ଇସ୍ରାଏଲ ବିରୋଧରେ ନୂଆ ଫ୍ରଣ୍ଟ୍ ଖୋଲିଲା ‘ହୁତି’ ବିଦ୍ରୋହୀ ସଂଗଠନ

ଇସ୍ରାଏଲ ଗାଜାରେ ଗ୍ରାଉଣ୍ଡ୍ ଆଟାକ ଆରମ୍ଭ କରି ସାରିଛି । ଇସ୍ରାଏଲୀ ଆର୍ମରଡ୍ ବୁଲଡୋଜର ଗାଜାରେ ହମାସ ଆତଙ୍କବାଦୀଙ୍କ ଟନେଲ ସବୁକୁ ଭାଙ୍ଗି ଚାଲିଛି । ଆକାଶରୁ ମାଡ ହେଉଛି ବୋମା । ତଳେ ଇସ୍ରାଏଲୀ ସେନା । ହମାସର ଛାମୁଆଁ କମାଣ୍ଡର ଏହି ଆକ୍ରମଣରେ ପ୍ରାଣ ହରାଇଥିବା କୁହାଯାଉଛି । କିନ୍ତୁ ଏହାରି ଭିତରେ ଇସ୍ରାଏଲର ମୁଣ୍ଡବିନ୍ଧିଲା ଭଳି ଖବର ଆସିଛି । ଖବର ଅନୁସାରେ ୟେମନର ହୁତି ବିଦ୍ରୋହୀ ଇସ୍ରାଏଲ ଉପରେ ଆକ୍ରମଣ କରିଛନ୍ତି । ହୁତି ହେଉଛି ସେହି ସଂଗଠନ ଯାହାରର ୟେମନର ଏକ ବଡ ଭାଗ ଉପରେ ନିୟନ୍ତ୍ରଣ ରହିଛି । ଏହି ସଂଗଠନ ହମାସ ଓ ଲେବାନନର ହେଜବୁଲାକୁ ସମର୍ଥନ ଦେଇଛି । ତିନି ଆତଙ୍କବାଦୀ ସଂଗଠନଙ୍କ ତ୍ରୀକୋଣ ଇସ୍ରାଏଲରୁ ତିନି ପଟୁ ଆକ୍ରମଣ କରି ତାକୁ ବ୍ୟସ୍ତ ରଖିବା ରଣନୀତି ଆପଣାଇଛନ୍ତି ।

ହୁତି ବିଦ୍ରୋହୀମାନେ ୧୫ଶହ କିମି ଦୂରରୁ କରୁଛନ୍ତି ଟାର୍ଗେଟ୍

ସୋମବାର ଦିନ ୟେମେନରେ ଇରାନ ସମର୍ôଥତ ହୁତି ବିଦ୍ରୋହୀମାନେ ଦକ୍ଷିଣ ଇସ୍ରାଏଲ ବିରୁଦ୍ଧରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି । ଏହା ସହିତ ହୁତି ବିଦ୍ରୋହୀମାନେ ମଧ୍ୟ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଗାଜାରେ ହାମାସର ବେସ ଧ୍ୱଂସ କରିବାରେ ନିୟୋଜିତ ଇସ୍ରାଏଲୀ ସୈନିକଙ୍କୁ ଲେବାନନର ହିଜବୁଲ ଆତଙ୍କବାଦୀଙ୍କ ସହିତ ବର୍ତ୍ତମାନ ହୁତି ଆତଙ୍କବାଦୀଙ୍କର ମଧ୍ୟ ମୁକାବିଲା କରିବାକୁ ପଡିବ । ୟେମେନର ହୁତି ବିଦ୍ରୋହୀମାନେ ସାନାରୁ ଇସ୍ରାଏଲକୁ ଟାର୍ଗେଟ କରିଛନ୍ତି । ହୁତି ବିଦ୍ରୋହୀମାନେ ୧୫ଶହ କିଲୋମିଟର ଦୂରରୁ ଇସ୍ରାଏଲକୁ ଟାର୍ଗେଟ୍ କରୁଛନ୍ତି । ସାଉଦି ଆରବ ଗତ ଆଠ ବର୍ଷ ଧରି ହୁତି ବିଦ୍ରୋହୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଆସୁଛି । ଇସ୍ରାଏଲ ଆକ୍ରମଣ ପରଠାରୁ ହୁତିମାନେ ପାଲେଷ୍ଟାଇନୀୟମାନଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । ହମାସ-ଇସ୍ରାଏଲ ଯୁଦ୍ଧ ପରେ ଆଠ ବର୍ଷ ଧରି ନିଷ୍କ୍ରିୟ ଥିବା ହୁତି ବିଦ୍ରୋହୀ ପୁଣି ସକ୍ରିୟ ହୋଇଛନ୍ତି । ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁସାରେ ଏହି ଆକ୍ରମଣରେ ଡ୍ରୋନ୍ ସହିତ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିବା ସଂଗଠନର ମୁଖପାତ୍ର ୟାହିଆ ସାରିଆ ଦାବି କରିଛି । ସାରିଆ କହିଛନ୍ତି ଯେ ୟେମେନର ଲୋକଙ୍କ ଦାବି ଅନୁଯାୟୀ ଏହି ଅପରେସନ୍ କରାଯାଇଛି ।

ଆମେରିକା ଓ ଇସ୍ରାଏଲ ଧ୍ୱଂସ ହୁତି ସଂଗଠନର ଲକ୍ଷ୍ୟ

ହୁତି ଆନୁସାରେ ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲ ବିରୁଦ୍ଧରେ ସଂଗଠନର ଏହା ତୃତୀୟ ଆକ୍ରମଣ । ଅନ୍ୟପକ୍ଷରେ ରକେଟ୍ ମାଡ଼ ଆରମ୍ଭ ହେବା ମାତ୍ରେ ଇସ୍ରାଏଲର ଏଲାଟରେ ସାଇରନ୍ ବାଜିଥିଲା ଏବଂ ତାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଆଇରନ୍ ଡୋମ୍ ପ୍ରତିଆକ୍ରମଣ କରିଥିଲା । ଆଇରନ୍ ଡୋମ୍ ମିଶାଇଲ ମାଡରେ ହୁତି ରକେଟ୍ ଆକାଶରେ ହିଁ ନଷ୍ଟ ହୋଇଯାଇଥିଲା । ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ପଠାଯାଇଥିବା ଜେଟକୁ ଗୁଳି କରି ଖସାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ହୁତି, ହାମାସ୍ ଏବଂ ହିଜବୁଲାକୁ ଇସ୍ରାଏଲର ଶତ୍ରୁ ଇରାନର ସମର୍ଥନ ରହିଛି । ହୁତି ସଂଗଠନର ମୁଳ ଲକ୍ଷ୍ୟ ହେଉଛି ଆମେରିକା ଓ ଇସ୍ରାଏଲର ଧ୍ୱଂସ । ହୁତିର ସ୍ଲୋଗାନ ହେଉଛି ‘ଆମେରିକାର ମୃତ୍ୟୁ, ଇସ୍ରାଏଲର ମୃତ୍ୟୁ, ଇହୁଦୀମାନଙ୍କୁ ଅଭିଶାପ ଏବଂ ଇସଲାମର ବିଜୟ’ । ହୁତି ସରକାର ପ୍ରଧାନମନ୍ତ୍ରୀ ଅବଦେଲାଜିଜ୍ ବିନ୍ ହାବଟୋର ଦିନକ ପୂର୍ବରୁ ଆକ୍ରମଣରେ ବ୍ୟବହୃତ ଡ୍ରୋନ୍ ୟେମେନରୁ ଆସିଥିବା କହିଥିଲେ । ହୁତି ବିଦ୍ରୋହୀମାନେ୨୦୧୪ ରେ ୟେମେନର ରାଜଧାନୀ ସାନାକୁ କବଜା କରି ଦେଶର ବଡ଼ ଅଂଶକୁ ନିୟନ୍ତ୍ରଣ କରିଥିଲେ । ସେମାନେ ହାମାସ ସହିତ ମିଶି ଇସ୍ରାଏଲ ବିରୁଦ୍ଧରେ ନୂଆ ଫ୍ରଣ୍ଟ୍ ଖୋଲିଛନ୍ତି ।

Israel newsStrategies of 3 terrorist organizations against IsraelYemen's Houthi rebels claim attacks on Israel
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami