କେମିତି କରିବେ ବିବାହ ପଂଜିକରଣ ? ଜାଣନ୍ତୁ ମ୍ୟାରେଜ୍ ସାର୍ଟିଫିକେଟ୍ ସମ୍ପର୍କିତ ସମସ୍ତ ଜରୁରୀ କଥା

ବିବାହ ପଂଜିକରଣ କ’ଣ ଓ କେମିତି ଏହା ହାସଲ କରାଯାଇଥାଏ

ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାଁ ଓ ବ୍ୟବସାୟୀ ନିଖିଲ ଜୈନଙ୍କ ବିବାହ ବିଛେଦକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ନୁସରତଙ୍କ କହିବା ହେଉଛି ତାଙ୍କର ବିବାହ ଦୁଇଟି ଭିନ୍ନ ଧର୍ମାବଳମ୍ବିଙ୍କ ମଧ୍ୟରେ ହୋଇଥିବାରୁ ଏହା ଭାରତୀୟ ଆଇନ ଅନୁସାରେ ବୈଧ ନୁହେଁ । ଏହାସହିତ ସେ ବିଦେଶୀ ମାଟିରେ ବାହା ହୋଇଥିବାରୁ ତାଙ୍କ ପାଇଁ ତଲାକ ନେବା ମଧ୍ୟ ଜରୁରୀ ନୁହେଁ । ନୁସରତଙ୍କ ଫିଲ୍ମି ପ୍ରେମ-ବିବାହ ଓ ବିଛେଦ ଏକତା କାପୁରଙ୍କ ସିରିଅଲ ସ୍କ୍ରିପ୍ଟ ରାଇଟରଙ୍କ ମୁଣ୍ଡ ମଧ୍ୟ ବିଗାଡି ଦେବ । ଏମିତିରେ ସାଧାରଣ ଲୋକଙ୍କ ମଧ୍ୟରେ ବିବାହ ରେଜିଷ୍ଟ୍ରେଶନକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ସରଳ ଭାଷାରେ ଜାଣିବା ବିବାହ ପଂଜିକରଣ କ’ଣ ଓ କେମିତି ଏହା ହାସଲ କରାଯାଇଥାଏ ।

୧) ଭାରତରେ ମ୍ୟାରେଜ୍ ସାର୍ଟିଫିକେଟର ଅର୍ଥ କ’ଣ ?

ଏହା ଏକ ପ୍ରକାରର ଆଧିକାରିକ ଘୋଷଣା ଯେ, ଆପଣ ବିବାହିତ । ଭାରତରେ ବିବାହ ପଂଜିକରଣର ଦୁଇଟି ଆଇନ୍ ରହିଛି । ଗୋଟିଏ ହେଉଛି ହିନ୍ଦୁ ବିବାହ ଅଧିନିୟମ (1955) ଓ ଅନ୍ୟଟି ହେଉଛି ବିଶେଷ ବିବାହ ଅଧିନୟମ (1954) । ହିନ୍ଦୁ ବିବାହ ଆଇନରରେ ଉଭୟ ପକ୍ଷ ଅବିବାହିତ ହୋଇଥିଲେ କିମ୍ବା ଛାଡପତ୍ର ନେଇ ସାରିଥିଲେ କିମ୍ବା ପ୍ରଥମ ଜୀବନସାଥୀଙ୍କ ମୃତ୍ୟୁ ପରେ ବିବାହ କରିପାରିବେ । 

ଏହି ଅଧିନିୟମ କେବଳ ହିନ୍ଦୁଙ୍କ ପାଇଁ ହିଁ ପ୍ରଜୁଜ୍ୟ । ଅନ୍ୟପକ୍ଷରେ ବିଶେଷ ଅଧିନିୟମ (1954) ଭାରତର ସବୁ ନାଗରିକଙ୍କ ପାଇଁ ଲାଗୁ ହୋଇଥାଏ ।ଏହି ଦୁଇ ଆଇନ ଏହା ନିର୍ଧାରିତ କରିଥାଏ ଯେ, ଦୁଇ ଜଣ ବ୍ୟକ୍ତି ବିବାହିତ ଓ ସେମାନଙ୍କର ପରସ୍ପର ପ୍ରତି କିଛି ଆଇନଗତ ଦାୟିତ୍ୱ ରହିଛି । 2006ରେ ସୁପ୍ରିମକୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ୍ ବନାଇବାକୁ ବାଧ୍ୟତାମୁଳକ କରିଥିଲା । ଏହାର ଉଦ୍ଦେଷ୍ୟ ଥିଲା ମହିଳାଙ୍କୁ ସେମାନଙ୍କ ଅଧିକାର ମିଳିବ

୨) ବିବାହ ପଂଜିକରଣ ନହୋଇଥିଲେ କ’ଣ ହେବ ?

ପଂଜିକୃତ ନହୋଇଥିଲେ କ’ଣ ବିବାହ ଅବୈଧ ହୋଇଯିବ ? ଏହାର ଉତ୍ତର ହେଉଛି ଯଦି ମଧ୍ୟ ଜଣେ ନିଜ ବିବାହ ପଂଜିକରଣ କରିନାହାନ୍ତି ତେବେ ବି ତାଙ୍କ ବିବାହ ବୈଧ ରହିବ ଯଦି ବିବାହର ସାମାଜିକ ପ୍ରମାଣ ରହିଛି । ଏହା ସହିତ ବିବାହ ବିଛେଦର ପ୍ରକ୍ରିୟା ମଧ୍ୟ ସେହିପରି ହେବ । ତେବେ ବିବାହ ପଂଜିକରଣ କରିବା ଦ୍ୱାରା ବିବାହ ଆଇନଗତ ପ୍ରମାଣ ରହିଥାଏ । ମ୍ୟାରେଜ୍ ସାର୍ଟିଫିକେଟ୍ ଅନେକ ସ୍ଥାନରେ କାମରେ ଆସିଥାଏ । ଯେମିତି ବିବାହ ବିଛେଦ ପରିସ୍ଥିତିରେ ପିଲାଙ୍କ ଲାଳନ ପାଳନ ଅଧିକାର ମାଗିବା ସମୟରେ, ଜୀବନ ବୀମା କ୍ଲେମ କରିବାରେ ଏହା ନୋମିନିଙ୍କୁ ସାହାଯ୍ୟ କରିଥାଏ । ଏହାସହିତ ଶ୍ୱଶୁର ଘର ସମ୍ପତିରେ ମଧ୍ୟ ମହିଳାଙ୍କୁ ଅଧିକାର ମିଳିବାରେ ଏହା ସାହାଯ୍ୟ କରେ ।

୩) ଦେଶରେ ମ୍ୟାରେଜ୍ ସାର୍ଟିଫିକେଟ୍ କିଏ ଜାରି କରନ୍ତି ?

ହିନ୍ଦୁ ଆଇନ ଅନୁସାରେ ବିବାହ ପଂଜିକରଣ ପାଇଁ ପତିପତ୍ନୀ ସେହି ସବ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ପାଖରେ ଆବେଦନ କରିପାରିବେ ଯାହାଙ୍କ ଆଇନଗତ କ୍ଷେତ୍ରରେ ସେମାନେ ରୁହନ୍ତି । ଛୁଟି ଦିନ ବ୍ୟତିତ ଆପଣ ଅନ୍ୟ ଯେକୌଣସି ଦିନ ଆବେଦନ କରିପାରିବେ ।

୪) ଯେକୌଣସି ସ୍ଥାନରେ ବିବାହ ପଂଜିକରଣ ପାଇଁ ଆବେଦନ କରାଯାଇ ପାରିବ କି ?

ନା, ଆପଣ କେବଳ ନିଜେ ରହୁଥିବା ଅଂଚଳର ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ଅଫିସରେ ପଂଜିକରଣ ପାଇଁ ଆବେଦନ କରି ପାରିବେ । ଏହା ସହିତ ଆପଣ ଅନଲାଇନ୍ ରେଜିଷ୍ଟ୍ରେସନ୍ ମଧ୍ୟ କରି ପାରିବେ ।

୫) ପାସପୋର୍ଟ ପାଇଁ ମ୍ୟାରେଜ୍ ସାର୍ଟିଫିକେଟ୍ ଜରୁରୀ କି ?

ନୂଆ ପାସପୋର୍ଟ ନିୟମ ଅନୁସାରେ 2018 ମସିହାରେ ପାସପୋର୍ଟ ପାଇଁ ବିବାହ ସାର୍ଟଫିକେଟର ଅନିବାର୍ଯ୍ୟତାକୁ ଶେଷ କରି ଦିଆଯାଇଥିଲା ।  ନିଜ ବୈବାହିକ ଜୀବନକୁ ନେଇ ଅସନ୍ତୁଷ୍ଠ ଥିବା ଓ ଅଦାଲତରେ ମାମଲା ଲଢୁଥିବା ଅନେକ ମହିଳାଙ୍କୁ ଏହି ନିୟମ ପାଇଁ (ପାସପୋର୍ଟ ପାଇଁ ମ୍ୟାରେଜ ସାର୍ଟିଫିକେଟ୍) ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ 2018ରେ ଏହାକୁ ହଟାଇ ଦିଆଯାଇଥିଲା । ଏପରିକ ଏବେ ବିନା ବିବାହରେ ଜନ୍ମ ହୋଇଥିବା ପିଲାଙ୍କର ମଧ୍ୟ ପାସପୋର୍ଟ ତିଆରି ହୋଇ ପାରିବ ।

୬) ସାର୍ଟିଫିକେଟ୍ କେତେ ଦିନରେ ମିଳେ ?

ମାତ୍ର 7ରୁ 15 ଦିନ ମଧ୍ୟରେ ସାର୍ଟିଫିକେଟ୍ ମିଳିଥାଏ । ତେବେ ଏଥିପାଇଁ ଦମ୍ପତ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ଅଫିସକୁ ଯିବାକୁ ପଡେ । ସେଠାରେ ସେମାନଙ୍କୁ କିଛି ଫର୍ମ ଭରିବାକୁ ପଡେ । ଏହାବ୍ୟତିତ ଅନଲାଇନ୍ ରେଜିଷ୍ଟ୍ରେସନରେ ଅଫିସ ଆପଏଣ୍ଟମେଣଅଟ୍ ପାଇଁ କିଛି ଦିନ ଲାଗିଥାଏ । ହିନ୍ଦୁ ବିବାହ ଆଇନ ଅନ୍ତର୍ଗତରେ ଆପଏଣ୍ଟମେଣ୍ଟ ପାଇଁ ପ୍ରାୟ 15 ଦିନ ସମୟ ଲାଗିଥାଏ । ଅନ୍ୟପକ୍ଷରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ଏହି ଅବଧି 30 ଦିନ ହୋଇଥାଏ ।

୭) ସାର୍ଟିଫିକେଟ୍ ପାଇଁ କେତେ ଖର୍ଚ୍ଚ ହୋଇଥାଏ ?

ହିନ୍ଦୁ ମ୍ୟାରେଜ୍ ଆକ୍ଟ ଅନ୍ତର୍ଗତରେ ବିବାହ ପାଇଁ ପଂଜିକରଣ ଖର୍ଚ୍ଚ 100ଟଙ୍କା । ଅନ୍ୟପକ୍ଷରେ ସ୍ପେଶାଲ ମ୍ୟାରେଜ୍ ଆକ୍ଟ ପାଇଁ ପଂଜିକରଣ ଖର୍ଚ୍ଚ 150 ଟଙ୍କା । ଏହା ଆପ୍ଲିକେସନ୍ ଫିସ୍ ହୋଇଥାଏ । ଏହା ସହିତ କିଛି ଅଲଗା ଫିସ୍ ମଧ୍ୟ ଦେବାକୁ ପଡେ । 400ରୁ 5ଶହ ଟଙ୍କା ଓକିଲ ଖର୍ଚ୍ଚ ପଡିଥାଏ । ଯାହାକୁ ଆବେଦନ ସହିତ ଜମା କରିବାକୁ ପଡିଥାଏ ।

୮) ମ୍ୟାରେଜ୍ ସାର୍ଟିଫିକେଟ୍ ପାଇଁ କେମିତି କରିବେ ଅନଲାଇନ୍ ଆବେଦନ ?

ଏଥିପାଇଁ ଆପଣଙ୍କୁ ନିଜ ରାଜ୍ୟର ସରକାରୀ ୱେବସାଇଟକୁ ଯିବାକୁ ପଡିବ । ୱେବସାଇଟରେ ନିଜ ଜିଲ୍ଲାକୁ ଖୋଜନ୍ତୁ । ସେଠାରେ ଆପଣଙ୍କୁ ପଂଜିକରଣର ବିକଳ୍ପ ମିଳିବ । ଏହି ବିକଳ୍ପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କୁସବୁ ସୂଚନା ମିଳିବ । ଏଥର ନିଜ ସୂଚନା ସବୁ ଭରନ୍ତୁ । ଭଲକରି ଯାଂଚ୍ କରି ସବମିଟ୍ କରନ୍ତୁ । ସବମିଟ୍ କରିବା ପରେ ଆପଣଙ୍କୁ ପଜିଂକରଣ ପାଇଁ ତାରିଖ ମିଳିବ । ହିନ୍ଦୁ ଆକ୍ଟ ଅନୁସାରେ 15 ଦିନ ଓ ସ୍ପେଶାଲ ଆକ୍ଟ ଅନୁସାରେ ଆପଣଙ୍କୁ 30 ଦିନ ଭିତରେ ପଂଜିକରଣ ପାଇଁ ତାରିଖ ମିଳିବ

ekta kapoors daily soaphindu marriage acthindu marriage registrationmarriage certificatemarriage registrationmarriage registration formmarriage registration in Indiamarriage registration onlinemarriage registration processnusrat jahan marriage nikhil jainpassport rules 2018special marriage actstate government websitesub-divisional magistratetrinamool congress mpଅନଲାଇନ୍ ରେଜିଷ୍ଟ୍ରେସନରେ ଅଫିସ ଆପଏଣ୍ଟମେଣଅଟ୍ଅନଲାଇନ୍ ରେଜିଷ୍ଟ୍ରେସନ୍ଅଭିନେତ୍ରୀ ନୁସରତ ଜହାଁଏକତା କାପୁରଙ୍କ ସିରିଅଲ ସ୍କ୍ରିପ୍ଟ ରାଇଟରତୃଣମୂଳ କଂଗ୍ରେସ ସାଂସଦନୂଆ ପାସପୋର୍ଟ ନିୟମଫିଲ୍ମି ପ୍ରେମ-ବିବାହବିବାହ ପଂଜିକରଣବିଶେଷ ଅଧିନିୟମ (1954)ବ୍ୟବସାୟୀ ନିଖିଲ ଜୈନଭାରତରେ ବିବାହ ପଂଜିକରଣଭିନ୍ନ ଧର୍ମାବଳମ୍ବିମ୍ୟାରେଜ୍ ସାର୍ଟିଫିକେଟ୍ରାଜ୍ୟର ସରକାରୀ ୱେବସାଇଟସବ ଡିଭିଜନାଲ ମାଜିଷ୍ଟ୍ରେଟସ୍ପେଶାଲ ମ୍ୟାରେଜ୍ ଆକ୍ଟହିନ୍ଦୁ ବିବାହ ଅଧିନିୟମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami