ରଣପୁରରେ ବିକାଶର ବାର୍ତ୍ତା ଦେଲେ କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ରଣପୁରରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡ଼ିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଏହି ନିର୍ବାଚନୀ ସଭାରେ ରଣପୁରରେ ବିକାଶର ବାର୍ତ୍ତା ଦେଲେ ପାଣ୍ଡିଆନ । ଆଉ କହିଛନ୍ତି ଯେ, ପୁରୀରୁ ରଣପୁର ସବୁ ମଠ ମନ୍ଦିର ଓ ଧାର୍ମୀୟ ଅନୁଷ୍ଠାନର ରୂପାନ୍ତରଣ କରାଯାଇଛି । ଆଗକୁ ବି ବିକାଶ କାମ ଜାରି ରହିବ । ରଣପୁର ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ । ସେହିପରି ମଣିନାଗ ମନ୍ଦିର ପାଇଁ ୪ କୋଟି ଓ ତଳ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତିି ।

ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କଲେ ପାଣ୍ଡିଆନ

ରଣପୁରରେ ଆଗକୁ ଆହୁରି ବିକାଶର ଧାରା ଜାରି ରଖିବାକୁ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ପୁଣି ଶପଥ ନେବେ । ପରେ ବିଜୁଳ ବିଲ ଛାଡ କରିଦେବେ । ଏଥିସହ ବିଏସକେୱାଇ କାର୍ଡ ଓ ମିଶନଶକ୍ତି ମହିଳାଙ୍କୁ ପେନସନ ସମ୍ପର୍କିତ ଫାଇଲ ଦସ୍ତଖତ କରିବେ । ଏହି ପ୍ରଚାର ସଭାରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ।

5T Secretary VK Pandianvk Pandian's campaign
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami