ଓଡ଼ିଶାବାସୀଙ୍କ ସମର୍ଥନରେ ବିଜେଡିର ବୃହତ ବିଜୟୀ ହେବ: ସାଙ୍ଗଠନିକ ସମ୍ପାଦକ

ଭୁବନେଶ୍ୱର: ବିଜେଡ଼ି-ବିଜେପି ମେଣ୍ଟ ନେଇ କିଛି ଦିନ ହେଲା ଚାଲିଥିବା ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବିଜେଡି । ଦଳ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକାକୀ ଲଢ଼ିବ । ଏନେଇ ସୋସିଆଲ ମଡିଆ ଏକ୍ସରେ ସୂଚନା ଦେଇଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ନିର୍ବାଚନରେ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପ୍ରଣବ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ନୂତନ ଓ ସଶକ୍ତ ଓଡ଼ିଶା ବିଜେଡିର ଲକ୍ଷ୍ୟ

ପ୍ରଣବ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆସ୍ଥା ବଳରେ ବିଜେଡ଼ି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୁପାନ୍ତର ଆଣିଛି । ରାଷ୍ଟ୍ର ଗଠନ ପାଇଁ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା ଓ ରାଷ୍ଟ୍ରନୀତିର ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ । ନୂତନ ଓ ସଶକ୍ତ ଓଡ଼ିଶା ବିଜେଡିର ଲକ୍ଷ୍ୟ ହେବ । ଲୋକପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ଦିଗରେ ଦଳ ଆଗେଇ ଚାଲିଛି ବୋଲି ପ୍ରଣବ କହିଛନ୍ତି ।

bjd election newsBJD will fight the election alone
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami