ଆଜି ହେଉଛି ପବିତ୍ର ବିଜୟାଦଶମୀ; ଶ୍ରୀଜୀଉଙ୍କ ସୁନାବେଶ

ପୁରୀ: ଆଜି ହେଉଛି ପବିତ୍ର ବିଜୟାଦଶମୀ ଅର୍ଥାତ ଦଶହରା ପର୍ବ । ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ହେଉଛି ପବିତ୍ର ବିଜୟାଦଶମୀ । ଆଜିର ଦିନରେ ଶ୍ରୀମନ୍ଦିରରେ ଅବକାଶ ନିତି ପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ଏହି ପବିତ୍ର ତିଥିରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାପୃଷ୍ଠରେ ଅସତ୍ୟ ଉପରେ ସତ୍ୟର ବିଜୟ କରିଥିଲେ । ଏଣୁ ଏହି ସ୍ମୃତିରେ ଆଜି ଶ୍ରୀମନ୍ଦିରରେ ସୁବର୍ଣ୍ଣ ଅଳଙ୍କାରରେ ଆଭୂଷିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ମହାପ୍ରଭୁଙ୍କ ହୁଏ ୫ଟି ସୁନାବେଶ

ମହାପ୍ରଭୁଙ୍କ ୫ଟି ସୁନାବେଶରୁ ଶ୍ରୀମନ୍ଦିରରେ ୪ଟି ଓ ରଥ ଉପରେ ଗୋଟିଏ ସୁନାବେଶ ହୋଇଥାଏ । ମହାପ୍ରଭୁଙ୍କର ଶ୍ରୀମନ୍ଦିର ଭିତରେ ବିଜୟାଦଶମୀ, କାର୍ତ୍ତର୍ିକ ପୂର୍ଣ୍ଣିମା, ଫଗୁ ଦଶମୀ, ଦୋଳପୁର୍ଣ୍ଣିମାରେ ସୁନାବେଶ ହେଉଥିବା ବେଳେ ରଥ ଉପରେ ବାହୁଡ଼ା ଯାତ୍ରାର ପରଦିନ ସୁନାବେଶ ହୋଇଥାଏ । ସୁନାବେଶରେ ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ଆଉ ଏହି ବେଶରେ କିରିଟି, ଚୂଳ,ଚନ୍ଦ୍ରିକା, ଆଡକାନି,ଚନ୍ଦ୍ରସୂର୍ଯ୍ୟ, ଶ୍ରୀଭୁଜ, ଶ୍ରୀପୟର, ଘାଗଡା ମାଳି ଆଦି ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଏହି ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସକାଳ ଧୂପ ନୀତି ପରେ ଚକ୍ର ମାଜଣା ହେବା ସହ ଆୟୁଧ ପୂଜା ହୋଇଥିଲା । ଏହା ପରେ ଭିତର ବେଢା ପରିକ୍ରମା ପରେ ମହାପ୍ରଭୁ ଆୟୁଧ ହସ୍ତରେ ଧାରଣ କରିଥାନ୍ତି । ମହାପ୍ରଭୁଙ୍କ ବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

suna besha of lord jagannathsuna besha of lord jagannath in srimandirsuna besha of lord jagannath in srimandir on the occasion of vijayadasamisuna besha of lord jagannath on the occasion of vijayadasami
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami