ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନରେ ଚାଲିଛି ମତଦାନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ଓଡିଶାର ୪ଟି ଲୋକସଭା ଆସନ ସହ ୨୮ ବିଧାନସଭା ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା ୬ଟାରେ ଶେଷ ହେବ । ବିଭିନ୍ନ ସ୍ଥାନରେ ଲୋକେ ସକାଳୁ ସକାଳୁ ଲୋକେ ଭୋଟ ଦେବାକୁ ଉତ୍ସାହର ସହ ଲାଇନ୍ କରି ଅପେକ୍ଷା କରି ରହିଛି । ଖରାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସୁରୁଖୁରୁରେ ମତଦାନ କାର୍ଯ୍ୟକ୍ରମ ଚାଲିଛି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ସ୍ଥାନରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ନଜରକୁ ଆସିନାହିଁ ।

ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ଆଜି ବ୍ରହ୍ମପୁର ଲୋକସଭା କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନରେ ବି ମତଦାନ ହେଉଛି । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ଭୋଟ ଦେଉଛି । ସେହିପରି କଳାହାଣ୍ଡି ଲୋକସଭା କ୍ଷେତ୍ରର ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲାରେ ବି ନେତା ବାଛୁଛନ୍ତି ଜନତା । କୋରାପୁଟ ଲୋକସଭା କ୍ଷେତ୍ରର ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟ୍ଟାଙ୍ଗୀରେ ନିର୍ବାଚନ ହେଉଛି । ସେହିପରି ନବରଙ୍ଗପୁରର ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ଲୋକେ ମତଦାନ କରୁଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶର ୨୫ ଆସନ, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶର ୮, ପଶ୍ଚିମବଂଗର ୮, ବିହାର ଓ ଝାଡ଼ଖଣ୍ଡରେ ୫ଟି ଲେଖାଏଁ ଆସନ ଏବଂ ଜାମ୍ମୁ କାଶ୍ମୀର ଗୋଟିଏ ଆସନରେ ବି ଆଜି ମତଦାନ ହେଉଛି ।

1st phase voting startedodisha 4 loksabha constituency
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami