ଫଟୋ ମନସ୍କ ମାନସ

ଭୁବନେଶ୍ୱର ଓୟୁଏଟି କଲୋନିରେ ରହନ୍ତି ୨୬ ବର୍ଷୀୟ ମାନସ ରଞ୍ଜନ ସାହୁ । କୃଷି ବିଭାଗରେ କାମ କରିବା ସହ ଜୀବଜନ୍ତୁଙ୍କ ଫଟୋ ଉତୋଳନ ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା । ସେଥିପାଇଁ ତାଙ୍କ ପାଖରେ ସବୁବେଳେ ଥାଏ ଗୋଟିଏ କ୍ୟାମେରା । ଶନିବାର ଓ ରବିବାର ଛୁଟିଥିବାରୁ ସେଦିନ ତାଙ୍କର ଅଧିକାଂଶ ସମୟ ଜୀବଜନ୍ତୁଙ୍କ ଫଟୋ ଉଠଇବାରେ ଚାଲିଯାଏ । ଏପରିକି ତାଙ୍କର ଗୋଟିଏ ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି ଗ୍ରୁପ୍ ବି ଅଛି । ୨୦୧୯ ଡିସେମ୍ବରରେ ସେ ଏଦିଗରେ ଆଗକୁ ବଢ଼ିଲେ । ଏ କ୍ଷେତ୍ରରେ ତାଙ୍କୁ ଫଟୋଗ୍ରାଫର ବିଜୟ କୁମାର ରଥ ବେଶ୍ ସାହାଯ୍ୟ କରିଛନ୍ତି । ତାଙ୍କ ସହ ଜଙ୍ଗଲ ଆଦି ବୁଲାବୁଲି କରିବା ପରେ ମାନସ ଜୀବଜନ୍ତୁଙ୍କ ଫଟୋ ଉଠାଇବାକୁ ଇଚ୍ଛା କଲେ । ସେ ବିଶେଷକରି ପକ୍ଷୀମାନଙ୍କ ଫଟୋ ଉଠାଇବାକୁ ଭଲ ପାଆନ୍ତି । ଏବେ ସୁଦ୍ଧା ୧୫ରୁ ୨୦ ପ୍ରଜାତି ପକ୍ଷୀଙ୍କ ଫଟୋ ଉଠାଇଥିବା କହିଛନ୍ତି ମାନସ । ଏ ନିଶା ହିଁ ତାଙ୍କୁ କ୍ୟାମେରା କିଣିବାକୁ ବାଧ୍ୟ କଲା । ତା’ ପରେ କାନନ୍‌ର ୨୫୦ ଏମ୍‌ଏମ୍‌ର କ୍ୟାମେରା କିଣି ଇଗଲ, କିଙ୍ଗ୍‌ଫିସର ଆଦି ପକ୍ଷୀଙ୍କ ଫଟୋ ଉତୋଳନ କଲେ । ତାଙ୍କ ଫଟୋକୁ ଲୋକମାନେ ପସନ୍ଦ କରିବାରୁ ସେ ପ୍ରଫେସନାଲ ଲେନ୍ସ କିଣିଲେ

ଏ ଦିଗରେ ତାଙ୍କୁ ଘରଲୋକ ମଧ୍ୟ ସମର୍ଥନ କରନ୍ତି । ଫଟୋ ଉଠାଇବା ଲାଗି ସେ ଡମପଡ଼ା, ଚନ୍ଦକା ତଥା ବିଭିନ୍ନ ସ୍ଥାନ ଆଦି ବୁଲାବୁଲି କରନ୍ତି । ଯଦିଓ ଅନେକ ପ୍ରଦର୍ଶନୀ ଲାଗି ସେ ଆମନ୍ତ୍ରିତ ହୋଇଛନ୍ତି, କିନ୍ତୁ ସମୟ ଅଭାବରୁ ସବୁଥିରେ ସେ ସାମିଲ ହୋଇପାରିନାହାନ୍ତି । ତାଙ୍କ ମତରେ ଫଟୋଗ୍ରାଫି ଏକ ସୃଜନାତ୍ମକ କାର୍ଯ୍ୟ । ଅନ୍ୟ ଫଟୋ ତୁଳନାରେ ଜୀବଜନ୍ତୁଙ୍କ ଫଟୋକୁ କ୍ୟାମେରାରେ କଏଦ କରିବା ଖୁବ୍‌କଷ୍ଟକର । କାରଣ ସାଧାରଣ ଲୋକଙ୍କ ଫଟୋ ଉଠାଇବା ବେଳେ କିଛି ଗୋଟେ ଖାପ୍‌ଛଡ଼ା ଲାଗିଲେ, ପୁଣି ଥରେ କହି ସେହିଭଳି ଭଙ୍ଗୀରେ ଫଟୋ ଉଠାଇ ହୁଏ । କିନ୍ତୁ ଜୀବଜନ୍ତୁଙ୍କର ପ୍ରତିଟି ଦୃଶ୍ୟକୁ ଲେନ୍ସରେ କଏଦ କରିବା ଆଦୌ ସହଜ ହୋଇ ନଥାଏ । ଏଇ ଯେପରି ପକ୍ଷୀ ଖାଉଥିବାବେଳେର ହେଉ କି ଶିକାର କରିବା ସମୟର ଦୃଶ୍ୟ, ଥରେ ଏହା ହାତଛଡ଼ା ହୋଇଗଲେ ପୁଣି ଥରେ ଏଇ ଦୃଶ୍ୟକୁ କଏଦ କରିବାର ମଉକା ସହଜରେ ଜୁଟି ନଥାଏ । ଏ ସବୁ ଦୃଷ୍ଟିରୁ ଏମାନଙ୍କ ଫଟୋ ଉଠାଇବାରେ ଅଲଗା ମଜା ଥାଏ ବୋଲି ସେ କହନ୍ତି । ଆଗକୁ କୃଷି କାମ ସହ ଉକ୍ତ କାମ ଜାରି ରଖିବେ ବୋଲି ସେ ମତ ରଖନ୍ତି ।

agriculture officerbirds and mammalscanon 250mm cameradepartment of agricultureeaglekingfisher birdmanas ranjan sahuOUAT colony bhubaneswarphoto mindset manasphotographer bijaya kumar rathpictures of birds and animalswild life photographywildlife photographerwildlife photographer bhubaneswarଇଗଲକାନନ୍‌ର ୨୫୦ ଏମ୍‌ଏମ୍‌ର କ୍ୟାମେରାକିଙ୍ଗ୍‌ଫିସରକୃଷି ବିଭାଗଜୀବଜନ୍ତୁଙ୍କ ଫଟୋପକ୍ଷୀମାନଙ୍କ ଫଟୋଫଟୋ ମନସ୍କ ମାନସଫଟୋଗ୍ରାଫର ବିଜୟ କୁମାର ରଥଭୁବନେଶ୍ୱର ଓୟୁଏଟି କଲୋନିମାନସ ରଞ୍ଜନ ସାହୁୱାଇଲ୍ଡ ଲାଇଫ୍ ଫଟୋଗ୍ରାଫି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami