ଅମ୍ବାନୀଙ୍କ ଲମ୍ବ ଡିଆଁ

ଲମ୍ବ ଡିଆଁ ମାରିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରି ମୁଖ୍ୟ

() ଅରବପତିଙ୍କ ତାଲିକାରେ ଲମ୍ବା ଡିଆଁ ମାରିଛନ୍ତି ଏସିଆର ଦୁଇ ନମ୍ବର ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ । ଦୁନିଆର ଟପ୍‌-୧୦ ଧନୀଙ୍କ ମଧ୍ୟରେ ଏକ ନୂଆ ସ୍ଥାନ ଅକ୍ତିଆର କରିଛନ୍ତି ମୁକେଶ ଅମ୍ବାନୀ । ସେ ଧନୀ ତାଲିକାର ୮ମ ସ୍ଥାନରେ ନିଜ ସ୍ଥାନ ପକ୍କା କରିଛନ୍ତି । ଫୋବର୍ସର ରିଅଲ ଟାଇମ ବିଲିୟନର୍ସ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ୮୪ ଡଲାର ହୋଇଯାଇଛି । ଏଥିସହିତ ମୁକେଶ ଧନୀ ଲିଷ୍ଟରେ ସାମିଲ ଥିବା ଲେରୀ ପେଜ୍ ଓ ସର୍ଗଇ ବିନଙ୍କୁ ପଛରେ ପକାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ ଲେରୀ ପେଜଙ୍କ ସମ୍ପତ୍ତି ୮୩.୯ ଅରବ ଡଲାର ରହିଥିବା ବେଳେ ସର୍ଗେଇ ବିନଙ୍କ ସମ୍ପତ୍ତି ୮୦.୫ ଅରବ ଡଲାର ରହିଛି । ତେବେ ବିଗତ ଦିନରେ ଟପ୍‌-୧୦ ଧନୀଙ୍କ ମଧ୍ୟରେ ଇତିହାସ ରଚିଥିବା ଏସିଆର ଏକ ନମ୍ବର ଧନୀ ଗୌତମ ଆଦାନୀ ଏବେବି ଧନୀଙ୍କ ମଧ୍ୟରେ ନିଜର ଚତୁର୍ଥ ସ୍ଥାନ କାୟମ ରଖିଛନ୍ତି । ତାଙ୍କର ମୋଟ ସମ୍ପତ୍ତି 124.4 ଅରବ ଡଲାର ରହିଛି । ଆଦାନୀ ଲଗାତାର ମାଇକ୍ରୋସଫ୍ଟର ନିର୍ମାତା ବିଲଗେଟସ୍ ଏବଂ ଦିଗ୍ଗଜ୍ ନିବେଶକ ଓ୍ବାରେନ ବଫେଟଙ୍କ ଉପରେ ରହିଛନ୍ତି । ସେପଟେ ଅରବପତିଙ୍କ ଲିଷ୍ଟରେ ସାମିଲ ଥିବା 2 ଭାରତୀୟ ଉଦୌଗପତି ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ ସମ୍ପତ୍ତିର ଅନ୍ତର ଦେଖିବାକୁ ଗଲେ ମୁକେଶ ଏବଂ ଗୌତମଙ୍କ ସମ୍ପତ୍ତି 40.4 ଅରବ ଡଲାର ବ୍ୟବଧାନ ରହିଛି ମୁକେଶ ଏବଂ ଗୌତମ ମଧ୍ୟରେ ସମ୍ପତ୍ତିର ଦୂରତା 87.4 ବିଲିୟନ ଡଲାର ରହିଛି । Forbes Real Time Billionaires ଇଣ୍ଡେକ୍ସ ଅନୁଯାୟୀ, ୨୦୭.୭ ବିଲିୟନ ଡଲାର ସହିତ ଏଲନ ମସ୍କ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ଦ୍ଵିତୀୟ ବିତ୍ତଶାଳୀ ହେଉଛନ୍ତି ବର୍ଣ୍ଣାଡ ଆରନଲ୍ଟ, ଯାହାଙ୍କ ମୋଟ୍ ସଂପତ୍ତି ହେଉଛି ୧୪୭.୮ ବିଲିୟନ ଡଲାର । ମୋଟ୍ ୧୩୦.୪ ବିଲିୟନ ଡଲାର ସହିତ ଜେଫ ବେଜୋସ ତୃତୀୟରେ ଅଛନ୍ତି । ସେହିପରି ଚତୁର୍ଥ ସ୍ଥାନରେ ଗୌତମ ଆଦାନୀ, ପଞ୍ଚମରେ ବିଲ୍ ଗେଟ୍ସ, ଷଷ୍ଠରେ ଓ୍ଵାରେନ ବଫେଟ୍‌ ଏବଂ ସପ୍ତମରେ ଲାରି ଏଲିସନ ରହିଛନ୍ତି

forbes real time billionairesmukesh ambani latest newsmukesh ambani latest news todaymukesh ambani net worthmukesh ambani net worth 2022mukesh ambani rank in world richest
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami