ତିନିଥର ମହାକାଶକୁ ଯାଇ ଇତିହାସ ରଚିଲେ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ: ପୁଣିଥରେ ମହାକାଶକୁ ଯାତ୍ରା କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ବଂଶୋଦ୍ଭବ ସୁନିତା ୱିଲିୟମ୍ସ । ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା । କୌଣସି ମହାକାଶ ଯାନର ପ୍ରଥମ ଅଭିଯାନରେ ମହାକାଶକୁ ଯାଇଥିବା ସେ ହେଉଛନ୍ତି ପ୍ରଥମ ମହିଳା ।

ଅନ୍ତରୀକ୍ଷ ଅଭିମୁଖେ ଉଡ଼ାଣ ଭରିଛନ୍ତି ସୁନୀତା

ସୁନିତା ବୁଧବାର ୮ଟା ୨୨ରେ ଫ୍ଲୋରିଡାର କେପ୍ କାନଭେରଲା ସ୍ପେସ୍ ଫୋର୍ସ ଷ୍ଟେସନର ୪୧ ନଂ ଲଞ୍ଚପ୍ୟାଡ୍‌ରୁ ବୋଇଂ ଷ୍ଟାରଲାଇନର ମହାକାଶଯାନରେ ମହାକାଶ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ । ଏହା ସୁନିତାଙ୍କ ତୃତୀୟ ମହାକାଶ ଯାତ୍ରା । ତୃତୀୟ ପ୍ରୟାସରେ ଏହି ଯାନ ସଫଳ ହୋଇଛି । ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଭିଯାନକୁ ୨ ଥର ସ୍ଥଗିତ ରଖାଯାଇଥିଲା । ଏହା ସଠିକ୍ କକ୍ଷରେ ପହଞ୍ଚି ଯାଇଛି । ଦିନକ ପରେ ଏହା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) ସହ ଯୋଡ଼ି ହୋଇଯିବ । ଏବେ ଆମେରିକାର ୩ଟି ମହାକାଶ ଯାନ ବୋଇଂ ଷ୍ଟାରଲାଇନର, ସ୍ପେସ୍ ଏକ୍ସର କ୍ର‌୍ୟୁ ଡ୍ରାଗନ ଏବଂ ଆଇଏସଏସ ରହିଛି । ୫୯ ବର୍ଷୀୟା ସୁନୀତାଙ୍କର ଏହା ତୃତୀୟ ମହାକାଶ ଯାତ୍ରା । ଏହା ପୂର୍ବରୁ ସେ ଦୁଇ ଥର ମହାକାଶକୁ ଯାତ୍ରା କରି ସାରିଛନ୍ତି । ସେ ୨୦୦୬ ଡିସେମ୍ବର ୯ରେ ‘ଡିସକଭରୀ’ ମହାକାଶ ଯାନରେ ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିଥିଲେ । ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟର ଅନେକ ଦିନ ଧରି ରହିଥିଲେ । ଏହି ସମୟରେ ସେ ଚାରିଥର ଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ । ପୁଣି ୨୦୧୨ ଜୁଲାଇ ୧୫ରେ କାଜାଖସ୍ତାନର ବୈକାନୁର କସ୍ ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ୱିତୀୟ ଥର ମହାକାଶ ଯାତ୍ରା କରିଥିଲେ ।

history by flying to spacenasa astronautsunita-williams
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami