ଶତାଧିକ ସମର୍ଥକଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କଲେ ବବି

ସମ୍ବଲପୁର: ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ହଜାର ହଜାର ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ଦାଖଲ କରିଛନ୍ତି ନାମାଙ୍କନ । ୫ ଜଣ ପ୍ରସ୍ତାବକଙ୍କ ସହ ୪ ସେଟ ନାମାଙ୍କନ ଦାଖଲ କରିଛନ୍ତି ବବି । ପ୍ରାର୍ôଥପତ୍ର ଦାଖଲ ପୂର୍ବରୁ ମା’ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ଆଶିଷ ଲୋଡିଥିଲେ ପ୍ରଣବ । ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପହଞ୍ଚିଥିଲେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ବବି ଦାସ ।

ବିଶାଳ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ ବବି

ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ଅଶୋକ ଦାସଙ୍କର ପୁଅ ହେଉଛନ୍ତି ପ୍ରଣବ । ୨୦୦୯ ମସିହାରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି । ନବୀନଙ୍କ ଆଦର୍ଶକୁ ଗ୍ରହଣ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରଣବ । ଏମିତିକି ମନ୍ତ୍ରୀ ପଦରୁ ନିଜେ ଇସ୍ତଫା ଦେଇ ଦଳର ସଂଗଠନ କଥା ବୁଝି ସେ ସବୁ କର୍ମୀ ଓ ନେତାଙ୍କ ପାଇଁ ଆଦର୍ଶ ପାଲଟିଥିଲେ । ଦ୍ୱିତୀୟ ଥର ବିଧାୟକ ବାବେ ବିଜୟୀ ହେବାପରେ ପ୍ରଣବଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିଥିଲେ ନବୀନ । ଶକ୍ତି ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ ରାଜ୍ୟ ମୁଖିଆ । ପ୍ରଣବ ମଧ୍ୟ ବେଶ୍ ଦକ୍ଷତାର ସହ ଦାୟିତ୍ୱ ତୁଲାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ନିଜ ଆଡ଼ୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ସଂଗଠନ କଥା ବୁଝିଥିଲେ । ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଣବଙ୍କୁ ଦଳର ସାଂଗଠନିକ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦଳର ସାଂଗଠନିକ ସ୍ଥିତିକୁ ମଜବୁତ କରି ପ୍ରଣବ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି । ସମ୍ବଲପୁରରେ ନିରନ୍ତର ବିକାଶ ପାଇଁ ବିଜେଡି ପ୍ରତି ସମର୍ଥନ ଅଧିକ ଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛି ।

pranab file nomination todaysambalpur bjd mp candidatesambalpur bjd mp candidate pranab prakash dash
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami