ବଦ୍ରୀ-୩୧୩ : ତାଲିବାନର କମାଣ୍ଡୋ ଫୋର୍ସ, ଯାହାକୁ ଟ୍ରେନିଂ ଦେଇଛି ପାକିସ୍ତାନ

ତାଲିବାନ ଆତଙ୍କବାଦୀ କହିଲେ ଆଖି ଆଗକୁ ଆସିଯାଏ ସାଲୱାର କମିଜ ପିନ୍ଧିଥିବା , ମୁଣ୍ଡରେ ପଗଡି ଓ ହାତରେ ଏକ-୪୭ ଧରିଥିବା ଏଭଳି ବ୍ୟକ୍ତିର ଚିତ୍ର ଯାହାକୁ ଦେଖିଲେ ଲାଗିବ ସମୟ ୧୪ଶହ ବର୍ଷ ପଛକୁ ଚାଲିଯାଇଛି । ନିକଟରେ କାବୁଲ ତାଲିବାନ ହାତରେ ପଡିବା ପରେ ଏହା କ୍ୟାଡର ବଡ଼ ବଡ଼ ମଲ ଦେଖି ଆବାକାବା ହେଇଯାଉଛନ୍ତି । ସେମାନେ ଆଇସକ୍ରିମ୍ ଖାଉଛନ୍ତି, ପିଲାଙ୍କ ଦୋଳିରେ ଝୁଲୁଛନ୍ତି । ତାଲିବାନ ଆତଙ୍କାଦୀଙ୍କ ଏହି ରୂପ ଦେଖି ଅନେକଙ୍କୁ ସୋସିଆଲ ମିଡିଆରେ ମେମ୍ ସେୟାର କରିବାର ବାହାନା ଦେଇଛି । କିନ୍ତୁ ତାଲିବାନର ଆଉ ଗୋଟିଏ ରୂପ ଦେଖି ଏବେ ଦୁନିଆ ଚମକି ପଡିଛି । ତାହା ହେଉଛି ତାଲିବାନର ହାଇଟେକ୍ କମାଣ୍ଡୋ ଫୋର୍ସ ବଦ୍ରି-୩୧୩ର ଚିତ୍ର ।

ଆପଣ ଯେଉଁ ଫଟୋ ଦେଖୁଛନ୍ତି ତାହା ହେଉଛି ତାଲିବାନର କମାଣ୍ଡୋ ଫୋର୍ସ ବଦ୍ରୀ-୩୧୩ର ଚିତ୍ର । ଏଥିରେ ଆପଣ ତାଲିବାନ ଆତଙ୍କବାଦୀଙ୍କୁ ଆମେରିକୀୟ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍, ଭୟଙ୍କର ଏମ-୪ ରାଇଫଲ, ବଡି ଆର୍ମର, ନାଇଟ ଭିଜନ ଗଗଲସରେ ଦେଖିବାକୁ ମିଳିଛି । ଏହି କମାଣ୍ଡୋ ଫୋର୍ସକୁ କାବୁଲରେ ମୁତ୍ତୟନ କରାଯାଇଛି । ବିଶେଷଜ୍ଞଙ୍କ ଅନୁସାରେ ଏହି କମାଣ୍ଡୋ ଫୋର୍ସକୁ ବିଶେଷ କାରଣ ପାଇଁ କାବୁଲରେ ମୁତ୍ତୟନ କରାଯାଇଛି । ଆସନ୍ତୁ ଜାଣିବା ବଦ୍ରୀ-୩୧୩ କ’ଣ ଓ ଏହାକୁ କାହିଁକି କାବୁଲରେ ମୁତ୍ତୟନ କରାଯାଇଛି ।

ଟପ୍ କମାଣ୍ଡରଙ୍କୁ ସୁରକ୍ଷା ଦେବ ବଦ୍ରୀ-୩୧୩

ତାଲିବାନ ଏହି କମାଣ୍ଡୋ ଫୋର୍ସକୁ ଆଫଗାନୀ ସେନାଠାରୁ ଲୁଟ୍ ସାମଗ୍ରୀକୁ ନେଇ ଗଠନ କରିଛି । ଏହି କମାଣ୍ଡୋ ଫୋର୍ସ ତାଲିବାନ ରାଷ୍ଟ୍ରପତି ମୁଲ୍ଲା ବରାଦର ଓ ଅନ୍ୟ ଟପ୍ କମାଣ୍ଡରଙ୍କୁ ସୁରକ୍ଷା ଯୋଗାଇ ଦେବ । ଆଫଗାନୀ ମିଡିଆ ଅନୁସାରେ ଏବେ କାବୁଲର ସଡକରେ ଏହି କମାଣ୍ଡୋ ଫୋର୍ସକୁ ଦେଖିବାକୁ ମିଳୁଛି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ସହିତ ବିରୋଧୀଙ୍କୁ ନିଷ୍କ୍ରିୟ କରିବାକୁ ଏହାକୁ ତାଲିବାନ ହାଇକମାଣ୍ଡ୍ ନିଯୁକ୍ତ କରିଛି । କାବୁଲରେ ତାଲିବାନ ନେତା ଆଗକୁ ରହିବେ । ବିରୋଧୀ ନର୍ଦ୍ଦନ ଆଲାଏନ୍ସର ଆକ୍ରମଣର ଭୟ ଥିବାରୁ କମାଣ୍ଡୋ ଫୋର୍ସକୁ ମୁତ୍ତୟନ କରାଯାଇଛି ।

ବଦ୍ରୀ-୩୧୩ ନାମ କାହିଁକି ?

ଡେଲି ମେଲ୍ ଅନୁସାରେ ଏହି କମାଣ୍ଡୋ ୟୁନିଟିର ନାମ କରଣ ବଦ୍ର ନାମକ ଯୁଦ୍ଧକୁ ନେଇ ହୋଇଛି । ୧୪ଶହ ବର୍ଷ ତଳେ ପ୍ରଫେଟ୍ ମହମ୍ମଦ ମାତ୍ର ୩୧୩ ଜଣ ଯୋଦ୍ଧାଙ୍କୁ ନେଇ ବଦ୍ର ଯୁଦ୍ଧ ଜିତିଥିଲେ । ଏହି କମାଣ୍ଡୋ ଫୋର୍ସକୁ ପାକିସ୍ତାନୀ ସେନା ତାଲିମ ଦେଇଛି । ଏକ ଅଜ୍ଞାତ ସ୍ଥାନରେ ଟ୍ରେନିଂ ନେଇଥିବା ଏହି ଫୋର୍ସ ସହର ଯୁଦ୍ଧ ପାଇଁ ବିଶେଷ ପ୍ରଶିକ୍ଷଣ ପାଇଛି । ତାଲିବାନର ସାଧାରଣ ସୈନିକ ପାହାଡି ଯୁଦ୍ଧରେ ପାରଙ୍ଗମ ହୋଇଥିବା ବେଳେ ସହର ଭିତରେ ଗରିଲା ଯୁଦ୍ଧରେ ଏହି ୟୁନିଟ୍ ମାହିର ଅଟେ ।

ପାକ୍ କମାଣ୍ଡୋଙ୍କଠାରୁ ବି ଅଧିକ ଭୟଙ୍କର ?

ବଦ୍ରୀ-୩୧୩ କମାଣ୍ଡୋ ଫୋର୍ସ ନାଇଟ୍ ଭିଜନ ଡିଭାଇସ ସାହାଯ୍ୟରେ ରାତିରେ ମଧ୍ୟ ଗରିଲା ଆକ୍ରମଣ କରିପାରିବେ । ୧୯୮୦ ଦଶକରେ ମୁଜାହିଦ୍ଦିନଙ୍କ ସହିତ ସୋଭିଏତ ଋଷ ବିରୋଧରେ ଯୁଦ୍ଧ ଲଢିଥିବା ପାକିସ୍ତାନୀ ଜୈଦ୍ ହାମିଦ ଅନୁସାରେ ତାଲିବାନୀ କମାଣ୍ଡୋ ପାକିସ୍ତାନୀ କମାଣ୍ଡୋଙ୍କଠାରୁ ଅଧିକ ସକ୍ଷମ ଭଳି ଲାଗୁଛନ୍ତି । ଏଣେ ଭାରତୀୟ ସୁରକ୍ଷା ବିଶେଷଜ୍ଞ ତାଲିବାନର ଏଭଳି କମାଣ୍ଡୋ ଫୋର୍ସ ଦକ୍ଷୀଣ ଏସିଆର ସୁରକ୍ଷା ଦୃଷ୍ଟିରୁ ବିପଜ୍ଜନକ ବୋଲି କହଛନ୍ତି ।

American Bullet Proof Jacketbadri 313Battle of Badrbody armourdaily mailIndian security expertMujahideennight vision gogglespakistan armypakistan trained talibanprophet mohammadtaliban captured kabul citytaliban commando forceTaliban High CommandTaliban President Mullah Baradartaliban terroristsTerrible M-4 rifleturban on head and AK 47 in handwhat is badri 313ଆମେରିକୀୟ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍କାବୁଲ ତାଲିବାନଟ୍ରେନିଂ ଦେଇଛି ପାକିସ୍ତାନଡେଲି ମେଲ୍ ଅନୁସାରେତାଲିବାନ ଆତଙ୍କବାଦୀତାଲିବାନ ରାଷ୍ଟ୍ରପତି ମୁଲ୍ଲା ବରାଦରତାଲିବାନ ହାଇକମାଣ୍ଡ୍ତାଲିବାନର କମାଣ୍ଡୋ ଫୋର୍ସତାଲିବାନର ହାଇଟେକ୍ କମାଣ୍ଡୋ ଫୋର୍ସନାଇଟ ଭିଜନ ଗଗଲସପାକିସ୍ତାନୀ ସେନାପ୍ରଫେଟ୍ ମହମ୍ମଦବଡି ଆର୍ମରବଦ୍ର ନାମକ ଯୁଦ୍ଧବଦ୍ରି-୩୧୩ବଦ୍ରୀ-୩୧୩ କ’ଣଭୟଙ୍କର ଏମ-୪ ରାଇଫଲଭାରତୀୟ ସୁରକ୍ଷା ବିଶେଷଜ୍ଞମୁଜାହିଦ୍ଦିନମୁଣ୍ଡରେ ପଗଡି ଓ ହାତରେ ଏକ-୪୭
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami