ମହାରାଷ୍ଟ୍ର ମହାଡ୍ରାମା

ପାୱାର ପାଇଁ ଦାଦାଙ୍କୁ ଧୋକା ଦେଲେ ପୁତୁରା, ପରଘର ଭାଙ୍ଗି ଶକ୍ତି ଗୋଟାଉଛି ବିଜେପି

ଜେଣତେଣ କ୍ଷମତା ଦଖଲର ସ୍ୱପ୍ନ ପୁରା କରିବା ପରେ ବିଜେପି ମହାରାଷ୍ଟ୍ରରେ ଶକ୍ତି ଗୋଟାଇବା ଲକ୍ଷ୍ଯକୁ ପୁରଣ କରିଛି 36 ମାସ ତଳେ ଆରମ୍ଭ ହୋଇଥିବା ମିଶନ ଅଜିତ ପାୱାର ରବିବାର ଦିନ ଅଚାନକ ସଫଳ ହୋଇଛି ଦାଦା ଶରଦ ପାୱାରଙ୍କ ରାଜନୈତିକ ଝଟକା ଦେଇ ପୁତୁରା ଅଜିତ ପାୱାର ବିଜେପି-ଶିବସେନା ସରକାରରେ ହୋଇଛନ୍ତି ଉପମୁଖ୍ଯମନ୍ତ୍ରୀ। ଏହା ସହିତ ନିଜର 8 ଜଣ ସମର୍ଥକଙ୍କୁ ମନ୍ତ୍ରୀ ମଧ୍ଯ କରିଛନ୍ତି। ଅଜିତଙ୍କୁ ନିଜ ପଟକୁ ଆଣି ବିଜେପି ଗୋଟିଏ ତୀରରେ ତିନୋଟି ଶିକାର କରିଛି।

ଗୋଟିଏ ତୀରରେ ତିନି ଶିକାର

ଅଜିତଙ୍କ ଉପରେ ବିଜେପିର ନଜର 36 ମାସ ତଳେ ପଡ଼ିଥିଲାବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ହାତ ଧରି ଉଦ୍ଧବ ଠାକ୍ରେ ସରକାର ଗଠନ କରିବାକୁ 36 ମାସ ତଳେ ଯେତେବେଳେ ଉଦ୍ଯମ କରିଥିଲେ ସେତିକି ବେଳେ ବିଜେପି ରାତି ଅଧିଆ ଅଜିତଙ୍କୁ ନିଜ ପଟକୁ ଆଣିବାକୁ ସକ୍ଷମ ହୋଇଥିଲା। ରାତି ଅଧରେ ରାଜଭବନରେ ଶପଥ ସମାରୋହ ମଧ୍ଯ ହୋଇଯାଇଥିଲା। କିନ୍ତୁ ଦାଦା ଶରଦ ପାୱାରଙ୍କ ଇମୋସନାଲ ପିଚ୍ ପରେ ପୁତୁରା ବିଜେପିକୁ ସାମୟିକ ଭାବେ ବାୟବାୟ କହିଥିଲେଶିବସେନା ମେଣ୍ଟ ସରକାର ଗଠନ କରିଥିଲା। କିନ୍ତୁ ସିନ୍ଦେଙ୍କ ବିଦ୍ରୋହ ପରେ ଶିବସେନା ସରକାରର ପତନ ଘଟିଥିଲା। ସିନ୍ଦେ ବିଜେପି ସହ ସରକାର ଗଠନ କରିଥିଲେ। ଏହାପରଠାରୁ ବିଜେପିର ମିଶନ ଅଜିତ ପାୱାର ପାର୍ଟ୍ ଟୁ୍ ଆରମ୍ଭ ହୋଇଥିଲା। ଯାହା ରବିବାର ଦିନ ପୂର୍ଣ୍ଣାଙ୍ଗ ରୂପ ନେଇଛି

ତେବେ ଅଜିତ ପାୱାରଙ୍କୁ ଏନସିପିରୁ ନିଜ ପଟକୁ ଆଣି ବିଜେପି ଗୋଟିଏ ତୀରରେ ତିନୋଟି ଶିକାର କରିଥିବା ରାଜନୈତିକ ବିଶେଷଜ୍ଞ କହୁଛନ୍ତି। ପ୍ରଥମତଃ ଏବେଠାରୁ ସିନ୍ଦେ ଗୋଷ୍ଠୀ ସଂଶୟରେ ରହିବେଅଜିତଙ୍କୁ ଆଣି ବିଜେପି ମେଣ୍ଟ ସରକାରରେ ନିଜ ପଲ୍ଲା ଭାରି କରିଛି। ଦ୍ୱିତୀୟରେ ଏହା ଦ୍ୱାରା 2024 ପୂର୍ବରୁ ମହାରାଷ୍ଟ୍ରରେ ବିଜେପିର ଶକ୍ତି ବଢିଛି ତୃତୀୟରେ ମହାରାଷ୍ଟ୍ର ରାଜନୀତିରେ ଗତ 5 ଦଶକ ଧରି ଶକ୍ତିକେନ୍ଦ୍ର ହୋଇ ଆସିଥିବା ଶରଦ ପାୱାରଙ୍କ ଶକ୍ତିକୁ ବିଜେପି ହ୍ରାସ କରିଛିଅଜିତ ପାୱାରଙ୍କୁ ନିଜ ପଟକୁ ଆଣି ବିଜେପି ପାୱାର ପରିବାରରେ ଫାଟ ତିଆରି କରିଛି

53ରୁ 18 ବିଧାୟକ ଅଜିତଙ୍କ ସହ

ଏନସିପିର 53 ବିଧାୟକଙ୍କ ମଧ୍ଯରୁ 18 ବିଧାୟକ ରାଜଭବନରେ ରବିବାର ଦିନ ପହଂଚିଥିଲେ। ବିଜେପି ନେତା ଏନସିପିର 40 ବିଧାୟକ ଅଜିତଙ୍କ ସହିତ ଥିବା ଦାବି କରାଯାଉଛି କିନ୍ତୁ ଏହି ଦାବିରେ କେତେ ଦମ ଅଛି ତାହା କିଛି ଦିନ ମଧ୍ଯରେ ଜଣା ପଡ଼ିଯିବ। ଶରଦ ପାୱାର ନିଜ ବାକି ବିଧାୟକଙ୍କୁ ବିଦ୍ରୋହୀ ହେବାକୁ ଦେଉଛନ୍ତି କି ସେମାନଙ୍କୁ ନିୟନ୍ତ୍ରିତ କରିପାରୁଛନ୍ତି ତାହା ଖୁବ କମ ଦିନ ଭିତରେ ଜଣା ପଡ଼ିଯିବ।

ସୁପ୍ରିୟା ସୁଲେଙ୍କୁ ପ୍ରୋମୋଶନ ଅସନ୍ତୋଷର କାରଣ

ଶରଦ ପାୱାର ନିଜ ରାଜନୈତିକ ଉତ୍ତରାଧିକାରୀ ଭାବେ ସୁପ୍ରିୟା ସୁଲେଙ୍କୁ ବାଛିଥିଲେ। ଏହା ଅଜିତଙ୍କୁ ଉତକ୍ଷିପ୍ତ କରିଥିବା କୁହାଯାଉଛି। ଅଜିତ ଏନସିପି ଭିତରେ ନିଜ ରାଜନୈତିକ ଭବିଷ୍ଯତ ନଦେଖି ଦଳ ଛାଡ଼ିଥିବା କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ଯେଉଁ ସମୟରେ ଶରଦ ପାୱାର ପାଟନାରେ ବିରୋଧୀ ଏକତା ବୈଠକରେ ଝିଅ ସୁପ୍ରିୟା ସୁଲେଙ୍କ ସହିତ ଯୋଗ ଦେଉଥିଲେ ସେହି ସମୟରେ ଅଜିତ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଥିଲେ

17 ଜୁନରେ ପ୍ରଶଂସା ,2ରେ ବିଦ୍ରୋହ

ଏନସିପି ନେତା ଅଜିତ ପାୱାର ଜୁନ୍ 17 ତାରିଖ ଦିନ ପିଏମ୍ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ପ୍ରଶଂସା କରିଥିଲେ। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ସହିତ ତୁଳନା କରିଥିଲେ। ସେ କହିଥିଲେ ଯେ, କାମ ପାଇଁ ବିଜେପି କ୍ଷମତାକୁ ଆସିଛି। ପ୍ରଶଂସାର15 ଦିନ ପରେ ଅଜିତ ଯେଉଁ ପାୱାର ଗେମ୍ ଖେଳିଲେ ତାହା ସିନିୟର ପାୱାର ପ୍ଲେୟରଙ୍କୁ ନିହାତି ଚମକାଇ ଦେଇଛି। ଯେଉଁଥିପାଇଁ ଦାଦା ପୁତୁରାଙ୍କ ପଟ୍ଟ ପରିବର୍ତ୍ତନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ,ସେ ବିଶ୍ୱାସ ଘାତକ ନୁହନ୍ତି ସେ ହେଉଛନ୍ତି ଜଣେ ଚୋର।

ajit pawar deputy cmajit pawar latest newsajit pawar latest updateajit pawar shiv senabjp maharashtra newsmaharashtra bjp latest newsmaharashtra bjp newsmaharashtra political newsmaharashtra political news updatencp sharad pawar latest newsncp sharad pawar statusshiv sena maharashtra
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami