ସାମ୍ବାଦିକ ସମ୍ମିଳନୀରେ ଅପରାଜିତାଙ୍କ ଉପରେ ବର୍ଷିଲେ ମନ୍ମଥ

ଭୁବନେଶ୍ୱର: ହଂସପାଳ ଫ୍ଲାଏ ଓଭରବ୍ରିଜକୁ ନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ସାମ୍ବାଦିକ ସମ୍ମିଳନୀ କରି ମନ୍ମଥ ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି । ଭୁବନେଶ୍ୱର ସାଂସଦ ନିଜ ରିପୋର୍ଟ କାର୍ଡରେ ଦର୍ଶାଇ ଥିଲେ ଯେ ମାର୍ଚ୍ଚ ୩୧ ସୁଦ୍ଧା ଓଭରବ୍ରିଜ କାମ ଶେଷ ହେବ । କିନ୍ତୁ ହଂସପାଳ ଫ୍ଲାଏ ଓଭରବ୍ରିଜ କାମ ଆଜି ପର୍ଯ୍ୟନ୍ତ ଶେଷ ହେଲା ନାହିଁ । ୨୦୧୯ରେ ସେ ହଂସପାଳ ଓଭରବ୍ରିଜ୍ ସଂକ୍ରାନ୍ତରେ ସଂସଦରେ ଆଲୋଚନା କରିଥିଲେ । ଭୁବନେଶ୍ୱର ସାଂସଦ ତାପରେ ଯେମିତି ଏହି କଥାକୁ ଭୁଲି ଯାଇଛନ୍ତି । କେବେ ଗୋଟିଏ ଥର ଏହି ଜାଗାକୁ ଆସି ଓଭରବ୍ରିଜ ନିର୍ମାଣ କାର୍ଯ୍ୟ କାହିଁକି ବିଳମ୍ବ ହେଉଛି ସେନେଇ ମଧ୍ୟ ଜାଣିବାକୁ ଚେଷ୍ଟା କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ମନ୍ମଥ ।

ନିଜ ଭୁଲକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ସାଂସଦ

ତାଙ୍କ ରିପୋର୍ଟ କାର୍ଡରେ ୧୦ଟି ଓଭରବ୍ରିଜ୍ ଓ ୪ଟି ଫୁଟ ଓଭରବ୍ରିଜ କାମ କରିଥିବା ଦର୍ଶାଇଛନ୍ତି । ତାହେଲେ ଏହି କାମ କାହିଁକି ବାକି ରହିଗଲା ? କାହିଁକି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ପାରିଲେ ନାହିଁ ? ଏହି ଫ୍ଲାଏ ଓଭରବ୍ରିଜ କାମ ଶେଷ ନ ହେବାରୁ ଭୁବନେଶ୍ୱର ଲୋକ ବିଭିନ୍ନ ସମସ୍ୟା ଭୋଗୁଛନ୍ତି । ଟ୍ରାଫିକ ଜାମ୍ ହେଉଛି, ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଛି । ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି । ରୋଗୀଙ୍କୁ ସଠିକ୍ ସମୟରେ ମେଡିକାଲ ନେଇ ଆମ୍ବୁଲାନ୍ସ ଯାଇପାରୁ ନାହିଁ । ଲୋକ ସଠିକ୍ ସମୟରେ ବିମାନବନ୍ଦରରେ ପହଞ୍ଚିି ପାରୁନାହାଁନ୍ତି । ଭୁବନେଶ୍ୱର ଲୋକ ଏତେ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ସାଂସଦ ମିଛ ରିପୋର୍ଟ କାର୍ଡ ପ୍ରକାଶ କରି ଭୋଟ ନେବାକୁ ଉଦ୍ୟମ କରୁଛନ୍ତି । ଏହା ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ମନ୍ମଥ । ଭୁବନେଶ୍ୱର ସାଂସଦଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ୧୦ ମେ ସୁଦ୍ଧା ଗୋଟିଏ ପାର୍ଶ୍ୱ ଏବଂ ୩୦ ଜୁନ ସୁଦ୍ଧା ଉଭୟ ପାର୍ଶ୍ୱର କାମ ସଂପୂର୍ଣ୍ଣ ହେବ ବୋଲି ଦର୍ଶାଯାଇଛି । କାଳେ କେହି ପ୍ରଶ୍ନ କରିବେ ବୋଲି ଜାଣିକି ନିଜର ଭୁଲକୁ ଲୁଚାଇବା ପାଇଁ ଭୁବନେଶ୍ୱର ସାଂସଦ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ମନ୍ମଥ ।

aprajita saranghi mpManmath targeted Aparajitamanmatha routry
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami