ମା ତାରାତାରିଣୀଙ୍କ ଦର୍ଶନ ପରେ ନାମାଙ୍କନପତ୍ର ଦାଖଲ କଲେ ନବୀନ

ବ୍ରହ୍ମପୁର: ନାମାଙ୍କନପତ୍ର ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪ ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ସାଙ୍ଗରେ ଉପସ୍ଥିତ ଥିଲେ ବିଜେଡିର ବହୁ ବରିଷ୍ଠ ନେତା । ନବୀନ ନିଜର ଷଷ୍ଠ ଇଂନିସ ପାଇଁ ଆଜି ପ୍ରାର୍ôଥପତ୍ର ଦାଖଲ କରିଛନ୍ତି । ହିଞ୍ଜିଳି ଆସନରୁ କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ନାମାଙ୍କନ ଦାଖଲ କରିଛନ୍ତି ।

ଓଡିଶା ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି ନବୀନ

ନାମାଙ୍କନ ଭରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ତାରାତାରିଣୀ ପୀଠରେ ମାଆଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ । ୨୦୦୦ ମସିହାରୁ ହିଞ୍ଜିଳିରୁ ବିଧାୟକ ରହି ଆସିଛନ୍ତି ନବୀନ । ୫ ଥର ହିଞ୍ଜିଳିରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏଥର ଷଷ୍ଠଥର ନିର୍ବାଚନ ଲଢୁଛନ୍ତି । ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଲେ । ଆଉ ବନିଗଲେ ଅପରାଜେୟ, ଅପ୍ରତିଦ୍ୱନ୍ଦୀ ଆଉ ଓଡ଼ିଶାବାସୀଙ୍କ ଅତିଆପଣାର । ୧୯୯୭ ଆସିକା ଉପନିର୍ବାଚନରୁ ଏଯାଏ ନବୀନ ରହିଛନ୍ତି ଅନବିଟେବୁଲ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହୋଇଥିଲେ ନବୀନ । ପରେ ୨୦୦୦ ମସିହାରୁ ଲଗାତାର ହିଞ୍ଜିଳି ଆସନରୁ ବିଜୟୀ ହୋଇ ଓଡିଶା ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି ।

ହିଞ୍ଜିଳିରୁ ଷଷ୍ଠଥର ନିର୍ବାଚନ ଲଢୁଛନ୍ତି ନବୀନ

୨୪ ବର୍ଷର ଶାସନରେ ଓଡ଼ିଶାକୁ ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ôଥକ ସ୍ୱଚ୍ଛଳ ରାଜ୍ୟ ଭାବେ ଗଢିତୋଳିଛନ୍ତି ନବୀନ । ଗତ ୩ଟି ସାଧାରଣ ନିର୍ବାଚନକୁ ଦେଖିଲେ ୨୦୦୯ରେ ନବୀନ ୬୧ ହଜାର ୨୭୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ଭୋଟ ପ୍ରତିଶତ ଥିଲା ୬୩ ଦଶମିକ ୮୮ । ୨୦୧୪ରେ କଂଗ୍ରେସ ପ୍ରାର୍ଥୀଙ୍କୁ ୭୬ ହଜାର ୫୮୬ ଭୋଟରେ ପରାଜିତ କରି ଚତୁର୍ଥ ଥର ବିଧାୟକ ହୋଇଥିଲେ ନବୀନ । ୨୦୧୯ରେ ବିଜେପି ପ୍ରାର୍ଥୀଙ୍କୁ ୬୦ ହଜାର ୧୬୦ ଭୋଟରେ ହରାଇ ବିଜୟ ଲାଭ କରିଥିଲେ । ଏଥର ନବୀନ ଷଷ୍ଠଥର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପିର ଶିଶିର ମିଶ୍ର ଓ କଂଗ୍ରେସର ରଞ୍ଜିକାନ୍ତ ପାଢ଼ୀ ପ୍ରାର୍ଥୀ ହୋଇଛନ୍ତି । ମେ ୨୦ ତାରିଖରେ ହିଞ୍ଜିଳିର ମତଦାନ ହେବ । ନବୀନ ହିଞ୍ଜିଳି ଛଡ଼ା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ।

chatrapur sub collector officenaveen patnaik files nomination
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami