ନବୀନ ନିବାସରେ ବିଜୁ ପଟ୍ଟନାୟକଙ୍କ ନାତି, ଲାଗିଛି ନେତାଙ୍କ ଭିଡ଼

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ସମାପ୍ତ ହେବାପରେ ବି ସରଗରମ ରହିଛି ରାଜନୈତିକ ମାହୋଲ । ୨୫ ବର୍ଷର ସ୍ଥିର ସରକାର କରିଥିବା ବିଜେଡ଼ି ପରାଜୟ ପରେ , ପ୍ରାୟତଃ ପ୍ରତିଦିନ ନବୀନ ନିବାସରେ ବିଜେଡ଼ି ନେତା ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଭିଡ଼ ଦେଖିବାକୁ ମିଳୁଛି । ଆଗାମୀ ରଣନୀତି କଣ ରହିବ, ବିଜେଡି ବିରୋଧୀ ଦଳ ଆସନରେ ରହି ନୂଆ ସରକାରକୁ କିପରି ସାମ୍ନା କରିବ ତାକୁ ନେଇ ପ୍ରସ୍ତୁତ ହେଉଛି ସୁଦୃଢ ରଣନୀତି
ଏଥି ସହ ଦଳର ନେତୃତ୍ୱକୁ ନେଇ ମଧ୍ୟ ରାଜନୈତିକ ମାହୋଲରେ ବେଶ୍ ଚର୍ଚ୍ଚା ଲାଗି ରହିଛି । ଏହି ସମୟରେ ଗତକାଲି ଓଡ଼ିଶା ଆସି ପହଞ୍ଚିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ଅରୁଣ ପଟ୍ଟନାୟକ । ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନ ବିଜେଡି ରାଜନୀତିକୁ ଉଷ୍ମ କରିଦେଇଛି । ନବୀନଙ୍କ ଉତ୍ତରାଧିକାରୀ ହୋଇ ଅରୁଣ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି ।
ନବୀନଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ।
ପରାଜୟ ପରେ ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗକୁ ଆସି ସିଧାସଳଖ ଦଳର ବିଧାୟକ ଓ ପରାଜିତ ପ୍ରାର୍ଥୀ ଏବଂ ଅନ୍ୟମାନଙ୍କୁ ସିଧାସଳଖ ଭେଟୁଛନ୍ତି । ଅନ୍ୟପଟେ ଅରୁଣ ଦଳର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଜେଡିର ସ୍ଥାୟିତ୍ୱକୁ ବଜାୟ ରଖିବାକୁ ନବୀନ ସକ୍ରିୟ ରହିବା ସହ ଧୀରେ ଧୀରେ ଅରୁଣଙ୍କୁ ଦଳର ନେତୃତ୍ୱ ଭାର ଦେବାକୁ ଯୋଜନା ହୋଇଥାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ପୂର୍ବରୁ ଅରୁଣଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ରାଜନୀତିରେ ସାମିଲ ହେବେ ନାହିଁ ବୋଲି ରୋକଠୋକ୍ ଜଣାଇଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ ଅରୁଣଙ୍କ ଭୂମିକା କ’ଣ ରହୁଛି ତାହା ଉପରେ ସମସ୍ତଙ୍କ ନଜର

 

arun patnaik fan clubarun patnaik today newsbjd supremo naveen patnaiknaveen patnaikvk pandianvk Pandian's campaign at bhubaneswar
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami