ଧାଡ଼ିରେ ଠିଆ ହୋଇ ଭୋଟ ଦେଲେ ସୁଲକ୍ଷଣା ଦେବୀ

ଗଞ୍ଜାମ: ସୋମବାର ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେଉଛି । ରାଜ୍ୟର ୫ ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟରମାନେ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଗଞ୍ଜାମ ଜିଲ୍ଲା ଆସିକା ସଂସଦୀୟ କ୍ଷେତ୍ରରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ମତଦାତାଙ୍କ ଲମ୍ବାଧାଡ଼ି ଲାଗିଛି ।

ମାଆଙ୍କ ସହ ଭୋଟ ଦେଲେ ସୁଲକ୍ଷଣା ଦେବୀ

ଏହି କ୍ରମରେ ଚଳିତ ନିର୍ବାଚନର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନି ତଥା ରାଜକୁମାରୀ ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ଭୋଟ ଦେଇଛନ୍ତି । ସେ ଲାଇନ୍‌ରେ ଆସି ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ସେ ଧରାକୋଟ ବ୍ଲକ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର- ୩୮ ରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳୀ ଦେବୀଙ୍କ ସହ ତାଙ୍କ ମାଆ ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଓ ଭଉଣୀ ଶାନ୍ତି ପ୍ରିୟା ଗୀତାଞ୍ଜଳୀ ଦେବୀ ମଧ୍ୟ ଧାଡ଼ିଆରେ ଠିଆ ହୋଇ ଭୋଟ ଦେଇଛନ୍ତି । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ସେ ମତଦାନ କରିଥିବାରୁ ଗର୍ବିତ ବୋଲି କହିଛନ୍ତି ସୁଲକ୍ଷଣା ଦେବୀ ।

bjd candidate sulakshana geetanjali devisulakshana cast her voteSulakshana Geetanjali Devi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami