ବିଭିନ୍ନ ପାର୍କ ବୁଲି ଲୋକଙ୍କୁ ଭେଟୁଛନ୍ତି ମନ୍ମଥ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ପ୍ରାର୍ଥୀ କରିଥିବାବେଳେ ବିଜେଡି ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ପ୍ରାର୍ଥୀ ଘୋଷଣା ହେବା ପରେ ଉଭୟ ଜୋରସୋରରେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ଦୁଇ ନେତା ଏବେ ପାର୍କରେ ପ୍ରଚାର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି । ଏହିକ୍ରମରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ସକାଳୁ ସକାଳୁ ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ପାର୍କରେ ପହଞ୍ଚିଯାଇଥିଲେ । ସାଙ୍ଗରେ ଉତ୍ତର ଭୁବନେଶ୍ୱରର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ସ୍ଥାନୀୟ ବିଜେଡି କର୍ପୋରେଟର ରହିଥିଲେ ।

ମନ୍ମଥଙ୍କୁ ଶୁଭେଚ୍ଛା ଜଣାଇବା ସହ ପାଛୋଟି ନେଲେ ଲୋକେ

ପାର୍କକୁ ମର୍ଣ୍ଣିଂ ୱାର୍କକୁ ଆସିଥିବା ଭୋଟରଙ୍କୁ ଭେଟି ଭଲ ମନ୍ଦ ବୁଝିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ପ୍ରାୟ ଏକ ଘଣ୍ଟା ଧରି ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଉଭୟ ପ୍ରାର୍ଥୀ ପାର୍କ ନିକଟରେ ପହଞ୍ଚିବା କ୍ଷଣି ସ୍ଥାନୀୟ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇବା ସହ ପାଛୋଟି ନେଇଥିଲେ । ସେପଟେ ଉତ୍ତର ଭୁବନେଶ୍ୱର ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ହେଲେ ଟିକେଟ୍ ଆଶାୟୀ ଥିବା କୃଷ୍ଣଚନ୍ଦ୍ର ପତି ସକାଳୁ ଗାଡ଼କଣସ୍ଥିତ ଗୁରୁ କେଳୁଚରଣ ପାର୍କରେ ପ୍ରଚାର କରିଛନ୍ତି । କର୍ମୀଙ୍କ ସହ ମିଶି ପାର୍କକୁ ପ୍ରାତଃଭ୍ରମଣରେ ଆସିଥିବା ମହିଳା, ପୁରୁଷ, ଯୁବକ, ଯୁବତୀଙ୍କୁ ଭେଟି ଭୋଟ ମାଗିଥିଲେ ।

manmath routraymanmath routray meet peopleManmath's campaign is gaining momentum
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami