ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ରାଜଧାନୀରେ ସଡ଼କ ଦୁର୍ଘଟଣା ଥମିବାର ନାଁ ନେଉନି । ପୋଲିସର ସେଫ୍ ସିଟି ଡ୍ରାଇଭ୍ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଅମାନିଆଙ୍କ ଯୋଗୁ ରାସ୍ତା ଦୁର୍ଘଟଣା ବଢ଼ିଚାଲିଛି । ପ୍ରତିଦିନ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ଜରିମାନା କରାଯାଉଛି, ଗାଡ଼ି ଜବତ କରାଯାଇ କୋର୍ଟ ଚାଲାଣ କରାଯାଉଛି, ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରାଯାଉଛି । କିନ୍ତୁ ପୂରା ସାବାଡ଼ ହେଉନାହାନ୍ତି ଲୋକେ । ଗାଡ଼ି ଚଳାଇବା ବେଳେ ଫୋନ୍‌ରେ ଗପୁଥିବାରୁ ଦୁର୍ଘଟଣା ଘଟୁଛି । ତେଣୁ କମିଶନରେଟ ପୋଲିସ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂଆ କଟକଣା ଲାଗୁ କରିଛି । ଗାଡ଼ି ଚଳାଇବା ବେଳେ କେହି ମୋବାଇଲରେ ଗପିଲେ ଗାଡ଼ି ସହ ଫୋନ ଜବତ ଛଡ଼ାଇ ନେବ ପୋଲିସ । ଆଉ କୋର୍ଟରୁ ଗାଡ଼ି ଏବଂ ମୋବାଇଲ ମୁକୁଳାଇବା ପାଇଁ ପଡ଼ିବ ।

ଗାଡି ସହ ମୋବାଇଲ ଛଡାଇ ନେବ ପୋଲିସ

ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ରାଜଧାନୀ ଭୁବନେଶ୍ୱରରେ ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥି ମଧ୍ୟରେ ରଙ୍ଗ ରୁଟରେ ଗାଡ଼ି ଚାଳନା, ଓଭର ସ୍ପିଡ୍ ଓ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର କରୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୋଲିସ ପକ୍ଷରୁ ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିବା ଗାଡି ଚାଳକଙ୍କୁ ପାନେ ଦେବା ପାଇଁ ସ୍ପାଇକ୍ ବ୍ୟାରିୟର ବିଛାଯାଉଛି । ଯାହା ଦ୍ୱାରା ରଙ୍ଗ ରୁଟ ଓ ୟୁଟର୍ଣ୍ଣ ମାରୁଥିଲେ ଗାଡ଼ି ଚକା ପମ୍ପଚର ହେବ । ଶନିବାର ଠାରୁ ଏହି ବ୍ୟାରିୟରକୁ ବ୍ୟବହାର କରାଯାଇ ୧୦ରୁ ଅଧିକ ଗାଡ଼ିକୁ ଲିକ୍ କରାଯାଇଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥି ସହିତ ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଥିବା ଡ୍ରାଇଭରଙ୍କ ପାଇଁ ଆହୁରି କଠୋର ହୋଇଛି ପୋଲିସ । ମଦ୍ୟପ ଡ୍ରାଇଭର, ଟ୍ରିପଲ ରାଇଡିଂ, ହେଲମେଟ ପରେ ଏବେ ମୋବାଇଲରେ କଥା ହେଉଥିବା ଚାଳକଙ୍କୁ ଦୃଢ଼ ହସ୍ତରେ ଦମନ କରିବାକୁ ଯାଉଛି ପୋଲିସ । ଯେଉଁମାନେ ଗାଡ଼ି ଡ୍ରାଇଭ କରିବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି, ଏଥର ଗାଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ନୁହେଁ, ସିଧାସଳଖ ବ୍ୟବହାର ହେଉଥିବା ମୋବାଇଲକୁ ସିଜ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା ।

strict actiontalking phone while driving
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami