ଅଭାବୀ ମହିଳାଙ୍କୁ ସ୍ୱାବଲମ୍ବୀ କରୁଛନ୍ତିି ମାନସୀ

କୋଣାର୍କର ମାନସୀ ପୃଷ୍ଟି । ଜଣେ ଉଚ୍ଚଶିକ୍ଷିତା ମହିଳା । ପିଲାଟି ଦିନରୁ କିଛି ନିଆରା କରିବାର ଝୁଙ୍କ ରହିଥିଲା ମନରେ । ଏହି ଇଚ୍ଛାଶକ୍ତି ହିଁ ଆଜି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇପାରିଛି । ବିଗତ ୧୦ ବର୍ଷ ହେଲା ଅଭାବୀ ମହିଳାମାନଙ୍କୁ ହସ୍ତଶିଳ୍ପ ପ୍ରସ୍ତୁତି ତାଲିମ ଦେଇ ସ୍ୱାବଲମ୍ବୀ କରିଆସୁଛନ୍ତି । ପୁରି କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚରୁ ଏଯାବତ୍ ୧୧ ଲକ୍ଷ ମାସ୍କ ପ୍ରସ୍ତୁତ କରିସାରିଲେଣି । ତାଙ୍କ ପ୍ରସ୍ତୁତି ମାସ୍କ ମିଶନ ଶକ୍ତି ଜରିଆରେ ଲୋକଙ୍କ ପାଖରେ ପହଂଚୁଥିବାବେଳେ ନିଜ ଅଂଚଳରେ ନିଃଶୁଳ୍କ ବିତରଣ ମଧ୍ୟ କରୁଛନ୍ତି । ୨୦୧୩  ମସିହାରେ ଓରମାସ୍ ସହାୟତାରେ ୭ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୫ ଜଣ ମହିଳାଙ୍କୁ ନେଇ ମାନସୀ ଗଢ଼ିଛନ୍ତି ଓଁ ଗାୟତ୍ରୀ ଜୁଟ୍ କ୍ଲଷ୍ଟର । କଲିକତା ତଥା ଅନ୍ୟାନ୍ୟ ସହରରୁ କଂଚା ମାଲ ଆଣି ଏସ୍‌ଏଚ୍‌୍‌ଜି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ପ୍ରକାରର ଝୋଟ ବ୍ୟାଗ୍ । ମାନସୀ ପ୍ରସ୍ତୁତ କନ୍‌ଫରେନ୍ସ ବ୍ୟାଗ୍‌, ଲାପ୍‌ଟପ୍ କ୍ୟାରି ବ୍ୟାଗ୍‌, ଟିଫିନ୍‌, ୱାଟର ବଟଲ କ୍ୟାରି ବ୍ୟାଗ୍‌, ମହିଳାଙ୍କ ଭ୍ୟାନିଟ୍‌, ମନିପର୍ସ, ଫୋଲ୍‌ଡର ଓ ସପିଂ ବ୍ୟାଗ୍‌ର ଚାହିଦା କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ବି ରହିଛି । ଦେଶର ବିଭିନ୍ନ ସହରରେ ଆୟୋଜିତ ହେଉଥିବା ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ତାଙ୍କର କ୍ଲଷ୍ଟର ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ସାମଗ୍ରୀ ଷ୍ଟଲ୍ ପଡ଼ିବା ସହିତ ଲୋକଙ୍କ ଚାହିଦା ସାଉଂଟିଛି ।  ଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ଇଂଟରନ୍ୟାସନାଲ ଟ୍ରେଡ୍ ଫେୟାରରେ ମାନସୀଙ୍କ ଜୁଟ୍ ସାମଗ୍ରୀ ଷ୍ଟଲ୍ ୫ ଥର ସାମିଲ ହୋଇ ସଫଳତା ପାଇଛି । ଏତଦ୍‌ବ୍ୟତୀତ ସରସ ମେଳା, ତୋଷାଳି ହସ୍ତଶିଳ୍ପ ମେଳା, ଆଦିବାସୀ ମେଳା, ଖଦି ଗ୍ରାମ୍ୟଦ୍ୟୋଗ ହସ୍ତଶିଳ୍ପ ମେଳାରେ ପ୍ରତିବର୍ଷ ଭାଗ ନେଇ ବିପଣନ ସଫଳତା ପାଇଛନ୍ତି ମାନସୀ ।

୨୦୧୩ ମସିହାରେ ପ୍ରଥମେ ଓଏଲ୍‌ଏମ୍‌ରୁ ୩ ଲକ୍ଷ ୪୫ ହଜାର ଟଙ୍କା ଋଣ ଆଣି କାମ ଆରମ୍ଭ କରିଥିଲେ । ଏହି ଏସ୍‌ଏଚ୍‌ଜି କ୍ଲିଷ୍ଟର ସମ୍ପ୍ରତି ୨୦ଟି ସିଲେଇ ମେଶିନ୍‌, କଟିଙ୍ଗ୍ ଟେବୁଲ ଅନ୍ୟାନ୍ୟ ଯନ୍ତ୍ରାଂଶ ତଥା କଂଚାମାଲକୁ ମିଶାଇ ୧୫ ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ପହଂଚିଛି । ମିଶନ ଶକ୍ତିଓରମାସ୍ ସହଯୋଗରେ ତାଙ୍କର କ୍ଲଷ୍ଟରର ସଦସ୍ୟମାନଙ୍କ ବ୍ୟତିରେକ ଶତାଧିକ ମହିଳାଙ୍କୁ ମାଗଣା ତାଲିମ ଦେଇ ସ୍ୱାବଲମ୍ବୀ କରିଛନ୍ତି । ଜଣେ ମହିଳା ନିଜର କାର୍ଯ୍ୟଦକ୍ଷତା ଆଧାରରେ ଏହି କ୍ଲଷ୍ଟରରେ ବ୍ୟାଗ୍ ପ୍ରସ୍ତୁତ କରି ମାସକୁ ୭ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି । ଯେଉଁମାନେ ଅଧିକ ସମୟ ଦେଉଛନ୍ତି ତଦନୁଯାୟୀ ଅଧିକ ରୋଜଗାର ମଧ୍ୟ କରୁଛନ୍ତି । ମିଶନ ଶକ୍ତି ଓ ଉତ୍କଳିକା ଜରିଆରେ ବର୍ଷକୁ ପ୍ରାୟ ୫୦ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଥିଲା । କରୋନା  ମହାମାରୀ ଯୋଗୁ ସାମଗ୍ରୀ ବିକ୍ରି ବାଧାପ୍ରାପ୍ତ ହୋଇଛି । ଏପରି ଏକ ଘଡ଼ିସନ୍ଧି ମୁହୂର୍ତରେ ଅଭାବୀ ମହିଳାମାନଙ୍କୁ କର୍ମଯୋଗାଣ ନିମନ୍ତେ ୧୧ ଲକ୍ଷ କପଡ଼ା ମାସ୍କ ପ୍ରସ୍ତୁତ କରି ବିକ୍ରି କରିଛି ମାନସୀଙ୍କ ଅନୁଷ୍ଠାନ । ଛାତ୍ର ଜୀବନରୁ ମା’ ମୀନାକ୍ଷୀ ପୃଷ୍ଟିଙ୍କ ସହିତ ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ହସ୍ତଶିଳ୍ପ ମେଳାରେ ସାମିଲ ହେବାର ଅନୁଭୂତି ମାନସୀଙ୍କୁ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତି ଦିଗରେ ପ୍ରୋତ୍ସହିତ କରିଥିଲା । ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ୨୦୦୯ ମସିହାରେ ଭୁବନେଶ୍ୱରର ଏକ ଅନୁଷ୍ଠାନରୁ ଡ୍ରେସ୍ ଡିଜାଇନ୍‌ରେ ଡିପ୍ଲୋମା କରିଥିଲେ ମାନସୀ । ୨୦୧୦ ମସିହାରେ ବିବାହ ପରେ ସ୍ୱାମୀଙ୍କ କର୍ମକ୍ଷେତ୍ର ହାଇଦ୍ରାବାଦରେ ଏକ ଏକ୍ସପୋର୍ଟ ହାଉସ୍ ମର୍ଚ୍ଚାଂଟାଇନିଂରେ ଡ୍ରେସ୍ ଡିଜାଇନର ଭାବେ ମାସକୁ ୩୦ ହଜାର ଟଙ୍କା ପାରିଶ୍ରମିକରେ ଚାକିରି କରିଥିଲେ । ୨୦୧୨ ମସିହାରେ ଯେତେବେଳେ ସେ ହାଇଦ୍ରାବାଦ ଛାଡ଼ିଲେ ମାସିକୁ ୫୦ ହଜାର ଟଙ୍କା ଦରମା ପାଉଥିଲେ ।  ନିଜ ଜନ୍ମମାଟିରେ କିଛି କରିବାର ମହାତାକାଂକ୍ଷା ତାଙ୍କୁ ଆଜି ଏହି ଜାଗାରେ ପହଂଚାଇଛି ।

11 lakh masks୧୧ ଲକ୍ଷ କପଡ଼ା ମାସ୍କ୫୦ ଲକ୍ଷ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀFree Training for WomenManasi PrustyMission Shaktineedy womenOLMORMASrural womenSelf ReliantSHG groupUtkalikaWomen Empowermentଅଭାବୀ ମହିଳାଉତ୍କଳିକାଏସ୍‌ଏଚ୍‌୍‌ଜିଓଁ ଗାୟତ୍ରୀ ଜୁଟ୍ କ୍ଲଷ୍ଟରଓଏଲ୍‌ଏମ୍‌ଓରମାସ୍କୋଣାର୍କର ମାନସୀମାନସୀ ପୃଷ୍ଟିମିଶନ ଶକ୍ତିସ୍ୱୟଂ ସହାୟକ ଗୋଷ୍ଠୀସ୍ୱାବଲମ୍ବୀହସ୍ତଶିଳ୍ପ ପ୍ରସ୍ତୁତି ତାଲିମ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami