୨୧୦ କୋଟି ଟଙ୍କାର ମାଲିକାଣୀ ସାନିଆ ମିର୍ଜା

ନୂଆଦିଲ୍ଲୀ : ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ତାଙ୍କ ଖେଳ ପାଇଁ ଯେତିକି ପ୍ରସିଦ୍ଧ ତାଠାରୁ ଅଧିକ ଫ୍ୟାଶନ୍ ଅନ୍ଦାଜ ପାଇଁ ପ୍ରସିଦ୍ଧ । ଅନେକ ଖେଳପ୍ରେମୀ ତାଙ୍କ ଖେଳ ଓ ଷ୍ଟାଇଲକୁ ଖୁବ୍ ପସନ୍ଦ କରନ୍ତି । ଭାରତୀୟ ମହିଳା ଟେନିସ ତାରକା ଭାବେ ସେ ସବୁଠାରୁ ସଫଳ ଅଟନ୍ତି । ସେ ଉଭୟ ଏକକ ଓ ଜୁଗ୍ମ ବର୍ଗରେ ଟେନିସ ଖେଳନ୍ତି । ୨୦୨୩ ଜାନୁୟାରୀରେ ଅଷ୍ଟ୍ରେଲୀୟ ଓପନରେ ଅଂଶଗ୍ରହଣ କରିବା ପରେ ସେ ଟେନିସରୁ ଅବସର ଘୋଷଣା କରିଥିଲେ । ସେ ତାଙ୍କ କ୍ୟାରିୟରରେ ମୋଟ ୬ଟି ଗ୍ରାଣ୍ଡସ୍ଲାମ ଜିତିଛନ୍ତି । ସେ ୨୦୧୫ ରେ ଦୁଇଟି ଗ୍ରାଣ୍ଡସ୍ଲାମ ଜିତିଥିଲେ । ୨୦୦୯, ୨୦୧୨, ୨୦୧୪ ଏବଂ ୨୦୧୬ ବର୍ଷରେ ସାନିଆ ଅନ୍ୟ ସବୁ ଗ୍ରାଣ୍ଡସ୍ଲାମ ଜିତିଥିଲେ । ଟେନିସ ଖେଳରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୨୦୦୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ବି କରାଯାଇଥିଲା । କେବଳ ସେତିକି ନୁହେଁ, ସେ ଦେଶର ସବୁଠାରୁ ଧନୀ ମହିଳା ଖେଳାଳିଙ୍କ ମଧ୍ୟରୁ ଜଣେ । ବାସ୍ତବରେ ସେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସାନିଆଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ।

ସାନିଆଙ୍କ ପାଖରେ ରହିଛି ବିଳାସପୂର୍ଣ୍ଣ ବଙ୍ଗଳା ସହ ଦାମୀ କାର

୨୦୨୩ ମସିହାରେ ସାନିଆ ମିର୍ଜାଙ୍କ ମୋଟ ସମ୍ପତ୍ତି ୨୬ ମିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୨୧୦ କୋଟି ଟଙ୍କା ଥିଲା । ସେହିଭଳି ସାନିଆ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ପାଇଁ ୬୦ ରୁ ୭୫ ଲକ୍ଷ ଟଙ୍କା ନେଇଥାନ୍ତି । ଏହାସହିତ ତାଙ୍କ ପାଖରେ ବିଳାସପୁୂର୍ଣ୍ଣ ବଙ୍ଗଳା ସହ ଅନେକ କାର ବି ରହିଛି । ସମ୍ପ୍ରତି ସାନିଆ ମିର୍ଜା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଏବେ ହେଡଲାଇନରେ ଅଛନ୍ତି । ସାନିଆଙ୍କ ପାକିସ୍ତାନୀ ସ୍ୱାମୀ ଶୋଏବ ମଲିକ ଅନ୍ୟତ୍ର ବିବାହ କରିଛନ୍ତି । ଉଭୟଙ୍କର ଏକ ପୁଅ ଅଛି, ଯାହାର ନାମ ଇଜାନ୍ ମିର୍ଜା ମଲିକ୍ । ତେବେ ଛାଡପତ୍ର ପରେ ଶୋଏବ ପାକିସ୍ତାନର ଅଭିନେତ୍ରୀ ସାନାଙ୍କୁ ବିବାହ କରିଛନ୍ତି ।

Indian tennis star Sania MirzaSania Mirza owns Rs 210 crore
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami