙ୍କ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଇଭେଣ୍ଟ୍ ଅଧିକାରୀ ରୁଲ୍ ବୁକ୍ ଦରାଣ୍ଡି ଥିଲେ । ଆଉ ଉତ୍ତର ପାଇବା ପରେ କତର ଖେଳାଳୀଙ୍କୁ କୁହାଯାଇଥିଲା ଯେ, ଯଦି ସେ ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରନ୍ତି ତେବେ ନିୟମ ଅନୁସାରେ ଉଭୟଙ୍କ ସ୍ୱର୍ଣ୍ଣ ପଦକ ମିଳିବ ।ହାପରେ ତାମ୍ବରି ନିଜ ନାମ ଖେଳରୁ ଫେରାଇ ନେଇଥିଲେ । ଆଉ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା ।

Tamberi and Barshim Broke into a Hug.

ଆମେ ଆଗାମୀ ପୀଢିକୁ ସନ୍ଦେଶ ଦେଇଛୁ

ବାରଶିମ୍ ନିଜର ଏହି ଐତିହାସିକ ନିଷ୍ପତ୍ତି ବାବଦରେ ପରେ କହିଥିଲେ ଯେ, ଖେଳରେ ଜିତିବା ହିଁ ସବୁକିଛି ହୋଇନଥାଏ । ଆମେ ଆଗାମୀ ପୀଢିକୁ ସନ୍ଦେଶ ଦେଇଛୁ ଯେ, କେଉଁଭଳି ଖେଳିବା ଆବଶ୍ୟକ । କେମିତି ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ସମ୍ମାନ ଦେବାର ଆବଶ୍ୟକତା ରହିଛି ଓ ଯିଏ ହକଦାର ତାଙ୍କ ସହିତ ସଫଳତାକୁ ବାଣ୍ଟିବା ଆବଶ୍ୟକ । ତାମ୍ବେରି ଖୁସୀରେ ବାରଶିମଙ୍କୁ କୁଣ୍ଢାଇ ପକାଇଥିଲେ ଓ ଉଭୟ ଅଲମ୍ପିକ୍ ଷ୍ଟାଡିୟମର ଚକ୍କର କାଟି ନିଜ ଭାବନାକୁ ଜାହିର କରିଥିଲେ ।

barshim and tamberievent officerGianmarco Tamberigold medalhigh jump eventItaly player injuredItaly's Gianmarco Tamberimens high jump eventMutaz Essa Barshimolympics gold medalQatar's Mutaz Essa Barshimrespect your opponentshare the gold medal in high jumpsharing gold medalsTamberi and Barshim hugged each othertie breakertokyo olympics 2020withdrawing the name from eventଅଲମ୍ପିକ୍ସ ଗୋଲ୍ଡ ମେଡାଲଇଟାଲି ଖେଳାଳୀ ଆହତଇଟାଲିର ଗିୟନମାର୍କୋ ତାମ୍ବରିଇଭେଣ୍ଟ୍ ଅଧିକାରୀଉଭୟଙ୍କ ସ୍ୱର୍ଣ୍ଣ ପଦକ ମିଳିଥିଲାକତରର ଏଥଲିଟ୍ ମୁତାଜ ଏସ୍ସା ବାରସିମ୍ଟାଇ ବ୍ରେକ୍ଟୋକିଓ ଅଲମ୍ପିକ୍ସତାମ୍ବେରି ଖୁସୀରେ ବାରଶିମଙ୍କୁ କୁଣ୍ଢାଇ ପକାଇଥିଲେନିଜ ନାଁ ଖେଳରୁ ପ୍ରତ୍ୟାହରପୁରୁଷ ହାଇ ଜମ୍ପ୍ ଇଭେଣ୍ଟପ୍ରତିଦ୍ୱନ୍ଦ୍ୱୀଙ୍କୁ ମଧ୍ୟ ସମ୍ମାନପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ପଦକବାରିଶିମ୍ ଓ ତାମ୍ବେରିସ୍ୱର୍ଣ୍ଣ ପଦକ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami