Salary Protection Insurance: ଜାଣନ୍ତୁ ଦରମା ସୁରକ୍ଷା ବୀମା କ’ଣ, କେମିତି ବିପଦ ସମୟରେ ଏହା ହୋଇଥାଏ ସହାୟକ

ଯଦି ଆପଣ ଚାକିରି କରନ୍ତି ତେବେ କେବେ ନା କେବେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସିଥିବ ଯେ, ମୋ ପରେ ମୋ ପରିବାରର କ’ଣ ହେବ ? କେମିତି ପରିବାରକୁ ମିଳି ପାରିବ ନିୟମିତ ଆୟ ? ଆପଣଙ୍କ ମନକୁ ଆସୁଥିବା ଏହି ପ୍ରଶ୍ନର ଉତ୍ତର ହେଉଛି ସାଲାରି ପ୍ରୋଟେକ୍ସନ୍ ବୀମା । ସାଲାରି ପ୍ରୋଟେକ୍ସନ୍ ବୀମା ଆପଣଙ୍କ ଏହି ଚିନ୍ତା ଦୁର କରିଥାଏ । ଏହି ବୀମା ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ଦେଇଥାଏ ନିୟମିତ ଆୟ । ତେବେ ଏଥିରେ ଧ୍ୟାନ ରଖିବାର କଥା ହେଉଛି ଯେ, ଆପଣଙ୍କ ଚାକିରି ଚାଲିଗଲେ ଏହି ବୀମା ଆପଣଙ୍କୁ ଆୟ ଦେଇନଥାଏ ଏହା ସେହି ସମୟରେ ଆପଣଙ୍କ ପରିବାରକୁ ନିୟମିତ ଆୟ ଦେଇଥାଏ ଯେତେବେଳେ ଆପଣଙ୍କ ମୃତ୍ୟୁ ହୋଇଥାଏ ।

କେମିତି କାମ କରିଥାଏ ଏହି ବୀମା ?

ସାଲେରି ପ୍ରୋଟେକ୍ସନ ବୀମା ପ୍ରକୃତ ଅର୍ଥରେ ହେଉଛି ଏକ ଟର୍ମ୍ ବୀମା ପ୍ଲାନ୍ । ଏହାକୁ କିଣିବା ସମୟରେ ଆପଣଙ୍କୁ ଦୁଇଟି ବିକଳ୍ପ ମଧ୍ୟରୁ ଗୋଟିଏ ବାଛିବାକୁ ପଡିଥାଏ । ପ୍ରଥମ ବିକଳ୍ପ ଭାବେ ଆପଣଙ୍କୁ ନିୟମିତ ଆୟ ଓ ଦ୍ୱିତୀୟ ବିକଳ୍ପ ଭାବେ ଏକକାଳୀନ ସବୁଟଙ୍କା ଚୟନ କରିବାକୁ କୁହାଯାଇଥାଏ । ଯଦି ଆପଣ ପ୍ରଥମ ବିକଳ୍ପ ବାଛନ୍ତି ତେବେ ଆପଣଙ୍କ ମୃତ୍ୟୁ ପରିସ୍ଥିତିରେ ଆପଣଙ୍କ ପରିବାରକୁ ମାସିକ ଟଙ୍କା ମିଳିବିଦ୍ୱିତୀୟ ବିକଳ୍ପ ବାଛିଥିଲେ ଆପଣଙ୍କ ପରିବାରକୁ ଏକକାଳୀନ ଏକ ନିଶ୍ଚିତ ରାଶି ମିଳିଥାଏ ।

ଟେକ୍ ହୋମ୍ ସମାନ ଦରମା ବାଛିପାରିବେ

ଯତେବେଳେ ଆପଣ ସାଲେରି ପ୍ରୋଟେକ୍ସନ ଟର୍ମ ବୀମା କ୍ରୟ କରନ୍ତି ସେତେବେଳେ ଆପଣଙ୍କୁ ମାସିକ ଆୟ ବାଛିବାକୁ ପଡେ ,ଯେତିକି ଆପଣ ନିଜ ପରିବାର ପାଇଁ ପ୍ରତି ମାସରେ ଚାହାନ୍ତି । ଏହି ଆୟ ଆପଣ ବର୍ତ୍ତମାନ ପାଉଥିବା ଟେକ୍ ହୋମ୍ ସାଲାରି ସହିତ ସମାନ ବା କମ ହୋଇପାରେ । ଏହାପରେ ଆପଣଙ୍କୁ ପ୍ରିମିୟମ ଅବଧି,ଅର୍ଥାତ ଆପଣ କେତେ ବର୍ଷ ପାଇଁ ପ୍ରିମିୟମ ଦେବାକୁ ଚାହୁଁଛନ୍ତି ତାହା ବାଛିବାକୁ ପଡି଼ଥାଏଉଦାହରଣ ସ୍ୱରୁପ ଆପଣ ୩୦ ବର୍ଷ ବୟସରେ ୧୫ବର୍ଷ ପାଇଁ ପଲିସି କିଣି ପାରିବେ ।

କାହାକୁ ମିଳିବ କେତେ ଆୟ ?

ବୀମା କମ୍ପାନୀ ଆପଣଙ୍କ ମାସିକ ଆୟ ଉପରେ ବାର୍ଷିକ ପ୍ରତିଶତ ବୃଦ୍ଧିକରି ମଧ୍ୟ ଦେଇପାରେ । ଯେମିତି ଆପଣଙ୍କୁ ଏହି ଆୟ ଉପରେ ବାର୍ଷିକ ୬ ପ୍ରତିଶତ ଚକ୍ରବୃଦ୍ଧି ସୁଧର ପ୍ରସ୍ତାବ ଦିଆଯାଇପାରେ । ଧରି ନିଅନ୍ତୁ ଯେ, ଏହି ବୀମା ନେବା ବେଳେ ଆପଣ ମାସିକ ୫୦ ହଜାର ଟଙ୍କାର ଆୟ ବିକଳ୍ପ ବାଛିଛନ୍ତି । ପଲିସିର ଦ୍ୱିତୀୟ ବର୍ଷ ଏହା ବୃଦ୍ଧି ପାଇ ୫୩ ହଜାର ଟଙ୍କା ହୋଇଯିବ ପରବର୍ତ୍ତି ବର୍ଷ ଏହା ୫୩ ହଜାର ଟଙ୍କାରୁ ବୃଦ୍ଧି ପାଇଂ ୫୬ ହଜାର ୧୮୦ ଟଙ୍କା ହୋଇଥାଏ । ଯଦି ପଲିସି ଧାରକଙ୍କର ମୃତ୍ୟୁ ପଂଚମ ବର୍ଷ ହୁଏ ତେବେ ତାଙ୍କ ପରିବାରକୁ ବା ନୋମିନିଙ୍କୁ ମାସିକ ୬୩ ହଜାର ୧୨୪ ଟଙ୍କା ଓ ୭ ଲକ୍ଷ ୬୦ ହଜାର ଟଙ୍କାର ସୁନିଶ୍ଚିତ ମୃତ୍ୟୁ ଲାଭ ମିଳିଥାଏ ।

benefits of salary protection insurancehow to sell income protection insuranceincome protectionincome protection insuranceincome protection plansalary insurancesalary protection insurancesalary protection insurance indiasmart income protect sbi lifewhat is salary protection insurance
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami