ମୋ ପ୍ରତି ଘୋର ଅନ୍ୟାୟ ହୋଇଛି: ସୁର ରାଉତରାୟ

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ସୁରେଶ ରାଉତରାୟ । ପ୍ରାୟ ୫୦ ବର୍ଷ ଧରି ଦଳ ପାଇଁ କାମ କରିଥିବା ସୁର କଂଗ୍ରେସରୁ ବିଦା ହୋଇଛନ୍ତି । ଦଳ ବିରୋଧୀ କାମ ଅଭିଯୋଗରେ ତାଙ୍କୁ ବହିଷ୍କୃତ କରାଯାଇଛି । ଜଟଣୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁର ।

ଜୀବନ ଥିବା ଯାଏ କଂଗ୍ରେସରେ ରହିବ

କଂଗ୍ରେସ ତାଙ୍କୁ ବହିଷ୍କାର କରିବା ପରେ ସୁର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ତେବେ ମୋ ପ୍ରତି ଏହା ଘୋର ଅନ୍ୟାୟ । କିଛି ଭୁଲ୍ ନ କରି କଂଗ୍ରେସରୁ ମୋତେ ବହିଷ୍କାର କରାଯାଇଛି । ୫୦ ବର୍ଷ ଧରି ମୁଁ କଂଗ୍ରେସରେ କାମ କରିଛି । ମୋ ପୁଅ ଅନ୍ୟ ଦଳରୁ ଟିକେଟ ପାଇଛି । ମୋର କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ସୁର । ମୁଁ ଦଳ ଛାଡ଼ି ନଥିଲି । ବହିଷ୍କାର ସତ୍ତେ୍‌୍ୱ ମୁଁ କଂଗ୍ରେସରେ ଅଛି । ଜୀବନ ଥିବା ଯାଏ କଂଗ୍ରେସରେ ରହିବି ବୋଲି ବିଧାୟକ ସୁରେଶ ରାଉତରାୟ କହିଛନ୍ତି । ତାଙ୍କୁ ଶେଷ ଥର ଯେତେବେଳେ ଦଳ ପକ୍ଷରୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାକୁ ନେଇ ସେ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ । ତାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି । ଏ ସମ୍ପର୍କରେ ସେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କୁ ଜଣାଇବେ ବୋଲି କହିଛନ୍ତି ।

congress mla sura routraymla sura routraysura routray on congress decision
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami