କୋଚ୍ ଗୌତମ ଗମ୍ଭୀରଙ୍କ ପସନ୍ଦ ତାଲିକାରେ ନାହାନ୍ତି ପାଣ୍ଡ୍ୟା, ପନ୍ତ କି ରାହୁଲ୍

ଟି-୨୦ ଫର୍ମାଟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅବସର ନେବା ପରେ ଭାରତୀୟ କ୍ରିକେଟରେ ଦଳୀୟ ସନ୍ତୁଳନକୁ ନେଇ ହଲଚଲ ତୀବ୍ର ହୋଇଛି। ଶ୍ରୀଲଙ୍କା ଗସ୍ତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଦଳର ଅଧିନାୟକ ଦାଇତ୍ୱ ହସ୍ତାନ୍ତର କରାଯାଇଛି , କିନ୍ତୁ ସମସ୍ତଙ୍କ ନଜର ଶୁଭମାନ ଗିଲଙ୍କ ଉପରେ ରହିଛି । ଗିଲଙ୍କୁ କେବଳ ଟି -୨୦ ନୁହେଁ ବରଂ ଦିନିକିଆ ସିରିଜର ଉପ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି

 

ଏହି ନିଷ୍ପତ୍ତି ପରେ ଚର୍ଚ୍ଚା ଜୋର ଧରିଛି ଯେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଗିଲଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ଦାଇତ୍ୱ ହସ୍ତାନ୍ତର କରିବା ପାଇଁ ବିଚାର କରୁଛନ୍ତି କି ? ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଏପରି ଏକ ଅନୁଭବ ହେଉଛି ଯେ , ଯେପରି ଶୁଭମାନ ଗିଲଙ୍କ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ ହୋଇଛି। ଟି -୨୦ ବିଶ୍ୱକପ ପରେ ଜିମ୍ବାୱେ ଗସ୍ତରେ ଗିଲ ହିଁ ଅଧିନାୟକ ନିଯୁକ୍ତ ହୋଇଥିଲେ ଏବଂ ଦଳ ତାଙ୍କ ଅଧୀନରେ ୪-୧ ରେ ସିରିଜ୍ ଜିତିଥିଲାଦିନିକିଆ ଦଳର ଅଧିନାୟକ ଏବେ ବି ରୋହିତ ଶର୍ମା ଅଛନ୍ତି ଏବଂ ତାଙ୍କ ଅଧୀନରେ ଖେଳିବା ଦ୍ୱାରା ଗିଲ ବହୁତ କିଛି ଶିଖିପାରିବେ | ଗିଲଙ୍କୁ ଏବେ ମାତ୍ର ୨୪ ବର୍ଷ ବୟସ ତେଣୁ, ରୋହିତ ଶର୍ମା ସମ୍ପୂର୍ଣ୍ଣ ଅବସର ନେବା ବେଳକୁ ଗିଲ ପରିପକ୍ୱ ହୋଇଯିବେ ବୋଲି କ୍ରିକେଟ୍ ବିଶେଷଜ୍ଞ ଆକଳନ କରୁଛନ୍ତି। ସେପଟେ ଗିଲଙ୍କୁ ପ୍ରମୋଟ କରାଯିବା ଦ୍ୱାରା ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ବହୁ ସନିଅର କ୍ରିକେଟରଙ୍କୁ କୋଚ୍ ଗୌତମ ଗମ୍ଭୀର ଅଣଦେଖା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି , କିନ୍ତୁ ଏହାର ଜବାବରେ ଏହା ମଧ୍ୟ କୁହାଯାଉଛି ଯେ ଫିଟନେସ୍, ବାରମ୍ବାର ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରୁ ଦୂରେଇ ରଖୁଛି | ଋଷଭ ପନ୍ତ ୨୦୨୨ ମସିହାର ଦୁର୍ଘଟଣାପରେ ଟିମ୍ ଇଣ୍ଡିଆରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରବେଶ କରିପାରିନାହାଁନ୍ତି।

 

ଏହିପରି ଭାବରେ, ପନ୍ତ ଏବଂ ପାଣ୍ଡ୍ୟା ଶୁଭମନ ଗିଲଙ୍କ ଦୁଇ ବଡ ପ୍ରତିଯୋଗୀ ଭାବେ ଅଧିନାୟକ ଦୌଡ଼ରେ ଥିଲେ ହେଁ ଉଭୟେ ତାଙ୍କ ପଛରେ ରହିଛନ୍ତି। ଦଳ ଘୋଷଣା ପୂର୍ବରୁ କେ.ଏଲ୍ ରାହୁଲଙ୍କୁ ଦିନିକିଆ ସିରିଜରେ ଅଧିନାୟକ କରିବା କଥା ଚର୍ଚ୍ଚା ହୋଇଥିଲା। ଯଦି ଏହା ହୋଇଥାନ୍ତା ତେବେ ରୋହିତ ଶର୍ମା ଫେରିବା ପରେ ରାହୁଲଙ୍କୁ ଉପ-ଅଧିନାୟକ କରାଯିବ ବୋଲି କୁହାଯାଉଥିଲା । କିନ୍ତୁ ରାହୁଲଙ୍କ ବଦଳରେ ଗିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି | ଗିଲ୍ ଆଇପିଏଲ୍ ୨୦୨୪ରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକତ୍ୱ ଗ୍ରହଣ କରିଥିଲେ | ସେଠାରେ ସେ ଭାରତର କିମ୍ବଦନ୍ତୀ ଦ୍ରୁତ ବୋଲର ଆଶିଷ ନେହେରାଙ୍କଠାରୁ ବହୁତ କିଛି ଶିଖିଥିଲେ | ଯଦିଓ ଗୁଜୁରାଟ ଦଳ ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନ ହାସଲ କରିଥିଲା, କିନ୍ତୁ ଏହି ଅଭିଜ୍ଞତା ଭବିଷ୍ୟତରେ ଗିଲଙ୍କୁ ସାହାଯ୍ୟ କରିପାରେ | ଭବିଷ୍ୟତକୁ ଦେଖି ଏବେଠାରୁ କୋଚ୍ ଗମ୍ଭୀର ନେତୃତ୍ୱର ଭାର ନେବାକୁଥିବା ଗିଲଙ୍କୁ ପରିପକ୍ୱ କରୁଥିବାନେଇ ଚର୍ଚ୍ଚା ହେଉଛି।

cricket news updategautam gambhirhardik pandyaIndian cricket teamkl rahulRishabh Pantrohit sharmaShubman Gillvirat kohli
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami