ବିଜେପିକୁ ବଡ଼ ଝଟ୍‌କା : ଦଳ ଛାଡ଼ିଲେ ଲେଖାଶ୍ରୀ

ଭୁବନେଶ୍ୱର: ବିଜେପିକୁ ବଡ଼ ଝଟ୍‌କା । ଦଳ ଛାଡ଼ିଲେ ଟାଣୁଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ଦଳର ପ୍ରାଥମିକ ସଦସ୍ୟ ଓ ବିଜେପିର ଉପ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଲେଖାଶ୍ରୀ ୧୦ ବର୍ଷ ଧରି ବିଜେପିରେ ବେଶ୍ ସକ୍ରୀୟ ଥିଲେ । ସେ ତାଙ୍କ ଇସ୍ତଫାପତ୍ର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି । ନିଜେ ଲେଖାଶ୍ରୀ ବିଜେପି ଛାଡ଼ିଥିବା ନେଇ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।

ଦୀଘବର୍ଷ କାମ କରିବା ପରେ ବିଶ୍ୱାସଭାଜନ ହୋଇପାରିଲିନି

ଲେଖାଶ୍ରୀ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏତେ ଦିନ ଧରି ଦଳ ପାଇଁ କାମ କରିବା ପରେ ବି ଶୀର୍ଷ ନେତୃତ୍ୱର ବିଶ୍ୱାସଭାଜନ ହୋଇପାରିଲେ ନାହିଁ । ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି । ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି । ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ । ତେଣୁ ବିଜେପି ଛାଡ଼ିବାର ନିଷ୍ପତ୍ତି ନେଇଥିବା ନିଜର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।

କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ

ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର । ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍ ଆଶାୟୀ ଥିଲେ । କିନ୍ତୁ ତାଙ୍କୁ ଟିକେଟ ମିଳି ନ ଥିଲା । ମାର୍ଚ୍ଚ ୩୦ ତାରିଖରେ ଦଳ କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ଘୋଷଣା କରିଥିଲା । ଟିକେଟ୍ ନ ମିଳିବା ପରେ ଏକ ପ୍ରକାର ଉଭାନ ହୋଇଯାଇଥିଲେ ଲେଖାଶ୍ରୀ । ତାଙ୍କୁ ଦଳୀୟ କାର୍ଯ୍ୟାଳୟରେ ମଧ୍ୟ ଦେଖିବାକୁ ମିଳୁ ନ ଥିଲା । ଆଉ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ପ୍ରତିଟି କାର୍ଯ୍ୟକୁ ସେ ନିଷ୍ଠାର ସହ ସମ୍ପାଦନ କରିଆସିଛନ୍ତି ।

lekha samantsinghar resigns from bjplekhashri samantasinghar
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami