ରାହୁଲଙ୍କ ସମର୍ଥନରେ ଶଙ୍କରାଚାର୍ଯ୍ୟ

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ଏହା ପରେ ବିଜେପି ସମେତ ହିନ୍ଦୁ ସଂଗଠନ ତାଙ୍କ ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଆନ୍ଦୋଳନ କରିଥିଲେ । ବର୍ତ୍ତମାନ ରାହୁଲଙ୍କ ସେହି ବୟାନରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରୟା ସାମ୍ନାକୁ ଆସିଛି ।

ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କଂଗ୍ରେସ ସାଂସଦଙ୍କ ସମର୍ଥନରେ ବାହାରିଛନ୍ତି । ସେ ରାହୁଲଙ୍କୁ ସୁରକ୍ଷା ଦେଇ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କ ସମ୍ପୂର୍ଣ୍ଣ ଭାଷଣ ଶୁଣିଛି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ହିନ୍ଦୁ ଧର୍ମରେ ହିଂସାର ସ୍ଥାନ ନାହିଁ । ଶଙ୍କରାଚାର୍ଯ୍ୟ କହିଛନ୍ତି, “ଆମେ ବେଶ ଯତ୍ନର ସହ ରାହୁଲ ଗାନ୍ଧିଙ୍କ ପୂରା ଭାଷଣକୁ ଶୁଣିଥିଲୁ । ସେ ସ୍ପଷ୍ଟ ଭାବେ କହିଥିଲେ ଯେ ହିନ୍ଦୁ ଧର୍ମ ହିଂସା ଓ ଘୃଣାକୁ ପ୍ରତ୍ୟାଖ୍ୟାନ କରିଛି ।

ହିନ୍ଦୁ ଧର୍ମରେ ହିଂସାର କୌଣସି ସ୍ଥାନ ନଥିବା ସେ ସ୍ପଷ୍ଟ ଭାବେ କହିଥିଲେ । ତଥାପି ତାଙ୍କ ବିରୋଧରେ ହିନ୍ଦୁ ଧର୍ମ ବିରୋଧରେ ମତ ରଖିଥିବା ଅଭିଯୋଗ ଆଣିବା ଠିକ ନୁହେଁ । ସୋଶାଲ ମିଡିଆରେ ତାଙ୍କ ବୟାନର ଭିଡିଓକୁ କାଣ୍ଟଛାଣ୍ଟ କରି ଭାଇରାଲ କରାଯାଉଛି । ନିର୍ଦ୍ଦିଷ୍ଟ ବୟାନ ଉପରେ ଫୋକସ କରାଯାଉଛି । ତଥ୍ୟକୁ ଯେଉଁମାନେ ବିଭ୍ରାନ୍ତ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରାଯାଉ । ସୂଚନାଯୋଗ୍ୟ ଯେ, ରାହୁଲ ଗାନ୍ଧି ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଆସନରୁ ଉଠି ଏହାର ଆପତ୍ତି କରିଥିଲେ । ରାହୁଲ ଗାନ୍ଧି ପୂରା ହିନ୍ଦୁ ସଂପ୍ରଦାୟକୁ ହିଂସ୍ର ବୋଲି କହିଥିବାନେଇ ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ସଂସଦ ଭିତରେ ଓ ବାହାରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ।

congress partycongress vs bjprahul gandhirahul gandhi bharat jodo yatrarahul gandhi hindu remarkrahul gandhi yatrashankaracharya on rahul gandhishankaracharya swami avimukteshwaranandshankaracharya swami avimukteshwaranand interviewshankaracharya swami avimukteshwaranand saraswatishankaracharya swami avimukteshwaranand saraswati on rahul gandhishankaracharya swami avimukteshwaranand super exclusiveswami avimukteshwaranand
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami