୧୦୦ ପିକ୍‌ନିକ୍ ସ୍ପଷ୍ଟ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ୱର: ରାଜ୍ୟର ୧୦୦ ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ । ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ । ୟୁଥ୍ ଫର୍ ୱାଟର ନାମକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗରେ ଏହି କ୍ୟାମ୍ପେନ ହାତକୁ ନେଇଛି ବୋର୍ଡ଼ ।କ୍ୟାମ୍ପେନ ଅଧୀନରେ ରାଜ୍ୟର ୨୮ ଜିଲ୍ଲାରେ ୧୦୦ଟି ପିକନିକ୍ ସ୍ପଟକୁ ଚିହ୍ନଟ କରାଯାଇଛି । ସେଗୁଡ଼ିକରେ ଏନଜିଓ, ଇକୋ କ୍ଲବ୍‌, ଏସଏଚଜି ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ଜରିଆରେ ପିକନିକ୍ ସ୍ପଟକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସଚେତନତା ସୃଷ୍ଟି କରାଯିବ ।

ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼

ଆଗକୁ ଆସୁଛି ପିକନିକ ଋତୁ । ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀରେ ଜମିବ ପର୍ଯ୍ୟଟକଙ୍କ ଭିଡ଼ । କିନ୍ତୁ ସବୁ ପିକନିକସ୍ଥଳ ଗୁଡିକରେ ଜମି ରହିଛି କୁଢ କୁଢ ଆବର୍ଜନା । ଲୋକମାନେ ବୁଲିବାକୁ ଯାଇ ସେଠାରେ ରୋଷେଇ କରି ଦନା, ପାଣି ଗ୍ଲାସ, ପ୍ଲେଟ ଓ ପଲିଥିନ ଆଦି ବିଭିନ୍ନ ଆବର୍ଜନା ପକାଉଛନ୍ତି । ଯାହା ଫଳରେ ସବୁ ପିକନିକ ସ୍ପଟ ଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ।

ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଚିହ୍ନଟ ହୋଇଥିବା ୧୦୦ଟି ପିକନିକ୍ ସ୍ପଟ ମଧ୍ୟରେ ରହିଛି ଖୋର୍ଦ୍ଧାର ଡ଼େରାସ, ବରୁଣେଇ ମନ୍ଦିର, କଟକର ଅଶୁଂପା, ଢେଙ୍କାନାଳର ସପ୍ତଶଯ୍ୟା ଓ ଦଣ୍ଡାଧାର, ଗଜପତିର ଗଣ୍ଡାହାତୀ ଜଳପ୍ରପାତ, ଗଞ୍ଜାମ ବୃଦ୍ଧଖୋଲ, କଳାହାଢିର ହେଲୋପଏଣ୍ଟ, କନ୍ଧମାନର ଲୁଦ ଼ୁଜଳପ୍ରପାତ, କେନ୍ଦ୍ରାପଡ଼ାର ସିଆଳି ବିଚ୍‌, କେନ୍ଦୁଝରର ବଡ଼ଘାଗରା ଓ ସାନଘାଗରା, ଅନୁଗୁଳର ଡ଼େରେଜାଙ୍ଗ ଡ଼୍ୟାମ୍‌, ବାଲେଶ୍ୱରର ଚାନ୍ଦିପୁର, ବରଗଡ଼ର ନୃସିଂହନାଥ, ଭଦ୍ରକର ଇରମ୍‌, ବଲାଙ୍ଗିରିର ଗାଇଖାଇ ଇକୋଟୁରିଜିମ, ବୌଦ୍ଧର ରାମଗଡ଼, କୋରାପୁଟ ଗୁପ୍ତେଶ୍ୱର, ଦେଓମାଳି, ମାଲକାନଗିରିର ସତୀଗୁଡ଼ା ଡ଼୍ୟାମ୍‌, ମୟୁରଭଞ୍ଜର ଭୀମକୁଣ୍ଡ ଇକୋଟୁରିଜିମ୍‌, ବରେହିପାଣି ଜଳ ପ୍ରପାତ, ସୀତାକୁଣ୍ଡ,ଦେବକୁଣ୍ଡ, ନବରଙ୍ଗପୁରର ଚନ୍ଦାଧର, ନୟାଗଡ଼ର ସିମିଳିଝର, ନୂଆପଡ଼ାର ପାଟୋରାରିଜରଭର, ପୁରୀର ରାମଚଣ୍ଡି, ରାୟଗଡ଼ାର ମିନାଝଲା ଶିବ ମନ୍ଦିର, ସମ୍ବଲପୁରର ଜିରୋପଏଣ୍ଟ, ଦେବଝରଣ, ସୋନପୁରର ପୂଜାଡ଼ୁଙ୍ଗୁରୀ, ଏବଂ ସୁନ୍ଦରଗଡ଼ର ଖଣ୍ଡାଧାର ଜଳପ୍ରପାତ ଓ ବେଦବ୍ୟାସ ପ୍ରମୁଖ ସ୍ଥାନ ସାମିଲ ରହିଛି । ଯଦି କୌଣସି ପର୍ଯ୍ୟଟକ ଏହାକୁ ନ ମାନନ୍ତି, ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

odisha picnic spotodishas 100 picnic spot will be plastic freeplastic free picnic spot
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami