ମୋହନ ସରକାରଙ୍କୁ ଟାର୍ଗେଟ କଲେ ନିରଞ୍ଜନ

ଭୁବନେଶ୍ୱର : ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲିବାନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡା. ଅରବିନ୍ଦ ପାଢ଼ୀ । ଆସନ୍ତା ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବାସହ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତଥା ବହୁ ବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା ।ଏହି କଥାଟି ସତ୍ୟ କି ? ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆକମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଗଲା ।

ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଅନୁସାରେ ଗତ ଜୁଲାଇ ୧୪ ତାରିଖ ଦିନ ଚାବିକୁ କାଟି ଭିତର ରତ୍ନଭଣ୍ଡାର ଖୋଲାଗଲା ।ଏହାର ବହୁ ପୂର୍ବରୁ ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି କଥାଟି ସତ୍ୟ କି ? କଂଗ୍ରେସ ସରକାର ସମୟରେ ୧୪.୦୭.୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା । ବୋଲି ଆର.ଟି.ଆଇ ତଥ୍ୟରୁ ଉପଲବ୍ଧ ରହିଛି ।

୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ ରେଜିଷ୍ଟରରେ ଲିପିବଦ୍ଧ ହୋଇଥିବ , ତେଣୁ ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ ବୋଲି ସେ ଦାବି କରିଛନ୍ତି । ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଅସତ୍ୟ ଖବର ପ୍ରଚାର ନକରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହିତ ଟାର୍ଗେଟ ମଧ୍ୟ କରିଛନ୍ତି ।

bjp odishabjp vs congresscongress press meet todaycongress vs bjpmohan charan majhiniranjan patnaikodisha bjpodisha congressodisha politisratna bhandarratna bhandar openingsenior leader congress
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami