ପଂଜାବରେ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସିଦ୍ଧୁଙ୍କ ବଦଳରେ ଚନ୍ନିଙ୍କୁ କାହିଁକି ବାଛିଲା କଂଗ୍ରେସ ?

ପଂଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଛି ନବଜ୍ୟୋତ ସିଦ୍ଧୁଙ୍କ ବଦଳରେ କଂଗ୍ରେସ ହାଇକମାଣ୍ଡ୍ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିଙ୍କୁ ବିଶ୍ୱାସ କରିଛନ୍ତି । ଏବେ ଦଳ ଚନ୍ନିଙ୍କୁ କ୍ୟାପ୍ଟେନ୍ କରି ନିର୍ବାଚନ ଲଢିବ । ଏମିତିରେ ପ୍ରଶ୍ନ ଉଠିପାରେ ଚନ୍ନିଙ୍କ ଉପରେ ବାଜି ଲଗାଇବାକୁ କଂଗ୍ରେସ ହାଇକମାଣ୍ଡ୍ କାହିଁକି ମନସ୍ଥିର କଲେ , ଆସନ୍ତୁ ଜାଣିବା..

ରାହୁଲ ଗାନ୍ଧୀ ରବିବାର ଦିନ ଲୁଧିଆନାରେ ଆୟୋଜିତ ଏକ ନିର୍ବାଚନୀ ରାଲିରେ ଚନ୍ନିଙ୍କ ନାମ ଉପରେ ମୋହର ମାରିଥିଲେକ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କୁ ହଟାଇବା ପରେ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ୍ ଭାବେ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଚନ୍ନି ପଂଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଅଟନ୍ତି । ପ୍ରାୟ ୧୧୧ ଦିନର କାର୍ଯ୍ୟକାଳରେ ଚନ୍ନି ଫ୍ରଣ୍ଟଫୁଟରେ ଖେଳି ନିଜକୁ ସାବ୍ୟସ୍ତ କରିଛନ୍ତି । ସବୁ ସର୍ଭେରେ ଚନ୍ନିଙ୍କ ଆଲୋଚନା ହେବାକୁ ଲାଗିଲା ଓ ତାଙ୍କ ନାମ ଜଣେ ସାଧାରଣ ବିଧାୟକରୁ ଦଳର ବଡ଼ ନେତାଙ୍କ ମଧ୍ୟରେ ଗଣତି ହେବାରେ ଲାଗିଲା ।

ପଂଜାବରେ ଦଳିତ ଭୋଟର ଗଣିତ

କେନ୍ଦ୍ରୀୟ ସାମାଜିକ ନ୍ୟାୟ ବିଭାଗର ରିପୋର୍ଟ ଅନୁସାରେ ପଂଜାବରେ ଦଳିତଙ୍କ ମଧ୍ୟରେ ୩୯ ଉପବର୍ଗ ରହିଛନ୍ତି । ଏହି ୩୯ ଉପବର୍ଗଙ୍କ ମଧ୍ୟରେ ଆହୁରି ୫ ଉପବର୍ଗ ଅଛନ୍ତି । ଯେଉଁଥିରେ ୮୦ ପ୍ରତିଶତ ଦଳିତ ଜନସଂଖ୍ୟା ଆସିଥାଏ । ଏହି ୫ ଉପବର୍ଗଙ୍କ ମଧ୍ୟରେ ୩୦ ପ୍ରତିଶତ ଶିଖ୍ ଦଳିତଙ୍କ ପରେ ସବୁଠାରୁ ବଡବର୍ଗ ହେଉଛନ୍ତି ରବିଦାଶିଆରବିଦାଶିଆଙ୍କ ଜନସଂଖ୍ୟାରେ ଭାଗ ହେଉଛି ୨୪ ପ୍ରତିଶତ । ଅଧିକାଂଶ ରବିଦାଶିୟା ପଂଜାବର ଦୋଆବ ଅଂଚଳରେ ରୁହନ୍ତି । ଏହି କ୍ଷେତ୍ରରେ ଜଳନ୍ଧର, ହୋଶିଆରପୁର, ନବାଂସହର, କପୁରଥାଲା ଭଳି ଜିଲ୍ଲା ଆସିଥାଏ ।

ପଂଜାବର ମାଲବା ଅଂଚଳରେ ୬୯ ବିଧାନସଭା ଆସନ ରହିଛି । ଏହି ଅଂଚଳ ଦଳିତ ବହୁଳ ଅଟେ । ତେବେ ପଂଜାବ ରାଜନୀତିରେ ଦଳିତ ଭୋଟର ଗଣତି ମଧ୍ୟ ଏତେ ସିଧାସାଧା ନୁହେଁ । ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ରାଜ୍ୟର ୨ କୋଟି ୭୭ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୮୮ ଲକ୍ଷ ୬୦ ହଜାର ଦଳିତ ଅଟନ୍ତି । ଯାହା ମୋଟ ଜନସଂଖ୍ୟାର ୩୧.୪୨ ପ୍ରତିଶତ ଅଟେ । ଏମାନଙ୍କ ମଧ୍ୟରୁ ୩୪.୪୨ ଲକ୍ଷ ଅର୍ଥାତ ୧୨.୪ ପ୍ରତିଶତ ଶିଖ । ଅନ୍ୟପକ୍ଷରେ ବୌଦ୍ଧ ଦଳିତଙ୍କ ସଂଖ୍ୟା ୨୭ ହଜାର ୩୯୦

ପଂଜାବରେ ମୋଟ ସିଖ୍ ଜନସଂଖ୍ୟା ହେଉଛି ୧ କୋଟି ୬୦ ଲକ୍ଷ ବା ୫୭.୬୯ ପ୍ରତିଶତ । ଅନ୍ୟପକ୍ଷରେ ହିନ୍ଦୁ ଜନସଂଖ୍ୟା ହେଉଛି ୧ କୋଟି ୬ ଲକ୍ଷ ଅର୍ଥାତ ଜନସଂଖ୍ୟାର ୩୮ ପ୍ରତିଶତ ହିନ୍ଦୁପଂଜାବର ଦଳିତ ସମାଜ ଅଲଗା ଅଲଗା ବର୍ଗରେ ବିଖଣ୍ଡିତ । ଦଳିତଙ୍କ ମଧ୍ୟରୁ ୨୬ ପ୍ରତିଶତ ଶିଖ,୮.୬୬ ପ୍ରତିଶତ ବାଲ୍ମିକୀ,୧୦ ପ୍ରତିଶତ ଅଦଧର୍ମୀ ଶିଖ ଓ ୨୦.୭୮ ପ୍ରତିଶତ ରବିଦାଶିୟା ସିଖ୍ ଅଟନ୍ତି । କଂଗ୍ରେସ ଏହି ଦଳିତ ଭୋଟରଙ୍କ ଟାର୍ଗେଟ୍ କରି କଂଗ୍ରେସ ବାଜି ଖେଳିଛି । ତେବେ ଗୋଟିଏ କଥା ହେଉଛି ଯେ, ବହୁ ଭାଗରେ ବିଭକ୍ତ ପଂଜାବର ଦଳିତ କେବେ ମଧ୍ୟ ଗୋଟିଏ ଦଳକୁ ଭୋଟ୍ କରନ୍ତି ନାହିଁ । ଏମିତିରେ କଂଗ୍ରେସର ଟ୍ରମ୍ପ୍ କାର୍ଡ୍ ଭୋଟରଙ୍କୁ ନିଜ ଆଡକୁ ଆଣିବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ରହିଲା ।

ରବିଦାଶ ଡେରା ଚନ୍ନିଙ୍କ ସପକ୍ଷରେ ?

କ୍ୟାପ୍ଟେନଙ୍କ ବିରୋଧରେ ବିଦ୍ରୋହ କାଳରେ ଚନ୍ନି ରବିଦାଶ ଡେରାରେ ଶରଣ ପସିଥିଲେସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସେ ଡେରା’ର ସମର୍ଥନ ମାଗିଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଡେରା ମୁଖ୍ୟ ତାଙ୍କୁ କହିଥିଲେ ଯେ, ତୁମେ କାହିଁକି ମୁଖ୍ୟମନ୍ତ୍ରୀ ହେଉନାହଁ ? ଏହା ପରେ ପୁରା ସମୀକରଣ ବଦଳି ଯାଇଥିଲା । ସିଦ୍ଧୁଙ୍କ ବଦଳରେ ଚନ୍ନି ନିଜେ ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ।

captain amarinder singhcongress cm facecongress high commanddalit voter in punjabhoshiarpurjalandharkapurthalanavjot singh sidhuNawanshahrpunjab assembly electionspunjab cm charanjit singh channipunjab cm facepunjab congressrahul gandhiravidassia caste in punjabravidassia of punjabravidassia sikhsidhu vs channiକଂଗ୍ରେସ ହାଇକମାଣ୍ଡ୍କପୁରଥାଲାଜଳନ୍ଧରଦଳିତ ଭୋଟରନବଜ୍ୟୋତ ସିଦ୍ଧୁନବାଂସହରପଂଜାବ ବିଧାନସଭା ନିର୍ବାଚନମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନିମୁଖ୍ୟମନ୍ତ୍ରୀ ଚେହେରାରବିଦାଶିଆରବିଦାଶିୟା ସିଖ୍ରାହୁଲ ଗାନ୍ଧୀହୋଶିଆରପୁର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami