ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଟି-୨୦ ଇଣ୍ଟରନ୍ୟାସନାଲରେ ଇତିହାସ ସୃଷ୍ଟି କରିଛି। ଭାରତୀୟ ଦଳ ଟି-୨୦ ରେ ୧୫୦ଟି ମ୍ୟାଚ୍ ଜିତିବାରେ ବିଶ୍ୱର ପ୍ରଥମ ଦଳ ହୋଇପାରିଛି। ଭାରତୀୟ ଦଳ ୨୩୦ଟି ମ୍ୟାଚରୁ ୧୫୦ଟି ବିଜୟ ହାସଲ କରିଛି। ଏହି ପ୍ରସଙ୍ଗରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି।

୨୪୫ ମ୍ୟାଚ ମଧ୍ୟରୁ ପାକିସ୍ତାନ ୧୪୨ ଟି ମ୍ୟାଚ ଜିତିଛି। ଇଣ୍ଟରନ୍ୟାସନାଲରେ ଲଗାତାର ବିଜୟ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛି। ଭାରତୀୟ ଦଳ କ୍ରମାଗତ ୧୨ଟି ମ୍ୟାଚରେ ବିଜୟ ହାସଲ କରିଛି। ଯେତେବେଳେ କି ଟି-୨୦ ଇଣ୍ଟରନ୍ୟାସନାଲରେ ଭାରତୀୟ ଦଳ ସର୍ବାଧିକ ୧୬୮ ରନ୍ ସଂଗ୍ରହ କରିଥିଲା। ଏହି ବିଜୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଗତ ବର୍ଷ ଫେବୃଆରୀରେ ମାସରେ କରିଥିଲା। ଟିମ୍ ଇଣ୍ଡିଆ ୧୦୦ରୁ ଅଧିକ ରନର ବ୍ୟବଧାନରେ ପାଞ୍ଚଟି ମ୍ୟାଚରେ ବିଜୟ ହାସଲ କରିଛି ।

ତୃତୀୟ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା। ଭାରତୀୟ ଦଳ ୧୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସ୍କୋର କରିଥିଲା। ଯଶସ୍ୱୀ ଜୟସ୍ୱାଲ ୨୭ ବଲରେ ୪ଟି ଚୌକା ଓ ୨ଟି ଛକା ବଳରେ ୩୬ ରନ କରିଥିଲେ। ସେହିପରି କ୍ୟାପଟେନ ଶୁବମନ ଗିଲ ୬୬, ଅଭିଷେକ ଶର୍ମା ୧୦, ଋତୁରାଜ ଗାଏକ୍ୱାଡ଼ ୪୯ ରନ ସଂଗ୍ରହ କରିଥିଲେ । ଧାର୍ଯ୍ୟ ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୫୯ ରନ୍ ସ୍କୋର କରିପାରିଥିଲା। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ଏହି ୨୩ ରନରେ ଜିତିନେଇଥିଲା।

cricket world cupind vs zimIndiaindia championsindia win t20 world cupindia world cupIndian cricket teamindian womens cricket team win world cuprohit sharma leads india to t20 world cup victoryt20 world cupt20 world cup 2024t20 world cup india winworld cupworld media on india
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami