ବିରୋଧ ପ୍ରଭାବ ପଡ଼ିଲାନି: ଅନନ୍ତଙ୍କୁ ମିଳିଲା ଭୁବନେଶ୍ୱର ମଧ୍ୟ ଟିକେଟ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ବିରୋଧର ପ୍ରଭାବ ବି ପଡ଼ିଲାନି । ଶେଷରେ ଅନନ୍ତ ନାରାୟଣ ଜେନା(ବୁନୁ)ଙ୍କୁ ମଧ୍ୟ ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟ ଦେଇଛି । ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଛନ୍ତି । ଏହା ପରେ ତାଙ୍କ ସମର୍ଥକମାନେ ଖୁସି ମନାଇଛନ୍ତି । ବିରୋଧୀମାନେ ଅନନ୍ତଙ୍କ ବାଟ ଓଗାଳିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଲଗାତାର ସମାବେଶ, ପଦଯାତ୍ରା କରି ତାଙ୍କୁ ବିରୋଧ କରି ଆସୁଥିଲେ । ଏପରିକି ଏକାଧିକ ଆଶାୟୀ ହାତ ମିଳାଇ ଅନନ୍ତଙ୍କୁ ଟିକେଟ ନ ଦେବାକୁ ଅଡ଼ି ବସିଥିଲେ । ଏମିତି କି ବହୁ ପୂର୍ବତନ କର୍ପୋରେଟର ବିଜେପିକୁ ଚାଲିଯିବେ ବୋଲି ମଧ୍ୟ ଧମକ ବି ଦେଇଥିଲେ । ଏସବୁର ପ୍ରଭାବ କିନ୍ତୁ ନବୀନ ନିବାସରେ ଆଦୌ ପଡ଼ି ନ ଥିଲା ।

ଲୋକଙ୍କ ବିଶ୍ୱାସ ଯେଭଳି ଅତୁଟ ରହିବ ସେଥିପାଇଁ କାମ କରିବି

ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଭରସା କରିଥିବାରୁ ସେ ଖୁସି ବ୍ୟକ୍ତି କରିବା ସହ ଭି କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନନ୍ତ କହିଛନ୍ତି, ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ତାହାକୁ ସୁଚାରୁରୂପେ ତୁଲାଇଛି । ବିଧାୟକ ଭାବରେ ଯେଉଁ ଲୋକମାନେ ଭରସା କରିଛନ୍ତି ଓ ଭଲପାଇବା ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ । ଅନେକ ମୁସଲମାନ୍ ସମ୍ପ୍ରଦାୟର ଲୋକଙ୍କ ସହିତ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ମୋ ପାଇଁ ପ୍ରାର୍ଥନା କରିଥିଲେ । ସେମାନଙ୍କର ବିଶ୍ୱାସ ଯେଭଳି ଅତୁଟ ରହିବ ସେଥିପାଇଁ କାମ କରିବି ।

ananta narayan jenaananta ticketed to bhubaneswarprotests have no effect ananta
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami