ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି

ଭୁବନେଶ୍ୱର: ବାରମ୍ବାର ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେପି । ନିର୍ବାଚନ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁଛି ବିଜେପି । ବଲାଙ୍ଗୀର ବିଜେପି ବିଧାୟକ ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ପ୍ରଚାରରେ ପିଲାଙ୍କୁ ବ୍ୟବହାର କରୁଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛିି ବିଜେଡି । ପିଲାମାନଙ୍କୁ ବିଜେପି ପତାକା ଓ ଉତ୍ତରୀୟ ପକାଉଥିବା ଦେଖିବାକୁ ମିଳିଛି ।

କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ପୂର୍ବରୁ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ଚିକିଟି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ମଧ୍ୟ ସମାନ କାମ କରୁଥିବା ନେଇ ସିଇଓଙ୍କୁ ଜଣାଇଥିଲା ବିଜେଡି ଟିମ୍ । ସେହିପରି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଏଫଏସ କ୍ୟାଡେଟଙ୍କୁ ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି । ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।

bjp has repeat edly violatedcode of conduct
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami