୬ ଦିନରେ ୩୭୦ କୋଟିର ବ୍ୟବସାୟ କଲା କଲ୍କି

ପ୍ରଭାସଙ୍କ ଚଳଚ୍ଚିତ୍ର ‘କଲ୍କି ୨୮୯୮ ଏଡି ‘ ବକ୍ସ ଅଫିସରେ ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି । ରିଲିଜ ହେବାର ପ୍ରଥମ ଦିନରୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଭଲପାଇବା ସାଉଁଟୁଛି । ସିନେମାଘର ବାହାରେ ଦର୍ଶକଙ୍କ ଭିଡ଼ ବଖାଣୁଛି ଏହାର ସଫଳତା । ପ୍ରତ୍ୟେକଦିନ ସିନେମାଟି ଭଲ ବ୍ୟବସାୟ କରୁଛି । ଫିଲ୍ମ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ବକ୍ସ ଅଫିସରେ ଏହି ସିନେମାଟି ଚହଳ ସୃଷ୍ଟି କରିଛି ।

 

‘କଲ୍କି ୨୮୯୮ ଏଡି ‘ ରିଲିଜ୍ ର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ ଭଲ ଆୟକରି ରେକର୍ଡ ସୃଷ୍ଟି କରିଛି । ନାଗ ଅଶ୍ୱିନଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’ ବକ୍ସ ଅଫିସରେ ବେଶ ଭଲ ବ୍ୟବସାୟ କରୁଛି । ପ୍ରଭାସ, ଦୀପିକା ପାଦୁକୋଣ, ଅମିତାଭ ବଚ୍ଚନ ଏବଂ କମଲ ହାସନ, ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ ମଧ୍ୟ ସୃଷ୍ଚି କରୁଛି ।

କଲ୍କି ୨୮୯୮ ଏଡି ‘ ର ରୋଜଗାର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ର ରିଲିଜ୍ ହେବାର ପ୍ରଥମ ଦିନରେ ୯୫.୩ କୋଟି ଟଙ୍କା, ଦ୍ୱିତୀୟ ଦିନରେ ଚଳଚ୍ଚିତ୍ର ୫୯.୩ କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଏହାର ଆୟ ୬୬.୨ କୋଟି ଟଙ୍କା, ଚତୁର୍ଥ ଦିନରେ ୮୮.୨ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପରେ ପଞ୍ଚମ ଦିନରେ ଏହାର ଆୟ ୩୪.୧୫ କୋଟି ଟଙ୍କା ଥିଲା। ବର୍ତ୍ତମାନ ‘କଲ୍କି ୨୮୯୮ ଏଡି ‘ ରିଲିଜ୍ ହେବାର ଷଷ୍ଠ ଦିନର ଆୟର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି | ରିପୋର୍ଟ ଅନୁଯାୟୀ, ‘କଲ୍କି ୨୮୯୮ ଏଡି ‘ ରିଲିଜ୍ ହେବାର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ ୨୭.୮୫ କୋଟି ଟଙ୍କା ଆୟ କରିଛି।

 

ଷଷ୍ଠ ଦିନରେ ଏହି ଚଳଚ୍ଚିତ୍ର ତେଲୁଗୁ ଭାଷାରେ ୧୧.୨ କୋଟି, ତାମିଲରେ ୧.୨ କୋଟି, ହିନ୍ଦୀରେ ୧୪ କୋଟି, କନ୍ନଡରେ 0.୨୫ କୋଟି ଏବଂ ମାଲାୟାଲାମରେ ୧.୨ କୋଟି ସଂଗ୍ରହ କରିଛି। ଏହା ସହିତ ‘କଲ୍କି ୨୮୯୮ ଏଡି ‘ର ୬ ଦିନର ମୋଟ ଆୟ ୩୭୧ କୋଟି ଟଙ୍କା ଛୁଇଁଛି । ଫିଲ୍ମ ତେଲୁଗୁରେ ୬ ଦିନରେ ୧୯୩.୨ କୋଟି ଟଙ୍କା ଆୟ କରିଛି । ତାମିଲରେ ଏପର୍ଯ୍ୟନ୍ତ ଫିଲ୍ମର ଆୟ ୨୧ କୋଟି ଟଙ୍କା ରହିଛି । ସେହିପରି ହିନ୍ଦୀରେ ୬ ଦିନରେ ‘କଲ୍କି ୨୮୯୮ ଏଡି ‘ ର ମୋଟ ସଂଗ୍ରହ ୧୪୨ କୋଟି ଟଙ୍କା ରହିଛି । କନ୍ନଡରେ ଏହି ଚଳଚ୍ଚିତ୍ରଟି ୨.୪ କୋଟି ଟଙ୍କା ଏବଂ ମାଲାୟାଲମରେ ‘କଲ୍କି ୨୮୯୮ ଏଡି ‘ର ୬ ଦିନର ଆୟ ୧୨.୪ କୋଟି ଟଙ୍କା ।

deepikakalki 2898 adkalki 2898 ad box office collectionkalki 2898 ad movie reviewkalki 2898 ad reviewkalki 2898adkalki 2898ad critic reviewkalki 2898ad day 1 advance booking reportkalki 2898ad day 1 box office collectionkalki 2898ad filmy indian reviewkalki 2898ad hindi reviewkalki 2898ad movie reviewkalki 2898ad public reactionkalki 2898ad public reviewkalki 2898ad reviewkalki 2898ad theater reactionkalki box office collectionprabhas
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami