ଲରେନ୍ସର ହିଟ୍ ଲିଷ୍ଟର 10 ମାଫିଆ,ଗୁଗଲଠାରୁ ନେଉଥିଲା ପ୍ରୋଟେକ୍ସନ ମନି

ଲରେନ୍ସ ବିଷ୍ଣୋଇଉତ୍ତର ଭାରତର କୁଖ୍ୟାତ ମାପିଆପଂଜାବୀ ଗାୟକ ସିଦ୍ଧୁ ମୁଶାୱାଲାଙ୍କ ହତ୍ୟା ଓ ସଲମାନ ଖାନଙ୍କୁ ହତ୍ୟା ଧମକ ଦେବାପରେ ଲରେନ୍ସ ଚର୍ଚ୍ଚା ଭିତରକୁ ଆସିଛିମାଫିଆ ଲରେନ୍ସ ଜେଲ ଭିତରେ ଥାଇ ନିଜ ଆପରାଧିକ ସମ୍ରାଜ୍ୟର ବିସ୍ତାର କରିଛି। ଜେଲ ଭିତରୁ ଧମକ ଦେଇ ସେ ପ୍ରୋଟେକ୍ସନ ମନି ଆଦାୟ କରୁଛିପୋଲିସ ତଦନ୍ତରୁ ଲରେନ୍ସ କାହାଠରୁ କେତେ ଟଙ୍କା ପ୍ରୋଟେକ୍ସନ ମନି ଭାବେ ନେଇଛି ତାହା ଜଣା ପଡ଼ିବା ସହିତ ସେହି ଟଙ୍କା କେମିତି ହାୱାଲା ଜରିଆରେ ଦେଶ ବାହାରକୁ ଯାଇଛି ତାଉପରୁ ମଧ୍ୟ ପରଦା ହଟିଛି। ଏହା ସହିତ ପୋଲିସ ଲରେନ୍ସର ହିଟ୍ ଲିଷ୍ଟ୍ ପାଇଛି। ଏହି ହିଟ୍ ଲିଷ୍ଟରେ 10 ଜଣଙ୍କ ନାମ ରହିଛି। ଯେଉଁ 10 ଜଣଙ୍କୁ ଲରେନ୍ସ ମାରିବାକୁ ଚାହୁଁଛି। ତେବେ ହିଟ୍ ଲିଷ୍ଟ୍ ଉପରେ ନଜର ପକାଇବା ଆଗରୁ ଆସନ୍ତୁ ଜାଣିବା ଲରେନ୍ସ କେମିତି ଗୁଗଲଠାରୁ ଟଙ୍କା ଆଦାୟ କରୁଥିଲା।

ଗୁଗଲ ଦେଉଥିଲା ଦାଦାବଟି

ଲରେସ୍କୁ ଗୁଗଲ ଦାଦାବଟି ଦେଉଥିଲା। ତେବେ ଇଏ ସେଇ ଗୁଗଲ ନୁହେଁ ଯେଉଁଥିରେ ଆପଣ ଲରେନ୍ସ ଟାଇପ୍ କଲେ ତା ବାବଦରେ ସୂଚନା ଦିଏ। ମାନେ ଇଏ ଗୁଗଲ ସର୍ଚ୍ଚ ଇଂଜିନ ନୁହେଁ ଗୁଗଲ ହେଉଛି ଜଣେ କ୍ରିକେଟ୍ ସଟାବାଜର କୋଡ୍ ନାମ। ଯାହାଠାରୁ ଲରେନ୍ସ ପ୍ରୋଟେକ୍ସନ ପାଇଁ ଟଙ୍କା ଆଦାୟ କରିଥିଲା2021ରେ ଲରେନ୍ସ ଗୁଗଲ ଠାରୁ 40 ଲକ୍ଷ ଟଙ୍କା ଆଦାୟ କରିଥିଲା। ସେହିବର୍ଷ ସେ ଗ୍ଲେନ୍ (କୋଡ୍ ୱାର୍ଡ୍) ନାମକ ଜଣେ ସଟ୍ଟାବାଜଠାରୁ 60 ଲକ୍ଷ ଆଦାୟ କରିଥିଲା। ସେହିଭଳି କେଡି ନାମକ ବ୍ୟକ୍ତିଠାରୁ ସେ 20 ଲକ୍ଷ ଟଙ୍କା ଆଦାୟ କରିଥିଲା। ଆଦାୟ ଟଙ୍କାରେ ହତିଆର କିଣିବା ସହିତ ହୋଟେଲ ଓ ଟ୍ରକ୍ ବ୍ୟବସାୟରେ ଲଗାଯାଇଥିଲା।

ମାଫିଆର ହିଟ୍ ଲିଷ୍ଟ୍

ଲରେନ୍ସର ହିଟ୍ ଲିଷ୍ଟରେ 10 ଜଣଙ୍କ ନାମ ରହିଛି। ଏହି 10 ଜଣଙ୍କୁ କୌଣସି ମତେ ମାରିବା ତାର ଲକ୍ଷ୍ଯ। ହିଟ୍ ଲିଷ୍ଟରେ ବଲିଉଡ୍ ଷ୍ଟାର ସଲମାନ ଖାନଙ୍କ ନାମ ଏକ ନମ୍ବରରେ ଅଛି। ଆସନ୍ତୁ ଜାଣିବା ଏହି ହିଟ୍ ଲିଷ୍ଟରେ ଆଉ କାହାକାହା ନାମ ରହିଛି। ହିଟଲିଷ୍ଟର ଦ୍ୱିତୀୟ ନମ୍ବରରେ ଅଛି ଶଗୁନପ୍ରିତର ନାମ। ଶଗୁନପ୍ରିତ୍ ହେଉଛି ନିହତ ପଂଜାବୀ ଗାୟକ ସିଦ୍ଧୁ ମୁଶାୱାଲାଙ୍କ ମ୍ୟାନେଜର।

୨୦୨୧ରେ ଅଗଷ୍ଟ ୭ରେ ବିକ୍ରମଜିତ୍‌ ସିଂ ଓରଫ ବିକ୍କି ମିଡୁଖେଡାକୁ ହତ୍ୟା କରାଯାଇଥିଲାଲରେନ୍ସ ଗ୍ୟାଙ୍ଗର ସବୁଠାରୁ ଖାସ୍‌ ଥିଲା ବିକି । ସବୁ ଖବର ଗ୍ୟାଙ୍ଗକୁ ଦେଉଥିଲା ବିକ୍କୀମୋହାଲିରେ ଏକ ଦୋକାନରୁ ବାହାରୁଥିବା ବେଳେ କାରରେ ଆସି ବିକ୍କୀ ଉପରକୁ ଅଚାନକ ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ତା ପାଖରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଥାଇ ବି ଜୀବନ ବଞ୍ଚାଇ ପାରିନଥିଲା ବିକ୍କୀ ।

ବିକ୍କୀର ହତ୍ୟା ପାଇଁ ଲରେନ୍ସ ଗ୍ୟାଙ୍ଗ ବଂବିହା ଗ୍ୟାଙ୍ଗକୁ ଦାୟୀ କରିଥିଲାଲରେନ୍ସ ଜାରି କରିଥିବା ହିଟ୍‌ଲିଷ୍ଟରେ ଅନେକ ନାମ ବଂବିହା ଗ୍ୟାଙ୍ଗରୁ ରହିଛି । ବିକୀ ହତ୍ୟାକାଣ୍ଡରେ ପଞ୍ଜାବୀ ସିଙ୍ଗର୍ ସିଦ୍ଧୁ ମୁସେୱାଲାର ନାଁ ବି ସାମନାକୁ ଆସିଥିଲା । କିନ୍ତୁ ସିଦ୍ଧୁ ମୁସେୱାଲାର ମ୍ୟାନେଜର ଶଗୁନପ୍ରୀତକୁ ଖୋଜୁଛି ପୋଲିସ । ସେବେଠାରୁ ସଗୁନପ୍ରୀତ ଫେରାର ଅଛି

ଲରେନ୍ସ ହିଟ୍‌ଲିଷ୍ଟରେ ଆଉ ଏକ ନାମ ହେଉଛି ଗ୍ୟାଙ୍ଗଷ୍ଟାର କୌଶଲ ଚୌଧୁରୀ ହରିୟାଣା, ରାଜସ୍ଥାନ, ପଞ୍ଜାବ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ଅନ୍ୟ ଜାଗାରୁ କୌଶଲ ବିରୋଧରେ ୪୦ରୁ ଅଧିକ ମାମଲା ରହିଛି ବଂବିହା ଗ୍ୟାଙ୍ଗର କୌଶଲ ଏବେ ତିହାର ଜେଲରେ ସଜା କାଟୁଛି ସିଦ୍ଧୁ ମୁସେୱାଲାର ହତ୍ୟା ପରେ କୌଶଲ ଚୌଧୁରୀ ଲରେନ୍ସ ଗ୍ୟାଙ୍ଗକୁ ଧମକ ଦେଇଥିଲା ।

ଲରେନ୍ସ ଲିଷ୍ଟରେ ସାମିଲ ଥିବା ଅମିତ ଡାଗର ବି ବଂବିହା ସିଣ୍ଡିକେଟ ଅଟେ । ବିକ୍କୀ ହତ୍ୟାକାଣ୍ଡ ମାମଲାରେ ସେ ଏବେ ମୋହାଲି ଜେଲରେ ସଜା କାଟୁଛି । ସେହିପରି ଲକି ପଟିଆଲ ଓରଫ ଗୌରବକୁ ସବୁଠାରୁ ବଡ ଶତ୍ରୁ ଭାବୁଛି ଲରେନ୍ସ୨୦୧୬ରେ ବଂବିହା ଗ୍ୟାଙ୍ଗ ଲିଡର ଦବିନ୍ଦର ବଂବିହାର ମୃତ୍ୟୁ ପରେ ଲକି ଏହି ଗ୍ୟାଙ୍ଗକୁ ଚଲାଉଛି ।

ଏହିପରି ଭାବେ ଭୋଲୁ, ସନି ଓ ଅନିଲ ଲାଠା ବଂବିହା ଗ୍ୟାଙ୍ଗର ସୁଟର ଅଟନ୍ତି ବିକ୍କୀ ମର୍ଡର କେସ୍‌ରେ ଏମାନେ ମୁଖ୍ୟ ଭୁମିକା ନେଇଥିଲେ । ଯେଉଁ ଘଟଣା ପରେ ଲରେନ୍ସ ଓ ବଂବିହା ଗ୍ୟାଙ୍ଗ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ସେହିପରି ମନ୍ଦୀପ ଧାଲିୱାଲ, ରୁମି ମସାନା ଓ ଗୁରପ୍ରୀତ ସେଖୋଁ ମଧ୍ୟ ଲରେନ୍ସର ଦୁଶମନ୍‌ ଲିଷ୍ଟରେ ସାମିଲ ଅଛନ୍ତି ।

gangster lawrence bishnoi latest newsgangster lawrence bishnoi new newsgangster lawrence bishnoi today newslawrence bishnoilawrence bishnoi gang statuslawrence bishnoi hit listlawrence bishnoi latest newslawrence bishnoi latest targetlawrence bishnoi statuslawrence bishnoi targetlawrence bishnoi target salman
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami