ଟି-ଟ୍ୱେଣ୍ଟି ୱାର୍ଲଡ କପରୁ ବାଦ୍ ପଡ଼ିଲା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍

ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଟି-୨୦ ବିଶ୍ୱକପରୁ ଅନ୍ୟତମ ଟାଇଟଲ୍ ଫେଭରିଟ୍ କୁହାଯାଉଥିବା ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡ୍ ବିଦା ହୋଇଛି। ଟି-ୱ୍ଟେଣ୍ଟି ଫର୍ମାଟରେ ଏଥର ୱାର୍ଲଡ୍ କପର ଡାର୍କ ହର୍ସ ସାଜିଥିବା ଆଫଗାନିସ୍ତାନ୍ ଗ୍ରୁପ ପର୍ଯ୍ୟାୟରେ ପପୁଆ ନ୍ୟୁ ଗିନିକୁ ୭ ୱିକେଟରେ ହରାଇ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆଫଗାନିସ୍ତାନ ଆଗେଇ ଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ପର୍ଯ୍ୟାୟରୁ କ୍ୱିୱି ଟିମ ବାଦ ପଡ଼ିବା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରି ଦେଇଛି। ଟୁର୍ଣ୍ଣାମେଣ୍ଟର ଏଯାଏ ସର୍ବାଧିକ ୱିକେଟ ନେଇଥିବା ଆଫଗାନର ଫଜଲହକ ଫାରୁକି ପିଏନଜି ବିପକ୍ଷରେ ମଧ୍ୟ କମାଲ କରିଛନ୍ତି। ସେ ଏବଂ ସାଥୀ ଦ୍ରୁତ ବୋଲର୍ ନବୀନ୍ ଉଲ୍ ହକ୍ ମିଳିତ ୫ ୱିକେଟ୍ ଦଖଲ କରିବାରୁ ପିଏନଜି ୧୯.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୯୫ ରନ କରିବାକୁ ସକ୍ଷମ ହୋଇଥିଲା। ଫାରୁକି ୧୬ ରନରେ ୩ ୱିକେଟ ଓ ନବୀନ୍ ମାତ୍ର ୪ ରନ୍ ଦେଇ ୨ ଟି ୱିକେଟ୍ ନେଇଥିଲେ। ୯୬ ରନର ଟାର୍ଗେଟକୁ ଆଫଗାନିସ୍ତାନ ମାତ୍ର ୩ ୱିକେଟ ହରାଇ ହାସଲ କରିନେଇଥିଲା । ଆଫଗାନ୍ ପକ୍ଷରୁ ଗୁଲବୁଦିନ୍ ନାଇବ୍ ଅପରାଜଡିତ ୪୮ ରନ୍ କରିଥିଲେ। ଆଫଗାନିସ୍ତାନର ଏହି ବିଜୟ ସହ ସୁପର ୮ ଖେଳିବାକୁ ନ୍ୟୁଜିଲ୍ୟାଣ୍ଡ ଦେଖିଥିବା ସ୍ୱପ୍ନ ଚୂରମାର ହୋଇଯାଇଛି। ଆଫଗାନିସ୍ତାନ ସହ ଆୟୋଜକ ୱେଷ୍ଟଇଣ୍ଡିଜ ସୁପର ୮ ରେ ପ୍ରବେଶ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟୁର୍ଣ୍ଣାମେଣ୍ଟରେ ଆଉ ୨ଟି ମ୍ୟାଚ୍‌ ଖେଳିବାର ଅଛି। କିନ୍ତୁ ଉକ୍ତ ଦୁଇ ମ୍ୟାଚ୍‌ ଜିତିଲେ ମଧ୍ୟ ଦଳକୁ କୌଣସି ଫାଇଦା ମିଳିବ ନାହିଁ। ପ୍ରଥମ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନ ଠାରୁ ହାରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଠାରୁ ମଧ୍ୟ ମାତ ଖାଇଥିଲା। କ୍ରମାଗତ ଦୁଇଟି ମ୍ୟାଚ୍‌ ହାରି ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗ୍ରୁପ ସିରୁ ନ୍ୟୁଜିଲ୍ୟାଣ୍ଡ ବିଦାୟ ନେଇଥିବା ବେଳେ ଗ୍ରୁପ ଡି’ରୁ ଶ୍ରୀଲଙ୍କା ସୁପର ୮ ରେସ୍‌ରୁ ବାଦ ପଡ଼ିଛି।

| how to play dream 11 team of today matchafghanistan vs nepal world cupcricket t20 world cupcricket world cup 2019grand league team of today matchhow to use microsoft teamshow to win grand league in dream11nepal vs afghanistan u19 world cuppakistan vs west indies world cup 2019player of the matchroad to world cupt20 world cup previewu19 world cup 2024west indies vs pakistan world cupwindies vs pakistan 2019 world cupworld cup qualifier
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami