ବିଜେଡ଼ିରେ ସାମିଲ ହେଲେ ଦେବଗଡ଼ ରାଣୀ ଅରୁନ୍ଧତୀ ଦେବୀ

ଭୁବନେଶ୍ୱର: ଶଙ୍ଖ ଧରିଲେ ଦେବଗଡ଼ ରାଣୀ ତଥା ବିଜେପି ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଅରୁନ୍ଧତୀ ଦେବୀ ଗତକାଲି ଅପରାହ୍ନରେ ବିଜେପିରୁ ଇସ୍ତଫା ଦେଇଥିଲେ । ଏହି ମିଶ୍ରଣ ପର୍ବରେ ସାଂସଦ ମାନସ ମଙ୍ଗରାଜ ଉପସ୍ଥିତ ଥିଲେ ।

ନିତେଶଙ୍କୁ ଏକଘରିକିଆ କରିଥିଲା ବିଜେପି

ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଅନେକଦିନ ଧରି ତାଙ୍କ ସାଂସଦ ସ୍ୱାମୀଙ୍କୁ ବିଜେପିରେ ଏକଘରିକିଆ କରାଯାଇଥିବାରୁ ଅସନ୍ତୁଷ୍ଟ ଥିଲେ ଅରୁନ୍ଧତୀ । ଏହାସହ ଦେବଗଡ଼ର ବିଧାୟକ ସୁବାସ ପାଣିଗ୍ରାହୀଙ୍କ ସହ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଅରୁନ୍ଧତୀ ବିଜେପି ସହ ସମ୍ପର୍କ ତୁଟାଇବା ପରେ ବାମରା ରାଜପରିବାର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଉପରେ କେବଳ ଦେବଗଡ଼ ନୁହେଁ ସମ୍ବଲପୁର ସଂସଦୀୟ କ୍ଷେତ୍ରର ନଜର ରହିଥିଲା ।

arundhati devisambalpur mps wife arundhati devi
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami