ରାଜ୍ୟର ସବୁଠୁୁ କନିଷ୍ଠ ବିଧାୟିକା ପ୍ରାର୍ଥୀ ସୁଲକ୍ଷଣା

ବ୍ରହ୍ମପୁର: ଗଞ୍ଜାମ ଜିଲାର ଚର୍ଚ୍ଚିତ ବିଧାନସଭା ମଣ୍ଡଳୀ ହେଉଛି ସାନଖେମୁଣ୍ଡି । ଏହି ଆସନ କେତେବେଳେ ଶାସକ ଦଳ ବିଜେଡି କବଜାରେ ଥାଏ ତ କେତେବେଳେ କଂଗ୍ରେସ ହାତରେ । ତେବେ ଏଠାରୁ ଏଥର ଜଣେ ୨୭ ବର୍ଷିୟ ମହିଳା ମ଼ଇଦାନକୁ ଓହ୍ଲାଇଛନ୍ତି, ଯିଏକି ରାଜ୍ୟର ସବୁଠୁ କନିଷ୍ଠ ବିଧାୟିକା ପ୍ରାର୍ଥୀ ।

କଂଗ୍ରେସର ରମେଶ ଜେନାଙ୍କୁ ଟକ୍କର ଦେବେ ସୁଲକ୍ଷଣା

ଧରାକୋଟ ରାଜା ପରିବାର ତଥା ନନ୍ଦିନୀ ଦେବୀଙ୍କ ଝିଅ ରାଜନୀତିକୁ କରିଛନ୍ତି ଏଣ୍ଟ୍ରି । ଏଥର ବିଜେଡି ନନ୍ଦିନୀ ଦେବୀଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ଭାଜପା ଗତଥରର ପ୍ରାର୍ଥୀ ବଦଳାଇ ଉତ୍ତମ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ସୁଲକ୍ଷଣା ଗୀତାଞ୍ଜଳୀ ବାହୁବଳୀ ନେତା ତଥା ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଟକ୍କର ଦେବେ । ଗୀତାଞ୍ଜଳୀଙ୍କ ମାଆ ନନ୍ଦିନୀ ଦେବୀ ୨୦୧୪ରୁ ସାନଖେମୁଣ୍ଡି ଆସନରୁ ଜିତିଥିଲେ । ଯେତେବେଳେ କି ରମେଶ ନିର୍ବାଚନ ମଇଦାନରେ ନ ଥିଲେ । ହେଲେ ୨୦୧୯ରେ ତାଙ୍କ ଟକ୍କର ରମେଶଙ୍କ ସହ ହୋଇଥିଲା । ସେ ୬୧,୭୭୩ ଭୋଟ ପାଇ ମଧ୍ୟ ପରାଜିତ ହୋଇଥିଲେ । ହେଲେ ଚଳିତ ନିର୍ବାଚନରେ ବିଜେଡି ରମେଶଙ୍କୁ ଟକ୍କର ଦେବାକୁ ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ ଟିକେଟ ଦେଇଛି । ସେ ଗଥ ସାତ ବର୍ଷ ଧରି ରାଜନୈତିକ କାର୍ଯ୍ୟରେ ସକ୍ରିୟ ରହି ନିଜ ମାଆଙ୍କୁ ସାହାଯ୍ୟ କରୁଛନ୍ତି । ଗୀତାଞ୍ଜଳୀଙ୍କୁ ଧରାକୋଟ ବ୍ଲକ ଓ ଗଞ୍ଜାମ ଜିଲାର ସବୁଠାରୁ କମ୍ ବୟସର ବ୍ଲକ ଅଧ୍ୟକ୍ଷ ଅଟନ୍ତି । ତେବେ ଚଳିତ ନିର୍ବାଚନରେ ସବୁଠାରୁ କମ୍ ବୟସର ପ୍ରାର୍ଥୀଙ୍କୁ ବିଜେଡି ଟିକେଟ୍ ଦେଇଛି । ଯଦି ସେ ନିର୍ବାଚନ ଜିତନ୍ତି ତେବେ ସେ ଓଡିଶାର କନିଷ୍ଠ ଏମଏଲଏ ନେତ୍ରୀ ହେବେ । ହେଲେ ଏଥର ନିର୍ବାଚନରେ କିଏ ମାରିବ ବାଜି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା ।

Sanakhemundi candidateSulakshana Geetanjali Devi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami