ଆଫଗାନିସ୍ତାନ ଛା଼ଡିବା ପୂର୍ବରୁ ଆମେରିକାର ଶେଷ ସୈନିକ ତାଲିବାନ କମାଣ୍ଡରକୁ କ’ଣ କହିଥିଲେ ?

୨୦ ବର୍ଷ ପରେ ଆମେରିକା ମଙ୍ଗଳବାର ଦିନ ଆଫଗାନିସ୍ତାନ ଛାଡିଛି । ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀରେ ଆମେରିକାର ବାକି ସୈନିକ ତିନୋଟି ବିମାନରେ କାବଲୁ ଛାଡି ଚାଲିଯାଇଥିଲେ । ଆଫଗାନିସ୍ତାନର ଭବିଷ୍ୟତ କ’ଣ ହେବ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ପେଣ୍ଟାଗନ ଏହା ଭିତରେ କାବୁଲ ଛାଡିଥିବା ଶେଷ ସୈନିକଙ୍କ ଫଟୋକୁ ଟ୍ୱିଟ୍ କରିଛି । ଆସନ୍ତୁ ଜାଣିବା ଆଫଗାନିସ୍ତାନ ମାଟିକୁ ସଭାଶେଷର ‘ବାଏ’ କହିଥିବା ସେହି ଶେଷ ସୈନିକ କିଏ ଓ ଆଫଗାନିସ୍ତାନରେ ତାଙ୍କ ଦାୟିତ୍ୱ କ’ଣ ଥିଲା ତଥା ସେ କାବୁଲ ଛାଡିବା ବେଳେ ତାଲିବାନ କମାଣ୍ଡରଙ୍କୁ କ’ଣ କହିଥିଲେ ।

ମେଜର ଜେନରାଲ କ୍ରିସ୍ ଡୋନହ୍ୟୁ ଥିଲେ ଶେଷ ସୈନିକ

ଆଫଗାନିସ୍ତାନ ଛାଡିଥିବା ଆମେରିକାର ଶେଷ ସୈନିକ ହେଉଛନ୍ତି କ୍ରିସ୍ ଡୋନହ୍ୟୁ । ସେ ହେଉଛନ୍ତି ଆମେରିକା ସେନାର 82nd ABNdiv କମାଣ୍ଡିଂ ଜେନରାଲ । ଏହି ଡିଭିଜନ୍ ୧୮ ଏୟାରବର୍ଣ୍ଣ କୋର ଅନ୍ତର୍ଗତରେ ଆସିଥାଏ । ପେଣ୍ଟାଗନ ଲେଖିଛି ଯେ, ଆଫଗାନିସ୍ତାନ ଛାଡିଥିବା ଶେଷ ଆମେରିକୀୟ ସୈନିକ ମେଜର ଜେନରାଲ କ୍ରିସ୍ ଡୋନହ୍ୟୁମେଜର ଜେନରାଲ କ୍ରିସଙ୍କ ଆମେରିକାୟ ବାୟୁସେନାର ସି-୧୭ ବିମାନରେ ପ୍ରବେଶ ସହିତ ଆଫଗାନିସ୍ତାନରେ ଆମେରିକା ମିଶନର ପରିସମାପ୍ତି ଘଟିଛି ।

୩୧ ଅଗଷ୍ଟ ଥିଲା ଡେଡ୍ ଲାଇନ୍

ଆମେରିକା ୩୧ ଅଗଷ୍ଟ ସୁଧା ଆଫଗାନିସ୍ତାନ ଛାଡିବ ବୋଲି ଆଗରୁ ନିର୍ଧାରିତ ହୋଇଥିଲା । ତେବେ କାବୁଲ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୟ ସୀମକୁ ବଢାଇବା ଲାଗି ତାଲିବାନ ସହିତ ଆଲୋଚନା ହୋଇଥିଲା । କିନ୍ତୁ ତାଲିବାନ ଅଧିକ ସମୟ ଦେବାକୁ ମନା କରିଦେଇଥିଲା । ଏହାପରେ ଆମେରିକା ପାଖରେ ୩୧ ତାରିଖରେ ହିଁ ଆଫଗାନିସ୍ତାନ ଛାଡିବା ଛଡା ଅନ୍ୟ ଉପାୟ ନଥିଲା ।

୧୯୯୨ରେ ସେନାରେ ହୋଇଥିଲେ ସାମିଲ

କ୍ରିସ୍ ଡୋନହ୍ୟୁ ୧୯୯୨ରେ ଆମେରିକା ସେନାର କମିଶନ ପାଇଥିଲେ । ଆଫଗାନିସ୍ତାନରେ ସେ କମ୍ବାଇନ୍ଡ ଜଏଣ୍ଟ୍ ସ୍ପେଶାଲ ଅପରେସନ୍ସ ଟାସ୍କ ଫୋର୍ସର କମାଣ୍ଡର ଥିଲେ । ଆମେରିକା ସେନାରେ ସେ ଜଣେ ସମ୍ମନାସ୍ପଦ ଅଧିକାରୀ ଭାବେ ପରିଚିତ ।

କାବୁଲ ଛାଡିବା ପୂର୍ବରୁ ତାଲିବାନ କମାଣ୍ଡରକୁ କହିଥିଲେ ଏମିତି କଥା..

ଆମେରିକା ସେଣ୍ଟ୍ରାଲ କମାଣ୍ଡର କମାଣ୍ଡର ଜେନରାଲ ଫ୍ରାଙ୍କ୍ ମେକାଞ୍ଜିଙ୍କ ଅନୁସାରେ କାବୁଲରୁ ବାହାରିବା ସମୟରେ କ୍ରିସଙ୍କ ଶେଷ କାମ ଥିଲା ତାଲିବାନ କମାଣ୍ଡର ସହିତ ଆଲୋଚନା । ସେ ସେହି ତାଲିବାନ କମାଣ୍ଡର ସହିତ କଥା ହୋଇଥିଲେ ଯିଏ ଆମେରିକୀୟ ସୈନିକଙ୍କ ଫେରିବା ଉଡାଣକୁ ନେଇ କୋଅର୍ଡିନେଟ କରୁଥିଲେ । ତାଲିବାନ କମାଣ୍ଡରକୁ ସେ ଏହି ସୂଚନା ଦେଇଥିଲେ ଯେ, ଶେଷ ଆମେରିକୀୟ ସୈନିକଙ୍କ ନେଇ ବିମାନ ଉଡିବାକୁ ଯାଇଛି ।

82nd ABNdiv82nd ABNdiv commanding generalafghanistanamerican last soldierchris donahueCombined Joint Special Operations Task Forcegeneral frank mckenzielast american soldier in afghanistanleaving kabulmajor general chris donahuepentagontaliban commanderU.S. Air Force C-17ଆଫଗାନିସ୍ତାନଆମେରିକାୟ ବାୟୁସେନାର ସି-୧୭ଆମେରିକାର ଶେଷ ସୈନିକକମାଣ୍ଡିଂ ଜେନରାଲକମ୍ବାଇନ୍ଡ ଜଏଣ୍ଟ୍ ସ୍ପେଶାଲ ଅପରେସନ୍ସ ଟାସ୍କ ଫୋର୍ସକାବୁଲ ଛାଡିବା ବେଳେଜେନରାଲ ଫ୍ରାଙ୍କ୍ ମେକାଞ୍ଜିତାଲିବାନ କମାଣ୍ଡରପେଣ୍ଟାଗନମେଜର ଜେନରାଲ କ୍ରିସ୍ ଡୋନହ୍ୟୁଶେଷ ଆମେରିକୀୟ ସୈନିକ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami