ଚୀନ ତିଆରି କଲା ଏମିତି ବ୍ୟାଟେରି, ଯାହା ଥରେ ଚାର୍ଜ୍ କଲେ ୫୦ ବର୍ଷ ଚାଲିବ !

ଚୀନ୍‌ର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏଭଳି ଏକ ନୂତନ ପ୍ରକାରର ବ୍ୟାଟେରୀ ତିଆରି କରିଛି ଯାହା ଗୋଟିଏ ଥର ଚାର୍ଜ କଲେ ୫୦ ବର୍ଷ ଚାଲିବ । ଚୀନ କମ୍ପାନୀର ଦାବି ଯଦି ସତ ହୋଇଥାଏ ତେବେ ଏହା ବ୍ୟାଟେରୀ କ୍ଷେତ୍ରରେ ଏକ ବିରାଟ ବିପ୍ଲବ ହେବାକୁ ଯାଉଛି । ଚୀନ କମ୍ପାନୀର ଦାବି ଯେ, ତା’ଦ୍ୱାରା ବିକଶିତ ବ୍ୟାଟେରି ସାଧାରଣ ବ୍ୟାଟେରୀ ପରି କ୍ରମାଗତ ଚାର୍ଜିଂ କିମ୍ବା ରକ୍ଷଣାବେକ୍ଷଣ ଆବଶ୍ୟକ କରେ ନାହିଁ । ଚୀନ୍‌ର ଭିଟାଭୋଲ୍ଟ ନାମକ ଏହି କମ୍ପାନୀର ଦାବି ଯେ, ଏହାର ବ୍ୟାଟେରୀ ପରମାଣୁ ଶକ୍ତିର କ୍ଷୁଦ୍ରକରଣ କରିପାରିଥିବା ଦୁନିଆର ପ୍ରଥମ ବ୍ୟାଟେରୀ । ଗୋଟିଏ ଛୋଟିଆ ମୁଦ୍ରା ସାଇଜର ବ୍ୟାଟେରୀରେ ୬୩ ଟି ଆଣବିକ ଆଇସୋଟୋପକୁ ସ୍ଥାନିତ କରିବାରେ କମ୍ପାନୀ ସଫଳ ହୋଇଥିବା ଦାବି କରିଛି । କମ୍ପାନୀର ଦାବି ଯେ ପରବର୍ତ୍ତୀ ପୀଢିର ବ୍ୟାଟେରୀ ପାଇଲଟ୍ ପରୀକ୍ଷା ପର୍ଯ୍ୟାୟରେ ପହଞ୍ଚି ସାରିଛି । ତେଣୁ ସେହି ବ୍ୟାଟେରୀକୁ ଫୋନ୍ ଏବଂ ଡ୍ରୋନକ୍ ବ୍ୟବହୃତ ହୋଇ ପାରିବ ।
କମ୍ପାନୀ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଏହି ଆଣବିକ ଶକ୍ତି ସମ୍ପନ୍ନ ବ୍ୟାଟେରୀଗୁଡ଼ିକ ଏରୋସ୍ପେସ୍‌, ଏଆଇ ଉପକରଣ, ମେଡିକାଲ୍ ଉପକରଣ, ମାଇକ୍ରୋପ୍ରୋସେସର, ଉନ୍ନତ ସେନ୍ସର, ଛୋଟ ଡ୍ରୋନ୍ ଏବଂ ମାଇକ୍ରୋ ରୋବଟ୍ ଭଳି ଅନେକ ଜିନିଷର ଦୀର୍ଘକାଳୀନ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତା ପୂରଣ କରିପାରିବ । ଏହା ସହ କମ୍ପାନୀ ଆଶା ବ୍ୟକ୍ତ କରିଛି ଯେ ଏହା ଚୀନକୁ ଏଆଇ ବୈଷୟିକ ବିପ୍ଳବରେ ଆଗେଇ ନେବାରେ ସାହାଯ୍ୟ କରିବ । ବ୍ୟାଟେରୀ କ୍ଷୟ ହେଉଥିବା ଆଇସୋଟୋପ୍ ମାଧ୍ୟମରେ ଶକ୍ତିକୁ ବିଦ୍ୟୁତରେ ପରିଣତ କରିଥାଏ ।

ଆମେରିକା ଏବଂ ୟୁରୋପ ବି ପଛରେ

ଏହି ପ୍ରକ୍ରିୟା ପ୍ରଥମେ ବିଂଶ ଶତାବ୍ଦୀରେ ଏନେଇ ପ୍ରଥମେ ଗବେଷଣା ଆରମ୍ଭ ହୋଇଥିଲା । ସୋଭିଏତ୍ ୟୁନିଅନ୍ ଏବଂ ଆମେରିକାର ବୈଜ୍ଞାନିକମାନେ ମହାକାଶଯାନ, ଅଣ୍ଡର ୱାଟର ସିଷ୍ଟମ୍ ଏବଂ ସୁଦୂର ବୈଜ୍ଞାନିକ ଷ୍ଟେସନ୍ ପାଇଁ ଏହି ଟେକ୍ନୋଲୋଜିର ବ୍ୟବହାର କରିଥିଲେ । ତେବେ ଥର୍ମୋନ୍ୟୁକ୍ଲିୟର ବ୍ୟାଟେରୀ ଉଭୟ ମହଙ୍ଗା ଏବଂ ଭାରୀ ଥିଲା । ୨୦୨୧ ରୁ ୨୦୨୫ ମଧ୍ୟରେ ଅର୍ଥନୀତିକୁ ମଜବୁତ କରିବା ପାଇଁ ଚୀନ୍ ୧୪ ତମ ପଞ୍ଚବାର୍ଷିକ ଯୋଜନା କାର୍ଯ୍ୟକାରୀ କଲା । ଏହା ଅଧୀନରେ ଆଣବିକ ବ୍ୟାଟେରୀର କ୍ଷୁଦ୍ରକରଣ ଏବଂ ବ୍ୟବସାୟିକରଣ ପାଇଁ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ତେବେ ଆମେରିକା ଏବଂ ୟୁରୋପ ଏବେ ମଧ୍‌ଯ ଏହି ମାମଲାରେ ଚୀନଠାରୁ ପଛରେ ଅଛନ୍ତି ।

ଏହି ବ୍ୟାଟେରୀର ବିଶେଷତା କ’ଣ ?

ଭିଟାଭୋଲ୍ଟ ଅନୁସାରେ ତା’ଦ୍ୱାରା ତିଆରି ପ୍ରଥମ ଆଣବିକ ବ୍ୟାଟେରୀ 15x15x5 ଘନ ମିଲିମିଟର ଆକାର ବିଶିଷ୍ଟ । ଏହା ୧୦୦ ମାଇକ୍ରୋୱାଟ ଶକ୍ତି ଏବଂ ୩ଭି ର ଭୋଲଟେଜ୍ ପ୍ରଦାନ କରିପାରିବ । ଅବଶ୍ୟ ୨୦୨୫ ସୁଦ୍ଧା ୧ ୱାଟ ଶକ୍ତି ଯୋଗାଉଥିବା ବ୍ୟାଟେରୀ ଉତ୍ପାଦନ କରିବା କମ୍ପାନୀର ଲକ୍ଷ୍ୟ ଅଟେ ।ଅଧିକ ଶକ୍ତି ଉତ୍ପାଦନ ପାଇଁ ଆଇସୋଟପ ଗୁଡିକୁ ଏକତ୍ର ସଂଯୁକ୍ତ କରାଯାଇ ପାରିବ କାରଣ ସେମାନଙ୍କ ଆକାର ଛୋଟ । କମ୍ପାନୀ ବର୍ତ୍ତମାନ ଏଭଳି ଏକ ମୋବାଇଲ୍ ଫୋନର କଳ୍ପନା କରୁଛି ଯାହାକୁ କେବେବି ଚାର୍ଜ କରିବାକୁ ପଡିବ ନାହିଁ । ଆଉ ଏଭଳି ଡ୍ରୋନ୍ ଯାହା ସବୁବେଳେ ଉଡିପାରିବ । କମ୍ପାନୀର କହିବାନୁସାରେ, ସେମାନଙ୍କ ଦ୍ୱାରା ବିକଶିତ ବ୍ୟାଟେରୀଗୁଡ଼ିକରେ କେବେ ମଧ୍ୟ ନିଆଁ ଲାଗିବ ନାହିଁ । ଆହୁରି ମଧ୍ୟ କମ୍ପାନୀ ଏହି ବ୍ୟାଟେରି ବ୍ଲାଷ୍ଟ୍ ପ୍ରୁଫ୍ ବୋଲି ଦାବି କରିଛି । ଏହା ୬୦ସି ରୁ ୧୨୦ସି ପର୍ଯ୍ୟନ୍ତ ତାପମାତ୍ରାରେ ମଧ୍ୟ କାମ କରିପାରିବ ବୋଲି କମ୍ପାନୀର ଦାବି ।

China made new batteriesOnce chargedthe battery will last 50 years!unique battery
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami