ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ

ନୀରଜ ଚୋପ୍ରା ଏବେ ଦେଶର ଏକ ପରିଚିତ ନାମ । ସେନାର ଏହି ଜୁନିଅର କମିଶନଡ୍ ଅଫିସର ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଛନ୍ତି ତା’ର ପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲ । ନୀରଜଙ୍କ ବାପା ଜଣେ କୃଷକ । ନୀରଜଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେସ ସଂଘର୍ଷପୂର୍ଣ୍ଣ । ନୀରଜଙ୍କ ଜୀବନକୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ତାହାରି ଭିତରୁ ଗୋଟିଏ ଭାରତ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା ସହିତ ଜଡିତ ।

ନୀରଜ ଭାରତୀୟ ସେନାର ଅଧିକାରୀ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନୀରଜଙ୍କ ପରିବାରର ସେନା ସହିତ ସମ୍ପର୍କ ବେଶ ପୁରୁଣା । ଦେଶର ସୁରକ୍ଷା ପାଇଁ ଜୀବନର ଆହୁତି ଦେବା ନୀରଜଙ୍କ ପରିବାରର ପରମ୍ପରା । ନୀରଜଙ୍କ ପରିବାର ୧୭୬୧ ମସିହାର ପାନିପଥ ଯୁଦ୍ଧରେ ଆଫଗାନିସ୍ତାନର ଲୁଟେରା ଅହମ୍ମଦ ଶାହା ଦୁରାନୀ ବିରୋଧରେ ଲଢିଥିଲେ ।

ତୃତୀୟ ପାନିପଥ ଯୁଦ୍ଧ ଓ ନୀରଜଙ୍କ ପରିବାର

ପାନିପଥ ଯୁଦ୍ଧ ଭାରତୀୟ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା । ପ୍ରଥମ ପାନିପଥ ଯୁଦ୍ଧ ଭାରତରେ ମୋଗଲ ସାମ୍ରାଜ୍ୟର ନିଅଁ ରଖିଥିଲା । ଆଉ ତୃତୀୟ ପାନିପଥ ଯୁଦ୍ଧ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା । ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇ ପଡିଥିବା ବେଳେ ଭାରତରେ ମରାଠା ଶକ୍ତିର ଉଦୟ ହୋଇଥିଲା । ମୋଗଲ ସାମ୍ରାଜ୍ୟର ପତନ ପାଇଁ ମରାଠା ସାମ୍ରାଜ୍ୟକୁ ଦାୟୀ କରାଯାଏ । ଔରଙ୍ଗଜେବ ପରେ ମୋଗଲ ଶାସକ ଏକ ରକମ ମରାଠା ଶକ୍ତିର ଦୟା ଉପରେ ନିର୍ଭର କରୁଥିଲା । ଏହି ସମୟରେ ମରାଠା ସାମ୍ରାଜ୍ୟ ଓଡ଼ିଶାର କଟକଠାରୁ ପାକିସ୍ତାନର ଅଟକ ପର୍ଯ୍ୟନ୍ତ ବିସ୍ତାରିତ ଥିଲା । ସେତିକିବେଳେ ୪ ଜଣ ଭାରତୀୟ ଶାସକଙ୍କ ନିମନ୍ତ୍ରଣରେ ଅହମ୍ମଦ ଶାହା ଦୁରାନୀ ଭାରତ ଉପରେ ଆକ୍ରମଣ କରିଥିଲା । ଦିଲ୍ଲୀଠାରୁ ୯୭ କିଲୋମିଟର ଦୂରରେ ଥିବା ପାନିପଥଠାରେ ମରାଠା ସେନା ଓ ଆଫଗାନୀ ସେନା ମଧ୍ୟରେ ଯୁଦ୍ଧ ହୋଇଥିଲା । ମରାଠାଙ୍କ ପକ୍ଷରୁ ଏହି ଯୁଦ୍ଧର ନେତୃତ୍ୱ ନେଉଥିଲେ ପେଶୱା ସଦାଶିବ ରାଓ ଭାଉ । ଏହି ଯୁଦ୍ଧରେ ମରାଠା ସେନା ପରାସ୍ତ ହୋଇଥିଲା । ପ୍ରାୟ ୬୦ରୁ ୭୦ ହଜାର ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା କୁହାଯାଏ ।

ନୀରଜଙ୍କ ପରିବାରର ପାନିପଥ ଯୁଦ୍ଧ ସହିତ ସମ୍ପର୍କ କ’ଣ ?

ନୀରଜଙ୍କ ପରିବାର ଯୁଦ୍ଧ ଲଢିବା ପାଇ ମହାରାଷ୍ଟ୍ରରୁ ପାନିପଥ ଆସିଥିଲେ । ମରାଠା ସେନାରେ ଖାଲି ସୈନିକ ନଥିଲେ । ସେହି ସେନା ସହ ମରାଠା ସୈନିକ ନିଜ ପରିବାରକୁ ମଧ୍ୟ ନେଇ ଆସିଥିଲେ । ଉତ୍ତର ଭାରତର ବିଭିନ୍ନ ତିର୍ଥସ୍ଥାନ ବୁଲିବା ଥିଲା ସେନା ସହିତ ଆସିଥିବା ସାଧାରଣ ଲୋକଙ୍କ ଇଛା । ନୀରଜଙ୍କ ପୂର୍ବଜ ମଧ୍ୟ ସେନା ସହିତ ଆସିଥିଲେ । ସେମାନଙ୍କ ପୂର୍ବଜଙ୍କ ମଧ୍ୟରୁ ଅନେକ ଏହି ଯୁଦ୍ଧରେ ଜୀବନ ହାରିଥିଲେ । ଯୁଦ୍ଧ ସରିବା ପରେ କିଛି ମରାଠୀ ସୈନିକ ଓ ସେମାନଙ୍କ ପରିବାର ମହାରାଷ୍ଟ୍ରକୁ ନଫେରି ପାନିପଥରେ ରହିଯାଇଥିଲେ । ନୀରଜଙ୍କ ପୂର୍ବଜ ସେହିମାନଙ୍କ ମଧ୍ୟରେ ଥିଲେ । ହରିଆନାରେ ଏବେ ମଧ୍ୟ ଅନେକ ମରାଠୀ ପରିବାର ରୁହନ୍ତି ।

ନୀରଜଙ୍କ ମହାରାଷ୍ଟ୍ର ସମ୍ପର୍କକୁ ମନେ ପକାଇଲେ ମରାଠି ନେତା

ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପରେ ତାଙ୍କର ମରାଠି ସମ୍ପର୍କକୁ ମହାରାଷ୍ଟ୍ରର କିଛି ନେତା ମନେ ପକାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ଫଡନାବିସ ଟ୍ୱିଟ୍ କରି ନୀରଜଙ୍କ ପୂର୍ବଜ କେମିତି ପାନିପଥ ଯୁଦ୍ଧ ଲଢିବାକୁ ଉତ୍ତର ଭାରତକୁ ଯାଇଥିଲେ ସେ କଥା ଉଲ୍ଲେଖ କରିଛନ୍ତି ।

1761 panipat battle୧୭୬୧ ମସିହାର ପାନିପଥ ଯୁଦ୍ଧafghanistan ahmad shah durraniAurangzebdevendra fadnavisgold medalhistory of IndiaIndian Armyjavelin throw eventjunior commissioned officermaharashtramaratha kingdom from odisha to pakistanneeraj chopraneeraj chopra ancestorsneeraj chopras maratha linkneerajs family historypanipat battlepeshwa sadashiv rao bhautokyo olympicstrack and athletics medalveer marathasଆଫଗାନିସ୍ତାନର ଲୁଟେରା ଅହମ୍ମଦ ଶାହା ଦୁରାନୀଔରଙ୍ଗଜେବଜୁନିଅର କମିଶନଡ୍ ଅଫିସରଦେବେନ୍ଦ୍ର ଫଡନାବିସନୀରଜ ଚୋପ୍ରାନୀରଜଙ୍କ ପରିବାରର ସେନା ସହିତ ସମ୍ପର୍କପେଶୱା ସଦାଶିବ ରାଓ ଭାଉପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲଭାରତ ଇତିହାସଭାରତରେ ମରାଠାମରାଠା ସାମ୍ରାଜ୍ୟ ଓଡ଼ିଶାର କଟକଠାରୁ ପାକିସ୍ତାନମରାଠି ସମ୍ପର୍କ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami