ନବୀନ ହେବେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଷଷ୍ଠଥର ବି ହେବେ ମୁଖ୍ୟମନ୍ତ୍ରୀ । କାମ ଦେବନି ବିରୋଧୀଙ୍କ ହୀନ ରାଜନୀତି । ଆସନ୍ତା ୪ ତାରିଖରେ ବହୁମତ ପାଇବ ବିଜେଡି । ୧୧୭ ଆସନ ଜିତି ବିଜେଡି ପୁଣି ଥରେ ରାଜ୍ୟରେ ସରକାର ଗଠନ କରିବ । ୨୫ ବର୍ଷ ଧରି ରାଜ୍ୟର ଚାମ୍ପିଅନ୍ ରହିଥିବା ମୁଖ୍ୟମନ୍ତ୍ରୀଙ୍କ ବିକାଶ ମନ୍ତ୍ର ଆଗରେ ବିରୋଧୀଙ୍କ ରଣନୀତି ସବୁଥର ପରି ଫେଲ ମାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

ବିଜେଡିକୁ ମିଳିବ ୧୧୭ ଆସନ

କାମ ଦେବନି ବିରୋଧୀଙ୍କ ଚାଲ୍ । ରାଜ୍ୟବାସୀଙ୍କୁ ପ୍ରଭାବିତ କରିପାରିନି ବିରୋଧୀଙ୍କ ହୀନ ରାଜନୀତି । ବିଧାନସଭାରେ ବିଜେଡିକୁ ମିଳିବ ୧୧୭ ଆସନ । ସେହିପରି ଲୋକସଭାରେ ୧୧ରୁ ୧୨ ଆସନ ହାତେଇବ ଦଳ । ୨୦୧୯ରେ ବି ବିରୋଧୀ ଜାତୀୟ ସ୍ତରର ବୁଥ ବାହୁଡ଼ା ମତକୁ ନେଇ ବାଜି ମାରିବେ କହୁଥିଲେ । କିନ୍ତୁ ବିଜେଡି ୧୧୨ ଆସନ ପାଇ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲେ ନବୀନ ପଟ୍ଟନାୟକ । ୨୦୨୪ରେ ବି ସମାନ ଧାରା ବଜାୟ ରହିବ ବୋଲି ବିଜେଡି ଦାବି କରିଛି । ଖୋଲାଖୋଲି ନ କହିଲେ ବି ନବୀନଙ୍କ ଲୋକପ୍ରିୟତା କାଏମ ରହିଥିବା କଂଗ୍ରେସ ସ୍ୱୀକାର କରିଛି । ସ୍ୱଚ୍ଛ ଓ ସ୍ଥିର ସରକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମକକ୍ଷ ନେତା ଆଉ କୌଣସି ରାଜନୈତିକ ଦଳ ତିଆରି କରିପାରିନି । ଏଥର ବିଜେପି ଯେପରି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ପ୍ରତି ବ୍ୟକ୍ତିଗତ ସ୍ତରକୁ ଓହ୍ଲାଇ ଯେତେ କଟୁ ମନ୍ତବ୍ୟ ରଖିଲା, ଗଣତନ୍ତ୍ର ଇତିହାସରେ ଏକ ଭୁଲ ପରମ୍ପରା ସୃଷ୍ଟି ହେଲା । ସେସବୁ ଭୋଟରଙ୍କୁ ପ୍ରଭାବିତ କରିପାରିନି । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଯେତିକି ଲୋକସଭା ଆସନ ଜିତିଥିଲା ସେତିକି କିମ୍ବା ତାଠୁ କିଛି ଅଧିକ ଆସନ ହାସଲ କରିପାରେ

bjd supremo naveen patnaiknaveen will be the cmsixth time naveen cm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami